Advertisment

୨୪ ଘଣ୍ଟାରେ ରାଜ୍ୟରୁ ୧୮୩୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ: ସେପଟେ, ପୁଣି ୬୭ ଜଣଙ୍କ ଜୀବନ ନେଲା ମହାମାରୀ

ଏହାସହ ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୫୧୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ଦିନକରେ ଓଡ଼ିଶାରେ ୧୮୬୪ କରୋନା ସଂକ୍ରମିତ ଚିହ୍ନଟ, କେବଳ ଖୋର୍ଦ୍ଧାରୁ ବାହାରିଲେ ୪୯୬

coronavirus

Advertisment

ଭୁବନେଶ୍ୱର: ସଂକ୍ରମଣ କମୁଛି କିନ୍ତୁ ଡ଼ର ଯାଉନି। ଗତ ୨୪ ଘଂଟାରେ ରାଜ୍ୟରେ ୧୮୩୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଂଟରରୁ ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୧୦୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳ ଅର୍ଥାତ୍‌ ଲୋକାଲ୍‌ କେସ୍‌ ରହିଛି ୭୭୧। ଏହାସହ ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୫୧୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

Advertisment

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୭୭, ବାଲେଶ୍ୱରରୁ ୧୨୯, ବରଗଡ଼ରୁ ୧୦, ଭଦ୍ରକରୁ ୮୯, ବଲାଙ୍ଗୀରରୁ ୨, କଟକରୁ ୨୪୩, ଦେବଗଡ଼ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳରୁ ୧୩, ଗଜପତିରୁ ୧୬, ଗଞ୍ଜାମରୁ ୯, ଜଗତସିଂହପୁରରୁ ୬୧, ଯାଜପୁରରରୁ ୧୧୦ ଓ ଝାରସୁଗୁଡ଼ାରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୬, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୮୭, କେନ୍ଦୁଝରରୁ ୨୪, ଖୋର୍ଦ୍ଧାରୁ ୪୯୦, କୋରାପୁଟରୁ ୨୦, ମାଲକାନଗିରିରୁ ୧୯, ମୟୂରଭଞ୍ଜରୁ ୫୯, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୨୮, ପୁରୀରୁ ୧୩୯, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୨୩, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଏହାସହ ଷ୍ଟେଟ୍‌ପୁଲର ସଂଖ୍ୟା ୯୪ ରହିଛି। କେବଳ ଏତିକି ନୁହେଁ ବରଂ ନ୍ୟୁ ରିକଭରି ରେଟ୍‌ର ସଂଖ୍ୟା ୧୮୬୫ ରହିଥିବା ବେଳେ Cumulative testedର ସଂଖ୍ୟା ୧୫୫୮୧୬୫୧ ରହିଛି। ଏହାସହ ରାଜ୍ୟରେ ମୋଟ୍‌ ପଜିଟିଭ ସଂଖ୍ୟା ୯୬୭୫୪୮ ରହିଥିବା ବେଳେ ଏବେ ସୁଦ୍ଧା କରୋନାରୁ ୯୪୩୦୬୯ ସୁସ୍ଥ ହେଲେଣି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆକ୍ଟିଭ୍‌ କେସର ସଂଖ୍ୟା ୧୮୯୧୪ ରହିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ସତ କିନ୍ତୁ ଏବେ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କୁ ନେଇ ଚିନ୍ତା ଛଡିନାହିଁ।

Odisha News Coronavirus COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ