Advertisment

ଘାଏଁ ଘାଏଁ ବଢୁଛି ସଂକ୍ରମଣ : ପୁଣି ଫେରିବ କରୋନା କଟକଣା

ଦେଶ ହେଉ କି ରାଜ୍ୟ ପୁଣି ସଂକ୍ରମଣର ଲମ୍ବା ଡିଆଁ ମାରୁଛି କରୋନା। ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୭, ୩୭୯ ନୂଆ ଆକ୍ରାନ୍ତ। ସେହିପରି ରାଜ୍ୟରେ ଜାନୁଆରୀ ୧ରେ ଚିହ୍ନଟ ହୋଇଥିଲେ ୨୯୮ ପଜିଟିଭ୍, ହେଲେ ଆଜି ୬୮୦ ମାନେ ପାଖାପାଖି ଦୁଇ ଗୁଣା ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା

ଅଦ୍ୟତନ ହୋଇଛି
undefined

Corona Virus

Advertisment

ଦେଶରେ କରୋନା ପୁଣି ଏମିତି ଘାଣ୍ଟୁଛି ଯେ, ବାଧ୍ୟହୋଇ କେତେକ ରାଜ୍ୟ ପୁରୁଣା ଫର୍ମୁଲା ଆପଣାଇଲେଣି। ଯେମିତିକି ଦିଲ୍ଲୀରେ ତ ବେକାବୁ ସଂକ୍ରମଣରେ ବ୍ରେକ୍ ଦେବାକୁ ପୁଣି ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍‌ ସାଙ୍ଗକୁ ଓ୍ୱାର୍କ ଫ୍ରମ୍ ହୋମ୍ ନିୟମ। ପଂଜାବରେ ସବୁ ସହରାଞ୍ଚଳରେ ଜାରି ହୋଇଛି ନାଇଟକର୍ଫ୍ୟୁ। ଏଣେ ଓଡ଼ିଶାରେ ବି ସଂକ୍ରମଣ ଲମ୍ବା ଡିଆଁ ମାରୁଥିବାବେଳେ କେଉଁଠି ଅଫିସ୍ ସିଲ୍ ତ କେଉଁଠି ମାଇକ୍ରୋକଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଉଛି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସଙ୍କେତ ଦେଇଛନ୍ତି ଆଗକୁ ଆହୁରି ବଢ଼ିବ ସଂକ୍ରମଣ। ସେହିପରି ଦେଶରେ ଓମିକ୍ରନ୍ ସଂଖ୍ୟା ୧୯ଶହ ଛୁଇଁବା ଛୁଇଁବା ହେଉଛି।

Advertisment

ଦେଶ ହେଉ କି ରାଜ୍ୟ ପୁଣି ସଂକ୍ରମଣର ଲମ୍ବା ଡିଆଁ ମାରୁଛି କରୋନା। ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୭, ୩୭୯ ନୂଆ ଆକ୍ରାନ୍ତ। ସେହିପରି ରାଜ୍ୟରେ ଜାନୁଆରୀ ୧ରେ ଚିହ୍ନଟ ହୋଇଥିଲେ ୨୯୮ ପଜିଟିଭ୍, ହେଲେ ଆଜି ୬୮୦ ମାନେ ପାଖାପାଖି ଦୁଇ ଗୁଣା ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୩ ଜଣ ନୂଆ ଆକ୍ରାନ୍ତ ଥିବାବେଳେ ୧୮ ବର୍ଷରୁ କମ୍ ବର୍ଗରେ ଅଛନ୍ତି ୧୧୯ ଜଣ। ଏଣେ ନୂଆ ନୂଆ ଜାଗାରୁ ବି ଆସିବାରେ ଲାଗିଛି ସଂକ୍ରମଣର ଖବର। ଜଟଣୀ ନାଇଜରରେ ୩୧ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ ସେହି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ଓ ଆକ୍ରାନ୍ତମାନଙ୍କୁ ହଷ୍ଟେଲରେ ଆଇସୋଲେସନରେ ରଖାଯାଇଛି। ସେହିପରି ଭୁବନେଶ୍ୱର ବାଣୀବିହାର ଛକ ସ୍ଥିତ ଡିସିପି ଅଫିସ୍ କୁ ସିଲ୍ କରିଛି BMC। କାରଣ ସେଠୁ ଚିହ୍ନଟ ହୋଇଛନ୍ତି ୪ କୋଭିଡ୍ ପଜିଟିଭ୍। ଏଠାରୁ ୨୦ ଜଣଙ୍କ ଟେଷ୍ଟ କରାଯାଇଥିଲା, ୪ ସଂକ୍ରମିତ ଜଣାପଡ଼ିବା ପରେ ସମସ୍ତେ ହୋମ୍ କ୍ୱରେଣ୍ଟିନରେ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସେହିପରି ପୁରୀ ସହରକୁ ବି ଫେରିଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍। ୧୧ ନମ୍ବର ଓ୍ୱାର୍ଡରେ ଏକ ହୋଟେଲର ୨ କର୍ମଚାରୀ ଓ ଜଣେ ପର୍ଯ୍ୟଟକ ଓମିକ୍ରନ ଚିହ୍ନଟ ପରେ ସଂଲଗ୍ନ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏଣେ ରାଜ୍ୟରେ କରୋନାର ଦୃତ ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି-ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ଡେରିରେ ହେଲେ ବି ସଂକ୍ରମଣ ବଢ଼ିଛି ଓ ଆଗକୁ ଆହୁରି ବଢ଼ିବା ସମ୍ଭାବନା ରହିଛି। ତେବେ ସଂକ୍ରମଣ ବଢ଼ିଲେ ବି ମୁକାବିଲା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଆବଶ୍ୟକ ହେଲେ ସରକାର ନୂଆ ଗାଇଡ୍ଲାଇନ୍ ଜାରି କରିବେ। ତେବେ ଏଭଳି ସ୍ଥିତିରେ କରୋନାକୁ ମାତ୍ ଦେବାକୁ ହେଲେ ପୂର୍ବଭଳି ମାସ୍କ ଓ ଟେଷ୍ଟିଂକୁ ବଡ଼ ଅସ୍ତ୍ର ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

Advertisment

ସେପଟେ ଦେଶର ଅଧିକାଂଶ ରାଜ୍ୟ ସହ ବଡ଼ ବଡ଼ ସହରକୁ ପୁଣି କବଳିତ କଲାଣି କରୋନା। ଦିଲ୍ଲୀ, ମହାରାଷ୍ଟ୍ର, ପଂଜାବ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ଆଜି ୫ହଜାର ୪୮୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଦିଲ୍ଲୀରେ ଆକ୍ଟିଭ୍ କେସ୍ ୧୪,୮୮୯ରେ ପହଞ୍ଚିଛି। ତେବେ ଦୈନିକ ସଂକ୍ରମଣର ୮୦ ପ୍ରତିଶତରୁ ଅଧିକ କେବଳ ଓମିକ୍ରନ୍ ଚିହ୍ନଟ ହେଉଥିବାରୁ ନିୟମ ଆହୁରି କଠୋର କରିଛନ୍ତି ରାଜ୍ୟ ସରକାର। ଦିଲ୍ଲୀରେ ନାଇଟ କର୍ଫ୍ୟୁ ସହ ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍। ଶୁକ୍ରବାର ରାତି ୧୦ରୁ ସୋମବାର ସକାଳ ୫ ଯାଏ ସଟଡାଉନ୍ ସହ ସମସ୍ତ ସରକାରୀ ଅଫିସ ୱାର୍କ ଫ୍ରମ୍ ହୋମରେ ଚାଲିବାକୁ ହୋଇଛି ନିଷ୍ପତ୍ତି।

ସେହିପରି ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବେସରକାରୀ ଅଫିସ୍। ନିଜେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ବି କରୋନା ପଜିଟିଭ୍ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସ୍ୱଳ୍ପ ଲକ୍ଷଣ ଥିବାରୁ ଘରେ ଆଇସୋଲେସନରେ ଥିବା କହିଛନ୍ତି। ସେପଟେ ମୁମ୍ବାଇରେ ମାସେ ଯାଏଁ ସ୍କୁଲ ବନ୍ଦ ରହିଥିବାବେଳେ ପଂଜାବର ସମସ୍ତ ସହରାଞ୍ଚଳରେ ବି ନାଇଟ୍‌କର୍ଫ୍ୟୁ କଟକଣା ଲାଗୁ ହୋଇଛି। ଏଥିସହ ୫୦ ପ୍ରତିଶତ କ୍ଷମତାରେ ବାର୍, ସିନେମା ହଲ୍, ମଲ୍, ରେଷ୍ଟୁରାଣ୍ଟ, ସ୍ପା ଚଳାଇବାକୁ ଗାଇଡଲାଇନ୍ସ ଜାରି କରିଛନ୍ତି ପଂଜାବ ସରକାର।

Advertisment

ପଟିଆଲା ମେଡିକାଲ କଲେଜରେ ଶହେ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହେବା ପରେ ମେଡିକାଲ ହଷ୍ଟେଲ ଖାଲି କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପାଟନା ସ୍ଥିତ ନାଳନ୍ଦା ମେଡିକାଲ କଲେଜରେ ଗତକାଲି ୮୪ ପରେ ଆଜି ଆଉ ୭୨ ଜଣ ଡାକ୍ତର ଓ MBBS ଛାତ୍ରଛାତ୍ରୀ ବି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ କରୋନା ଏମିତି ଭାବରେ ବଢୁଥିବାରୁ ଚିନ୍ତାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର।

Coronavirus Corona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ