Advertisment

ପୁରୀକୁ ଫେରିଲା କଣ୍ଟେନମେଣ୍ଟ, ହୋଟେଲ୍‌ରୁ ୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ପୁରୀ ସମୁଦ୍ରକୂଳ ନିକଟ ଏକ ହୋଟେଲ୍‌ରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ହୋଟେଲ୍‌ ସଲଗ୍ନ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସଟ୍‌ଡାଉନ୍‌ ଘୋଷଣା କରିଛି।

ଅଦ୍ୟତନ ହୋଇଛି
Containment Zone Returns To Puri

Containment Zone Returns To Puri

Advertisment

ପୁରୀକୁ ଫେରିଲା କଣ୍ଟେନମେଣ୍ଟ। ପୁରୀ ସମୁଦ୍ରକୂଳ ନିକଟ ଏକ ହୋଟେଲ୍‌ରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ହୋଟେଲ୍‌ର ୨ ଜଣ କର୍ମଚାରୀ ଓ ଜଣେ ପର୍ଯ୍ୟଟକ ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି। 

Advertisment

ଏହାପରେ ଜିଲ୍ଲା ପ୍ରଶାସନ ଏବେ ସହରର ୧୧ ନମ୍ବର ୱାର୍ଡର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ହୋଟେଲ୍‌ ସଲଗ୍ନ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସଟ୍‌ଡାଉନ୍‌ ଘୋଷଣା କରିଛି।ଏହି ଅଞ୍ଚଳରେ କେହି ବ୍ୟକ୍ତି ପ୍ରବେଶ କରିପାରିବେନି। ସମ୍ପୂର୍ଣ୍ଣ ଅଞ୍ଚଳରେ ଯାତାୟତକୁ ବନ୍ଦ କରାଯାଇଛି।  ଏହି ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପହଞ୍ଚାଇବ।  

ରାଜ୍ୟରେ ଦିନକରେ ୬୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୯୭, ଲୋକାଲ୍ କେସ୍ ୨୮୩ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୯ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୩ ଜଣ ସଂକ୍ରମିତ ଚିହ୍ନଟ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୬ ହଜାର ୬୬୦କୁ ବୃଦ୍ଧି ହୋଇଛି। 

Advertisment
COVID19 Containment Zone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ