Advertisment

ଦିଲ୍ଲୀ ସ୍ଥିତି ଦେଖି ଓଡ଼ିଶା ସଜାଗ; ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାରେ କରୋନା ସ୍ଥିତି ଉଦବେଗ ଜନକ ନାହିଁ । ତଥାପି ଆଗାମୀ ୩ ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଅଦ୍ୟତନ ହୋଇଛି
COVID-19 Danger Has Not Passed, Situation May Turn Critical: Bijay Mohapatra

COVID-19 Danger Has Not Passed, Situation May Turn Critical: Bijay Mohapatra

Advertisment

ସାରା ଦେଶରେ ଏବେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଧିରେ ଧିରେ ବିଗିଡିବାରେ ଲାଗିଛି । ଯାହାକୁ ଦେଖି ଓଡ଼ିଶା ମଧ୍ୟ ସଜାଗ ହୋଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କରୋନାର ସ୍ଥିତି ଉଦବେଗ ଜନକ ନାହିଁ । ତଥାପି ଆଗାମୀ ୩ ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Advertisment

କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପୂର୍ବ ଲହର ଗୁଡିକରେ ଜଣାପଡିଛି ଯେ,ଦିଲ୍ଲୀରେ ସଂକ୍ରମଣ ବଢିବାର ମାସକ ପରେ ହିଁ ଓଡ଼ିଶାରେ ସଂକ୍ରମଣ ବଢ଼ିଥାଏ । ଏହି ସମୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଯେଉଁମାନେ ଟୀକା ନେଇନାହାନ୍ତି ତୁରନ୍ତ ନେଇଯାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ନିହାତି କାମ ନଥିଲେ ଭିଡ଼ ସ୍ଥାନଠୁ ଦୂରେଇ ରହିବା ତଥା ଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି ।

ଗୋଟିଏପଟେ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଓଡ଼ିଶାରେ ମୁହଁ ମୁକୁଳା। ନା ଏଠି କେହି ମାସ୍କ ପିନ୍ଧୁଛନ୍ତି ନା କେହି କୋଭିଡ୍‌ ନିୟମକୁ ଠିକ୍‌ ଭାବେ ପାଳନ କରୁଛନ୍ତି। ସର୍ବସାଧାରଣ ସ୍ଥାନ, ମାର୍କେଟ, ମଲ୍‌ ସବୁଠି ଲୋକମାନେ ଖୁଲମଖୁଲା ନିୟମକୁ ଉଲ୍ଲଂଘନ କରୁଥିବା ନଜର ଆସିଛି। ଯଦି ବେଳ ବେଳ ଥାଉ ଥାଉ ଲୋକମାନେ ସଚେତନ ନହୁଅନ୍ତି ଓ ପୂର୍ବଭଳି ନିୟମକୁ କଡ଼ାକଡ଼ି ପାଳନ ନକରନ୍ତି ତା’ହେଲେ ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ସ୍ଥିତି ଉପୁଜିପାରେ।

Advertisment

ତେବେ ବଢ଼ୁଥିବା କରୋନାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ସହ, ମାସ୍କ ପରିଧାନ ଉପରେ ଧ୍ୟାନ ଦେବା ଉଚିତ୍‌ । ଏବେଠୁ ପଦକ୍ଷେପ ନ ନେଲେ ଆଗାମି ଦିନରେ ସ୍ଥିତି ବିଗିଡିପାରେ ବୋଲି ଆଶଙ୍କା କରାଯାଉଛି ।

Corona Resurgence Odisha Corona Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ