Advertisment

ଡିସେମ୍ବର ସୁଦ୍ଧା ସରିବ କରୋନାର ପ୍ରଥମ ଡୋଜ୍ ଟିକାକରଣ !

ଡ଼ିସେମ୍ବର ସୁଦ୍ଧା ରାଜ୍ୟରେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍‌ ଟିକାକରଣ ସାରିବାକୁ ରଖାଯାଇଛି ଲକ୍ଷ୍ୟ

Corona

Corona

Advertisment

ଭୁବନେଶ୍ୱର: ରାଜ୍ୟରେ ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅତିରିକ୍ତ ଟିକାକରଣ କେନ୍ଦ୍ର ଖୋଲାଯାଇଛି । ଫଳରେ ରାଜ୍ୟରେ ଏବେ ୨୪୦୦ କେନ୍ଦ୍ରରେ ଟିକାକରଣ କରାଯାଉଛି ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ଯେଉଁ ଗାଁରେ ୧୦୦ରୁ ଅଧିକ ଟିକା ନେଇନଥିବା ଲୋକ ଅଛନ୍ତି, ସେଠାରେ କେଦ୍ର ଖୋଲାଯାଇଛି।

Advertisment

ବର୍ତ୍ତମାନ ସୁଦ୍ଧା ୩ କୋଟି ୯୮ ଲକ୍ଷ ୭୪ ହଜାର ୨୮୫ ଡୋଜ୍ ଟିକାକରଣ ହୋଇଛି। ପ୍ରଥମ ଡୋଜ୍ ୨ କୋଟି ୬୬ ଲକ୍ଷ ୫୪ ହଜାର ୧୯୩ ହୋଇଥିବାବେଳେ ଦ୍ୱିତୀୟ ଡୋଜ୍ ୧ କୋଟି ୩୨ ଲକ୍ଷ ୨୦ ହଜାର ୯୨ ହୋଇଛି। ହର୍ ଘର ଦସ୍ତକ ଆରମ୍ଭ ହେବା ପରେ ଟିକାକରଣ ବଢ଼ିଥିବା ସେ କହିଛନ୍ତି। ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଅନ୍ୟ ଦେଶରେ ସଂକ୍ରମଣ ବଢ଼ିଥିଲେ ବି ଆମ ଦେଶରେ ବଢ଼ିନି।

ଏଣୁ ଆମକୁ ସତର୍କ ରହିବାକୁ ପଡ଼ିବ। ସେହିପରି ରାଜ୍ୟରେ ସ୍ଥିତି ଭଲ ଅଛି ବୋଲି ସେ କହିଛନ୍ତି। କରୋନା ସ୍ଥିତି ନୂଆ ହୋଇଥିବାରୁ ବୁଷ୍ଟର ଡୋଜ୍ ନେଇ ତର୍ଜମା ଚାଲିଛି। ଟେକ୍ନିକାଲ ବଡି କହିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ତା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

Advertisment
Coronavirus COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ