Advertisment

SCBରେ ଇକ୍‌ମୋ ଚିକିତ୍ସାଧୀନ ବ୍ୟକ୍ତିଙ୍କ ମୃତ୍ୟୁ

କଟକ ଏସ୍‌ସିବି ମେଡିକାଲରେ ଇକ୍‌ମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ସେ ହେଉଛନ୍ତି ପ୍ରଥମ ରୋଗୀ, ଯିଏକି ଏସ୍‌ସିବିରେ ଇକ୍‌ମୋରେ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇଛନ୍ତି। ମୃତକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ।

Cuttack SCB Medical

Cuttack SCB Medical

Advertisment

କଟକ: କଟକ ଏସ୍‌ସିବି ମେଡିକାଲରେ ଇକ୍‌ମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ସେ ହେଉଛନ୍ତି ପ୍ରଥମ ରୋଗୀ, ଯିଏକି ଏସ୍‌ସିବିରେ ଇକ୍‌ମୋରେ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇଛନ୍ତି। ମୃତକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ।

Advertisment

ଗତ ୨୯ ତାରିଖରେ ସମ୍ପୃକ୍ତ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଥିଲା। ଏହାପରେ ତାଙ୍କୁ ଏସ୍‌ସିବି କରୋନା ଓ୍ଵାର୍ଡରୁ ଇକ୍‌ମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ଅନ୍ୟପକ୍ଷରେ, କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗତକାଲି ଏସ୍‌ସିବି ଇକ୍‌ମୋ ୟୁନିଟ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଏସ୍‌ସିବି ମେଡିକାଲ୍‌ର ଇକ୍‌ମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଛି। କୋଭିଡ୍‌ ପରବର୍ତ୍ତୀ ଜଟିଳତାର ସେ ଶିକାର ହୋଇଛନ୍ତି। ଏବେ ମୋଟ ୩ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି।

ସୂଚନାଥାଉ କି, ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସ୍‌ସିବିରେ ୯ଟି ଇକ୍‌ମୋ ମେସିନ୍‌ ଉଦ୍‌ଘାଟନ କରିଥିଲେ। ଏହାପରେ ପ୍ରଥମ ଇକ୍‌ମୋ ରୋଗୀ ଭାବେ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ଭର୍ତ୍ତି ହେବା ପରେ ଏବେ ବଲାଙ୍ଗିରର ଜଣେ ମହିଳାଙ୍କ ‌ଇକ୍‌ମୋ ଚିକିତ୍ସା ଆରମ୍ଭ ହୋଇଛି। 

Advertisment
Odisha SCB Medical Covid Patient ECMO Treatment In SCB
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ