Advertisment

ଆସିବ କି କରୋନାର ଚତୁର୍ଥ ଲହର ? ଓମିକ୍ରନ୍ ପରବର୍ତ୍ତୀ ଭ୍ୟାରିଆଣ୍ଟକୁ ନେଇ ସତର୍କ ସୂଚନା WHO

କରୋନାର ଯେଉଁ ନୂଆ ଭ୍ୟାରିଆଣ୍ଟ୍ ଆସିବ, ତାହା ବର୍ତ୍ତମାନର ଭ୍ୟାରିଆଣ୍ଟକୁ ଅକ୍ତିଆର୍ କରି ଆଗକୁ ବଢ଼ିବ । ତେଣୁ ତାହା ଅଧିକ ସଂକ୍ରାମକ ହେବାର ଆଶଙ୍କା ରହିଛି । ତେବେ ଏହା ଅଧିକ ମାରାତ୍ମକ ହେବ କି ନାହିଁ, ତାହା ଏବେ ବି ପ୍ରଶ୍ନବାଚୀ । ଭବିଷ୍ୟତରେ ଆସିବାକୁ ଥିବା କରୋନା ଭ୍ୟାରିଆଣ୍ଟ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ଆହୁରି ଅଧିକ ପ୍ରଭାବହୀନ ହୋଇପାରେ ବୋଲି ଚିନ୍ତା ପ୍ରକାଶ ପାଇ

Coronavirus

Coronavirus

Advertisment

ଆସିବ କି କରୋନାର ଚତୁର୍ଥ ଲହର? କାରଣ ଓମିକ୍ରନକୁ ନେଇ ସ୍ଥିତିରେ ସୁଧାର ଆସୁଥିବା ବେଳେ ଏହାର ପରବର୍ତ୍ତୀ ଭ୍ୟାରିଆଣ୍ଟକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଓମିକ୍ରନର ପରବର୍ତ୍ତୀ ଭ୍ୟାରିଆଣ୍ଟ ଆହୁରି ଅଧିକ ସଂକ୍ରାମକ ହୋଇପାରେ ବୋଲି ସତର୍କ କରାଇଛି WHO ।

Advertisment

ବିଶ୍ୱରୁ ଟଳିନାହିଁ ବୈଶ୍ୱିକ ମହାମାରୀ କରୋନାର ଭୟବହତା । ଶତାବ୍ଦୀର ସଂକ୍ରମଣ ସମୟେ ସମୟେ ରୂପ ବଦଳାଇ ନୂଅ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । କରୋନାର ଏଣ୍ଡେମିକ୍ ସ୍ଥିତି ନେଇ ଆକଳନ ମଧ୍ୟରେ ବିଶ୍ୱବାସୀଙ୍କୁ ପୁଣି ସଂକ୍ରମଣ ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଓମିକ୍ରନ ନୁହେଁ ମହାମାରୀ କରୋନାର ଶେଷ ଭାରିଏଣ୍ଟ । ଆଗକୁ ବିପଦ ବି ବଢ଼ିପାରେ ଆଉ ତା ସହ ଭାଇରସ ତା ରୂପ ବଦଳାଇ ନୂଆ ରୂପରେ ଆସିପାରେ ବୋଲି WHO ପକ୍ଷରୁ ସତର୍କ କରାଇ ଦିଆଯାଇଛି । ତାସହ ଆହୁରି ଚେତାବନୀ ଦିଆଯାଇଛି ଯେ, କରୋନାର ନୂଆ ଭ୍ୟାରିଆଣ୍ଟର ଏଣ୍ଟ୍ରି , ଓ୍ୱାଇଲ୍ଡ କାର୍ଡ ଏଣ୍ଟ୍ରି ଭଳି ହେବ । ଓମିକ୍ରନ ଠାରୁ ଏହା ଅଧିକ ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ ।

ଯଦି କରୋନାର ଯେଉଁ ନୂଆ ଭ୍ୟାରିଆଣ୍ଟ୍ ଆସିବ, ତାହା ବର୍ତ୍ତମାନର ଭ୍ୟାରିଆଣ୍ଟକୁ ଅକ୍ତିଆର୍ କରି ଆଗକୁ ବଢ଼ିବ । ତେଣୁ ତାହା ଅଧିକ ସଂକ୍ରାମକ ହେବାର ଆଶଙ୍କା ରହିଛି । ତେବେ ଏହା ଅଧିକ ମାରାତ୍ମକ ହେବ କି ନାହିଁ, ତାହା ଏବେ ବି ପ୍ରଶ୍ନବାଚୀ । ଭବିଷ୍ୟତରେ ଆସିବାକୁ ଥିବା କରୋନା ଭ୍ୟାରିଆଣ୍ଟ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ଆହୁରି ଅଧିକ ପ୍ରଭାବହୀନ ହୋଇପାରେ ବୋଲି ଚିନ୍ତା ପ୍ରକାଶ ପାଇଛି । ଏପରିକି ବର୍ତ୍ତମାନ ପ୍ରଚଳିତ ଟିକା ମଧ୍ୟ କମ୍ ପ୍ରଭାବୀ ହୋଇପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି WHOର କୋଭିଡ୍ ବୈଷୟିକ ମୁଖ୍ୟ ।

Advertisment

କରୋନା ଭୂତାଣୁ ଶ୍ୱାସ ତନ୍ତ୍ର ସଂପର୍କିତ ପାଥୋଜେନ୍ ହୋଇଥିବାରୁ ଆଗକୁ ଋତୁ ଅନୁଯାୟୀ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ସେ ଆଶଙ୍କା କରିଛନ୍ତି । ତେବେ ଏହି ନୂଆ ଭ୍ୟାରିଆଣ୍ଟ ଯଦି ଆସିବ, ତାହା ଅଧିକ ଗୁରୁତର ହେବନାହିଁ ବୋଲି ଆଶା କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ବିରୋଧରେ ଲଢ଼େଇ ଜାରି ରହିଛି । ଏଥିପ୍ରତି ଅଧିକ ଯତ୍ନବାନ ହୋଇ ସଂକ୍ରମଣ ବିରୋଧରେ ସଂଜୀବନୀ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।

ଦେଶରେ ଓମିକ୍ରନର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ସ୍ୱଦେଶୀ ଟିକା । କେନ୍ଦ୍ର ସରକାରଙ୍କ ବରିଷ୍ଠ ଡାକ୍ତରୀ ଟିମ୍ ଏହି ସୂଚନା ଦେଇଛନ୍ତି ଏହି ଟିକାର ବିଶେଷତ୍ୱ ହେଉଛି, ଏହା ଏମ୍-ଆରଏନଏ ଆଧାରିତ । ଅର୍ଥାତ ଏହା କରୋନାର ସମସ୍ତ ଭାରିଏଣ୍ଟ ବିରୋଧରେ ଲଢ଼େଇ କରିବା ପାଇଁ ସମର୍ଥ ବୋଲି ପ୍ରମାଣିତ ହୋଇଥିବା ଦାବି ହୋଇଛି ।

Advertisment

ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ.ପଲ୍ କହିଛନ୍ତି ଯେ, ଆମେ ଜିନୋଭାର ଏମ୍ଆରଏଏନଏ ଆଧାରିତ ଭ୍ୟାକସିନ୍ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଉଛୁ । ଏହା ସହ ସାମାନ୍ୟ ତାମମାତ୍ରାରେ ମଧ୍ୟ ଏହା ରହିପାରୁଛି । ଆମେରିକା ସମେତ ଅନ୍ୟ କେତେକ ରାଷ୍ଟ୍ରରେ ଉପଲବ୍ଧ ଏମ୍-ଆରଏନ୍ଏ ଆଧାରିତ ଭ୍ୟାକସିନ୍ ଭଳି ଏହାର ସଂରକ୍ଷଣ କଷ୍ଟସାଧ୍ୟ ନୁହେଁ । ଏହାର ଉତ୍ପାଦନ ଖୁବ ଶୀଘ୍ର ଏବଂ ଅଧିକ ମାତ୍ରାରେ ହୋଇପାରିବ ।.

ଏପଟେ ବ୍ରହ୍ମପୁର ସ୍ଥିତ ଆଇଜରର ଦୁଇ ଗବେଷଣାରତ ବୈଜ୍ଞାନିକ ବାହାର କରିଛନ୍ତି ଏକ ନୂଆ ଭ୍ୟାକସିନ୍ ଯାହା କି କରୋନାର ସବୁ ଭ୍ୟାରିଆଣ୍ଟ ଉପରେ କାମ କରିବ ବୋଲି ଦାବି କରିଛନ୍ତି । ଏହି ଗବେଷଣା ଗତ ୨ବର୍ଷ ହେଲା ସେମାନେ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ୬ଟି ଭ୍ୟାରିଆଣ୍ଟର ସ୍ପାଇକ ପ୍ରୋଟିନକୁ ନେଇ ଗବେଷଣା କରିଥିଲେ ।

ବର୍ତ୍ତମାନ କମ୍ପ୍ୟୁଟରର ଭର୍ଚୁଆାଲ ଟ୍ରାଏଲରେ ପାସ୍ କରିଥିବା ବେଳେ ପେଟେଣ୍ଟ ପାଇଁ ଯୋଜନା କରାଯାଉଛି । ସେଥିରେ କୌଣସି ଏକ ବଡ଼ କମ୍ପାନୀ ଏହାକୁ ଅଧିଗ୍ରହଣ କଲେ ହ୍ୟୁମାନ କ୍ଲିନାକାଲ ଟ୍ରାଏଲ୍ କରାଯାଇପାରିବ ।

COVID-19 Corona Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ