Advertisment

ଲୋକେ ମାନୁନାହାନ୍ତି କରୋନା କଟକଣା, ଖୋର୍ଦ୍ଧା ପରେ ବଢିପାରେ ରେଡ୍‌ ଜୋନ୍‌ର ସଂଖ୍ୟା

ଦିନ କେତେଟାର ବ୍ରେକ୍ ପରେ ଏବେ ରାଜ୍ୟରେ ପୁଣି ଉର୍ଦ୍ଧ୍ୱ ମୁହାଁ କରୋନା ସଂକ୍ରମଣ ସ୍ଥିତି। ଗଲା ତିନି ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ଅଧା ଚିହ୍ନଟ ହେଉଛନ୍ତି କେବଳ ଖୋର୍ଦ୍ଧା ଜିଲ୍ଲାରୁ।

ଅଦ୍ୟତନ ହୋଇଛି
undefined

CORONA

Advertisment

ଭୁବନେଶ୍ୱର: ଦିନ କେତେଟାର ବ୍ରେକ୍ ପରେ ଏବେ ରାଜ୍ୟରେ ପୁଣି ଉର୍ଦ୍ଧ୍ୱ ମୁହାଁ କରୋନା ସଂକ୍ରମଣ ସ୍ଥିତି। ଗଲା ତିନି ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ଅଧା ଚିହ୍ନଟ ହେଉଛନ୍ତି କେବଳ ଖୋର୍ଦ୍ଧା ଜିଲ୍ଲାରୁ। ତେଣୁ ଆଜି ଏ ଜିଲ୍ଲାକୁ ଫୋକସରେ ରଖି ରେଡ୍ ଜୋନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏପଟେ ପାର୍ବଣ ବେଳେ ଲୋକେ ନିୟମ ଓ କଟକଣାକୁ ଫୁ କରି ପୁଣି ଢିଲା ମାରୁଥିବାରୁ ଆଗକୁ କେରଳ ଭଳି ସ୍ଥିତି ହେବା ନେଇ ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

Advertisment

ସଂକ୍ରମଣ ବୃଦ୍ଧିରୁ ପୁଣି ରେଡ୍ ଜୋନରେ ରହିଲା ଖୋର୍ଦ୍ଧା ଜିଲ୍ଲା। ରାଜଧାନୀ ଭୁବନେଶ୍ୱରରେ ହୁ ହୁ ବଢୁଛି ଆକ୍ଟିଭ କେସ୍। ଗଲା କିଛି ଦିନ ଧରି କରୋନାର ଶାନ୍ତ ରୂପ ପରେ ଏବେ ପାର୍ବଣ ବେଳେ ପୁଣି ଉଗ୍ର ହୋଇଛି ମହାମାରୀ ଗଲା ତିନି ଦିନ ଭିତରେ ରାଜ୍ୟର କରୋନା ସଂକ୍ରମଣ ଗ୍ରାଫ୍ ବଢୁଛି। ଅକ୍ଟବୋର ୧୧ରେ ୪୪୮, ୧୨ରେ ୫୨୯ ଆଉ ୧୩ ତାରିଖରେ ୬୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଣେ ଗଲା ୩ ଦିନରେ ରାଜ୍ୟରେ ଯେତିକ ପଜିଟିଭ ବାହାରିଛନ୍ତି, ତାର ଅଧା ସଂକ୍ରମିତ ଚିହ୍ନଟ ହୋଇଛନ୍ତି କେବଳ ଖୋର୍ଦ୍ଧା ଜିଲ୍ଲାରୁ। ଅକ୍ଟୋବର ୧୧ରେ ୨୦୮, ୧୨ରେ ୨୭୪। ଆଉ ୧୩ରେ ୩୨୩ ଆକ୍ରାନ୍ତ ହେଲେ ଚିହ୍ନଟ। ଏପଟେ ଆଜି ସୁଦ୍ଧା ଜିଲ୍ଲାର ଆକ୍ଟିଭ୍‌ କେସ୍‌ର ସଂଖ୍ୟା ୨ ହଜାର ୫୩୫ ଛୁଇଁଛି। ତେଣୁ ନିୟମ ଅନୁସରେ ଅଢେଇ ହଜାର ଆକ୍ଟିଭ୍‌ କେସ୍ ଅତିକ୍ରମ କରିଥିବାରୁ ଜିଲ୍ଲାକୁ ଫୋକସରେ ରଖି ରେଡ୍ ଜୋନ୍ ଘୋଷଣା କରିଛି ସ୍ୱାସ୍ଥ୍ୟ ବିଭାଗ।

Advertisment

ଖୋର୍ଦ୍ଧାରେ କରୋନା ସଂକ୍ରମଣର ଗ୍ରାଫ୍ ଉପରମୁହାଁ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ଜଟିଳ ହେବାରେ ଲାଗିଛି। ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେ ଭିତରୁ ଅଧିକାଂଶ କେଶ୍ ବିଏମସି ଅଞ୍ଚଳରୁ ହିଁ ଆସୁଛି। ବିଶେଷଜ୍ଞଙ୍କ ମତରେ ପାର୍ବଣରେ କିଣାକିଣି ପାଇଁ ବଜାର ଘାଟରେ ଲୋକଙ୍କ ଅସମ୍ଭବ ଭିଡ଼, ଘରୋଇ ଉତ୍ସବରେ ଜନଗହଳି ପରିବେଶ ଏବଂ ସଭା ସମିତି ଆୟୋଜନ କାରଣରୁ ରାଜଧାନୀରେ ବ୍ୟାପିବାରେ ଲାଗୁଛି ମହାମାର। ତେବେ ଲୋକଙ୍କ ଏ ଖାମଖିଆଲି ମନୋଭାବ ପୁଣି ଯେ ସୁପରସ୍ପ୍ରେଡର ତିଆରି ନକରିବ ଏବଂ ଆଗକୁ ଓଡ଼ିଶାରେ କେରଳ ଭଳି ସ୍ଥତି ନହେବ, ତାହା କହିହେବନି ବୋଲି ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

କରୋନା ସଂକ୍ରମଣରେ ବ୍ରେକ୍ ଲାଗିବାର ପ୍ରାୟ ଦୁଇ ମାସ ପରେ ଖୋର୍ଦ୍ଧା ରେଡ୍ ଜୋନକୁ ଆସିବା ପରେ ଏବେ ସ୍ୱାସ୍ଥ୍ୟ ବିଭାଗ ଫୋକସରେ କଟକ ଜିଲ୍ଲା ରହିଛି। କାରଣ ଏଠାରେ ବି ସଂକ୍ରମଣର ଗ୍ରାଫ୍ ତଳ ଉପର ସ୍ଥିତି ଚିନ୍ତା ବଢାଉଛି। ଏପରି ସ୍ଥିତିରେ ଏବେ ରାଜ୍ୟବାସୀଙ୍କୁ ତୃତୀୟ ଲହର ଭୟ ଘାରିବା ଆରମ୍ଭ କରିଛି।

Advertisment
Odisha COVID19 Corona Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ