Advertisment

ଦୋଳି ଖେଳୁଛି ସଂକ୍ରମଣ: ୨୪ ଘଂଟାରେ ୫୫୯ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍‌ ୫୫୯ ଜଣ ସଂକ୍ରମଣର ଶିକାର ହୋଇଛନ୍ତି। କରୋନାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ଅର୍ଥାତ୍‌ ସଂଗରୋଧରୁ ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ଅର୍ଥାତ୍‌ ସ୍ଥାନୀୟ ଅଂଚଳରୁ ୨୩୮ ଚିହ୍ନଟ ହୋଇଛନ୍ତି

undefined

Covid19 Test

Advertisment

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍‌ ୫୫୯ ଜଣ ସଂକ୍ରମଣର ଶିକାର ହୋଇଛନ୍ତି। କରୋନାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ଅର୍ଥାତ୍‌ ସଂଗରୋଧରୁ ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ଅର୍ଥାତ୍‌ ସ୍ଥାନୀୟ ଅଂଚଳରୁ ୨୩୮ ଚିହ୍ନଟ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ଅନୁଗୁଳରୁ ୨, ବାଲେଶ୍ୱରରୁ ୧୨, ବରଗଡ଼ରୁ ୨, ଭଦ୍ରକରୁ ୫, ବଲାଙ୍ଗିରରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିପରି ଭାବରେ ବୌଦ୍ଧରୁ ୧୮, କଟକରୁ ୫୪, ଦେବଗଡ଼ରୁ ୨, ଢେଙ୍କାନାଳରୁ ୧୦, ଗଞ୍ଜାମରୁ ୪, ଜଗତସିଂହପୁରରୁ ଓ ଯାଜପୁରରୁ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଝାରସୁଗୁଡ଼ାରୁ ୨ ଓ କନ୍ଧମାଳରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି କେନ୍ଦ୍ରାପଡ଼ାରୁ ୪, ଖୋର୍ଦ୍ଧାରୁ ୨୭୯, କୋରାପୁଟରୁ ୬, ମୟୂରଭଞ୍ଜରୁ ୮, ନୟାଗଡ଼ରୁ ୯, ପୁରୀରୁ ୧୪, ରାୟଗଡ଼ାରୁ ଜଣେ., ସମ୍ବଲପୁରରୁ ୧୬, ସୁନ୍ଦରଗଡ଼ରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଷ୍ଟେଟ ପୁଲର ସଂଖ୍ୟା ୬୮ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟରେ ଏବେ ବି ଆକ୍ଟିଭ୍‌ କେସ୍‌ର ସଂଖ୍ୟା ୪୭୮୫ ରହିଛି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଛି।

Advertisment

ସେପଟେ, ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୪,୬୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୨୪ ଘଂଟାରେ ମହମାରୀ ୧୯୭ ଜଣଙ୍କ ପ୍ରାଣ ନେଇଛି। ଏହାସହ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୪୧,୦୮,୯୯୬ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାସହ ୧୯୭ ମୃତକଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୫୨,୬୫୧ରେ ପହଞ୍ଚିଛି। କେବଳ ଏତିକି ନୁହେଁ ବରଂ ଗତ ୨୪ ଘଂଟା ମଧ୍ୟରେ ଦେଶରେ ମୋଟ୍‌ ୧୯,୪୪୬ କରୋନାରୁ ସୁସ୍ଥ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩,୩୪,୭୮,୨୪୭ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ମୋଟ୍‌ ଏବେ ବି ୧,୭୮,୦୯୮ ଆକ୍ଟିଭ୍‌ କେସ୍‌ ରହିଛି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି।

Odisha COVID19 Corona Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ