Advertisment

ଓମିକ୍ରନ୍‌କୁ ଅଟକାଇବ କି ଚୁଇଙ୍ଗମ୍? ଜାଣନ୍ତୁ ବିଶେଷଜ୍ଞଙ୍କ ରିପୋର୍ଟ...

କରୋନାର ନୂଆ ଭେରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ବେଶ ଚିନ୍ତିତ । ସାରା ବିଶ୍ୱରେ ଭୟାବହ ପରିସ୍ଥିତି ଉପୁଜିବାରେ ଲାଗିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଯାଏଁ ୪୭ ରୁ ଅଧିକ ଦେଶରେ ଓମିକ୍ରନ୍ ଭେରିଆଣ୍ଟ ବ୍ୟାପି ସାରିଲାଣି । ବୈଜ୍ଞାନିକମାନେ ଏକ ଉଦ୍ଭିଦ-ଉତ୍ପାଦିତ ପ୍ରୋଟିନ୍ ଅର୍ଥାତ ଏକ ଚୁଇଙ୍ଗମ୍ ବିକଶିତ କରୁଛନ୍ତି ଯାହାକି SARS-CoV-2 ଭୂତାଣୁ ପାଇଁ ଔଷଧ ଭାବେ କାମ କରିବ ।

Covid 19

Covid 19

Advertisment

ୱାଶିଂଟନ୍: କରୋନାର ନୂଆ ଭେରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ବେଶ ଚିନ୍ତିତ । ସାରା ବିଶ୍ୱରେ ଭୟାବହ ପରିସ୍ଥିତି ଉପୁଜିବାରେ ଲାଗିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଯାଏଁ ୪୭ ରୁ ଅଧିକ ଦେଶରେ ଓମିକ୍ରନ୍ ଭେରିଆଣ୍ଟ ବ୍ୟାପି ସାରିଲାଣି । ତେବେ ଓମିକ୍ରନ୍ ଜନିତ କାହାର ମୃତ୍ୟୁ ହୋଇନଥିଲେ ମଧ୍ୟ ଏହା ଦ୍ରୁତ ଗତିରେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି ।

Advertisment

କରୋନାର ନୂଆ ଚର୍ଚ୍ଚିତ ତଥା ଚିନ୍ତାଜନକ ଭାରିଆଣ୍ଟ ଓମିକ୍ରନ୍ । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା ଏହି ପ୍ରଜାତି କରୋନା ଭୂତାଣୁର ବୈଜ୍ଞାନିକ ନାମ B.1.1.529 ହେଲେ ଏହାର ଡାକ ନାଁ ଓମିକ୍ରନ୍ କିନ୍ତୁ କାହିଁକି ? କେଉଁଠୁ ଆସିଲା ଆଗରୁ ଶୁଣାଯାଇନଥିବା ଏହି ଅଜବ ଶବ୍ଦ? ବାସ୍ତବରେ ବୈଜ୍ଞାନିକମାନେ କରୋନାର ବିଭିନ୍ନ ଭାରିଆଣ୍ଟକୁ ଏହାର ସାଇଣ୍ଟିଫିକ୍ ନେମ୍ ବା ବୈଜ୍ଞାନିକ ନାମରେ ଚିହ୍ନଟ କରନ୍ତି, ହେଲେ ସାଧାରଣ ଲୋକଙ୍କ ପାଇଁ ଏଭଳି ଜଟିଳ ସଂଖ୍ୟାଭିତ୍ତିକ ନାମ ମନେ ରଖିବା କଷ୍ଟସାଧ୍ୟ । ଏହାସହ ଗଣମାଧ୍ୟମରେ ଭୁଲ୍ ରିପୋର୍ଟିଂ ହୋଇଯିବାର ମଧ୍ୟ ଆଶଙ୍କା ରହିଛି ।

ବୈଜ୍ଞାନିକମାନେ ଏକ ଉଦ୍ଭିଦ-ଉତ୍ପାଦିତ ପ୍ରୋଟିନ୍ ଅର୍ଥାତ ଏକ ଚୁଇଙ୍ଗମ୍ ବିକଶିତ କରୁଛନ୍ତି ଯାହାକି SARS-CoV-2 ଭୂତାଣୁ ପାଇଁ ଔଷଧ ଭାବେ କାମ କରିବ । ବୈଜ୍ଞାନିକଙ୍କ ଅନୁଯାୟୀ, ACE-2 ନାମକ ଏକ ପ୍ରୋଟିନ୍ ଲୋକଙ୍କ ପାଟିରେ ଥିବା ଭୂତାଣୁ ସଂଖ୍ୟା ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

Advertisment

ଆମେରିକାର ପେନ୍‌ସିଲଭାନିଆ ୟୁନିଭରସିଟିର ହେନେରୀ ଡାନିଏଲ କହିଛନ୍ତି ଯେ SARS-CoV-2 ସାଲାଇଭାର ନକଲ କରିଥାଏ । ଯେଉଁମାନେ ସଂକ୍ରମିତ ହୋଇଥାନ୍ତି, ସେମାନଙ୍କ ଠାରୁ ଥଣ୍ତା, କାଶ, ଛିଙ୍କ ବେଳେ ଅନ୍ୟମାନଙ୍କୁ ସଂକ୍ରମିତ ହୋଇଥାଏ । ଡାନିଏଲଙ୍କ କହିବା ଅନୁଯାୟୀ ଏହି ଚୁଇଙ୍ଗମ୍ ଖାଇବା ଫଳରେ ସାଲାଇଭାରେ ଥିବା ଭୂତାଣୁ ସଂକ୍ରମିତ ହୁଏନାହିଁ । ଯାହା ଦ୍ୱାରା ସଂକ୍ରମଣର ମୁଖ୍ୟ ଉତ୍ସକୁ ହ୍ରାସ ପାଇଥାଏ । ବୈଜ୍ଞାନିକମାନେ ବର୍ତ୍ତମାନ ଏହାର ପରୀକ୍ଷା ପାଇଁ ଆଇନଗତ ଅନୁମତିକୁ ଅପେକ୍ଷା କରିଛନ୍ତି ।

COVID-19 Chewing Gum
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ