Advertisment

କରୋନା ପାଇଁ ସରକାରୀ ଆଲର୍ଟ : ଅକ୍ସିଜେନ୍, ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଏବେ ଦେଶରେ କୋଭିଡ଼ ସଂକ୍ରମଣ କମ୍ ଥିଲେ ବି ପ୍ରସ୍ତୁତ ରହିବାକୁ ପଡ଼ିବ

ଅଦ୍ୟତନ ହୋଇଛି
corona

corona

Advertisment

କରୋନାର ନୂଆ ଭ୍ୟାରିଆଣ୍ଟର ସଂକ୍ରମଣକୁ ନଜରରେ ରଖି ମେଡିକାଲ ଅକ୍ସିଜେନ୍ ଓ ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ । ଏବେ ଦେଶରେ କୋଭିଡ଼ ସଂକ୍ରମଣ କମ୍ ଥିଲେ ବି ପ୍ରସ୍ତୁତ ରହିବାକୁ ପଡ଼ିବ । ଭବିଷ୍ୟତରେ କିଛି ଚ୍ୟାଲେଂଜ ଆସିଲେ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ ପ୍ରସ୍ତୁତକାରୀ ପ୍ଲାଣ୍ଟ ପୂର୍ଣ୍ଣ କାର୍ଯ୍ୟକ୍ଷମ ସହ ଅକ୍ସିଜେନ୍ ପ୍ରସ୍ତୁତି ଓ ନିର୍ବିଘ୍ନ ଯୋଗାଣ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ସେହିପରି କରୋନା ସଂକ୍ରମଣକୁ ନଜରରେ ରଖି ବିମାନବନ୍ଦରରେ ବଢିଲା କଟକଣା । ୫ ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।

ସଂପୃକ୍ତ ଦେଶରୁ ଆସୁଥିବା ଯାତ୍ରୀ ଏୟାର ସୁବିଧା ଫର୍ମ ପୂରଣ କରି ନିଜ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେବେ । ଏହି ଦେଶ ଗୁଡିକରୁ ଆସିଥିବା ଯାତ୍ରୀମାନଙ୍କ ଠାରେ ଯଦି କରୋନା ଲକ୍ଷଣ କିମ୍ବା କରୋନା ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କୁ କ୍ୱାରେଣ୍ଟିନରେ ରଖାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି .।

Advertisment

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ପ୍ରିକସନ୍ ଡୋଜ୍ ଟିକାଦାନ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି। ରାଜ୍ୟ ସରକାରଙ୍କ ସହ ମିଟିଂ ପରେ କେନ୍ଦ୍ର ପକ୍ଷରୁ ଆଡଭାଇଜରି ଜାରି କରାଯାଇଥିଲା। ପ୍ରିକସନ୍ ଡୋଜ୍ ନେବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦିଆଯାଇଛି। ଆଗକୁ ଉତ୍ସବ ସମୟ ଥିବାରୁ, ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ପାଇଁ ପରାମର୍ଶ ଦିଆଯାଇଛି। ଗହଳି ଏଡ଼ାଇବା, ଗହଳି ଜାଗାରେ ମାସ୍କ ପରିଧାନକୁ ନିଶ୍ଚିତ କରିବା ପାଇଁ କୁହାଯାଇଛି। 

Coronavirus COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ