Advertisment

ଦିନକରେ ଦେଶରେ ୨,୩୪,୨୮୧ ଆକ୍ରାନ୍ତ ଚିହ୍ନଟ; ଓଡ଼ିଶାରେ ୨୪ ଘଣ୍ଟାରେ ବାହାରିଲେ ୪,୮୪୩ ପଜିଟିଭ୍‌

ଦେଶରେ ଦିନକରେ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୯୧୧ରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
Coronavirus

Coronavirus

Advertisment

ଦେଶରେ ଦିନକରେ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୯୧୧ରେ ପହଞ୍ଚିଛି। ସେହିପରି ଦେଶରେ ଆଉ ୮୯୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Advertisment

ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୩୪ ହଜାର ୨୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୮୯୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଦୈନିକ ପଜିଟିଭିଟି ହାର ୧୪.୫୦% ରହିଛି। ଏହାସହ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୪ ହଜାର ୯୧ରେ ପହଞ୍ଚିଛି। ସେହିପରି ଆକ୍ଟିଭ୍‌ କେସ୍‌-୧୮,୮୪,୯୩୭ ଥିବାବେଳେ ୩,୮୭,୧୩,୪୯୪ ଜଣ ସୁସ୍ଥ ହୋଇସାରିଲେଣି।

ସେହିପରି ଦିନକରେ ଓଡ଼ିଶାରେ ୪ ହଜାର ୮୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୨,୮୧୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୨,୦୨୮ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୬୩ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧,୦୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଚିହ୍ନଟ ୪,୮୪୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫୮, ବାଲେଶ୍ୱରରୁ ୧୫୨ , ବରଗଡ଼ରୁ ୮୦ , ଭଦ୍ରକରୁ ୬୦ , ବଲାଙ୍ଗିରରୁ ୯୫, ବୌଦ୍ଧ ୪୯, କଟକରୁ ୩୭୯ , ଦେବଗଡ଼ରୁ ୭୩ , ଢେଙ୍କାନାଳରୁ ୪୫ , ଗଜପତିରୁ ୬୨, ଗଞ୍ଜାମରୁ ୬୭, ଜଗତସିଂହପୁରରୁ ୧୦୦, ଯାଜପୁରରୁ ୧୬୬ , ଝାରସୁଗୁଡ଼ାରୁ ୬୧ , କଳାହାଣ୍ଡିରୁ ୧୫୮, କନ୍ଧମାଳରୁ ୫୨ ଓ କେନ୍ଦ୍ରାପଡ଼ାରୁ ୭୦, କେନ୍ଦୁଝରରୁ ୮୧, ଖୋର୍ଦ୍ଧାରୁ ୧,୦୨୩ କୋରାପୁଟରୁ ୫୦, ମାଲକାନଗିରିରୁ ୧୮, ମୟୂରଭଞ୍ଜରୁ ୧୫୨ , ନବରଙ୍ଗପୁରରୁ ୧୩୭ , ନୟାଗଡରୁ ୧୯୪, ନୂଆପଡ଼ାରୁ ୧୬୬, ପୁରୀରୁ ୭୨ , ରାୟଗଡ଼ାରୁ ୯୯ , ସମ୍ବଲପୁରରୁ ୧୨୮, ସୋନପୁରରୁ ୭୩, ସୁନ୍ଦରଗଡରୁ ୭୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୧୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୫,୯୧୧ରେ ପହଞ୍ଚିଛି। ସେଥିମଧ୍ୟରୁ ୧୧,୮୪,୧୭୪ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌ ୫୩,୦୯୦ ରହିଛି। 

Advertisment
COVID19 Corona Cases In Odisha Corona Cases In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: