Advertisment

ଦେଶରେ ତଳ ମୁହାଁ କରୋନା ଗ୍ରାଫ୍; ଗତ ୨୪ ଘଣ୍ଟାରେ ୨୨,୮୪୨ ପଜିଟିଭ ଚିହ୍ନଟ,୨୪୪ ମୃତ

ଦେଶରେ କମୁଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ୨୨ ହଜାର ୮୪୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ କରୋନା । ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୮,୧୩,୯୦୩ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୪,୪୮,୮୧୭ ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା। ଏହାସହ ଗତ ୨୪ ଘଂଟା ମଧ୍ୟରେ ୨୫,୯୩୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

undefined

india coronavirus update 25 september 2021

Advertisment

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ୨୨ ହଜାର ୮୪୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ କରୋନା । ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୮,୧୩,୯୦୩ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୪,୪୮,୮୧୭ ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା। ଏହାସହ ଗତ ୨୪ ଘଂଟା ମଧ୍ୟରେ ୨୫,୯୩୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ସୁସ୍ଥଙ୍କ ସଂଖ୍ୟା ୩,୩୦ ,୯୪,୫୨୯ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଦେଶରେ ସୁସ୍ଥତା ହାର ୯୭.୮୭% ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେ ବି ୨,୭୦,୫୫୭ ଆକ୍ଟିଭ୍‌ କେସ୍‌ ରହିଛି। ଯାହାକୁ ନେଇ ଚିନ୍ତା ବଢିଛି ।

Advertisment

କେନ୍ଦ୍ର ଟୀକାକରଣ ମନ୍ତ୍ରଣାଳୟ କହିଛନ୍ତି, ଦେଶରେ ଟୀକାକରଣ ସଂଖ୍ୟା ୯୦ କୋଟି ଅତିକ୍ରମ କରିଛି। ଗତକାଲି ୭୩ ଲକ୍ଷ ୭୬ ହଜାର ୮୪୬ ଡୋଜ କରୋନା ଜୀବାଣୁ ଟିକା ଦିଆଯାଇଥିଲା। ଯାହା ପରେ ଟିକାକରଣ ସଂଖ୍ୟା ୯୦କୋଟି ୫୧ ଲକ୍ଷ ୭୫ ହଜାର ୩୪୮ କୁ ବୃଦ୍ଧି ପାଇଛି ।

ସବଚନା ଅନୁସାରେ,ଦେଶର ସବୁ ରାଜ୍ୟର ତୁଳନାରେ କେରଳରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୧୩ ହଜାର ୨୧୭ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୧୨୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗତକାଲି ୧୪ ହଜାର ୪୩୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ହେଲେ ବର୍ତ୍ତମାନ କେରଳରେ ମୋଟ ଆକ୍ଟିଭ୍‌ କେସ୍‌ ୪୧ ହଜାର ୧୫୫ ରହିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୨୫ ହଜାର ୩୦୩ରେ ପହଞ୍ଚିଛି ।

Advertisment
India COVID19 Updates Corona Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ