• Astrospeak
  • Live TV
  • Read In English

୧୦ ରାଜ୍ୟର ୨୭ ଜିଲ୍ଲାରେ ବଢ଼ୁଛି ସଂକ୍ରମଣ ! ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସରକାର

କରୋନା ବଢ଼ୁଥିବାରୁ ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସରକାର । ୧୦ ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ବଢ଼ୁଛି ।

corona
corona

ନୂଆଦିଲ୍ଲୀ : ଦେଶରେ ପୁଣି ବଢ଼ୁଛି ସଂକ୍ରମଣ । ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସତର୍କ ହୋଇଯାଇଛନ୍ତି । ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ନୂଆ ଭାରିଏଣ୍ଟ୍ ଓମିକ୍ରନ୍‌ରେ ସଂକ୍ରମିତ ରୋଗୀ ଚିହ୍ନଟ ହେଉଛନ୍ତି । ଓମିକ୍ରନ୍‌ର ଆତଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କୁ କ୍ରମାଗତ ଭାବରେ ଚେତାବନୀ ଦିଆଯାଉଛି । କରୋନା ତୃତୀୟ ଲହରୀ ଆଶଙ୍କା କରି କେନ୍ଦ୍ର ସରକାର ଏକ ଚିଠି ଲେଖିଛନ୍ତି । ୧୦ ଟି ରାଜ୍ୟର ୨୭ଟି ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି । ପରିସ୍ଥିତି ଉପରେ ନିୟନ୍ତ୍ରଣ କରିବାକୁ ତଥା ସତର୍କତା ଅବଲମ୍ବନ କରିବାକୁ ଚିଠିରେ କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ୧୦ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ଚିଠି ଲେଖିଛନ୍ତି । ବଢ଼ୁଥିବା କରୋନା ସଂକ୍ରମଣ ପାଇଁ ଏହି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସଚିବ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଚେତାବନୀ ଦିଆଯାଇଛି । ଗତ ଦୁଇ ସପ୍ତାହ ମଧ୍ୟରେ ଏହି ୧୦ ଟି ରାଜ୍ୟର ୨୭ ଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସେମାନଙ୍କ ଉପରେ କଡା ନଜର ରଖିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର କହିଛନ୍ତି ।

କେନ୍ଦ୍ର ଦ୍ୱାରା ପ୍ରକାଶିତ ତାଲିକା ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା । ପଜିଟିଭ୍ ରେଟ୍ ୧୦ ପ୍ରତିଶତରୁ ଅଧିକ ଥିବା ଜିଲ୍ଲା ଗୁଡ଼ିକୁ ପ୍ରଥମ ଭାଗରେ ବିଭକ୍ତ କରାଯାଇଛି । ସେହିପରି ସଂକ୍ରମଣ ବଢ଼ୁଥିବା ତିନୋଟି ରାଜ୍ୟରେ ଆଠଟି ଜିଲ୍ଲା ସାମିଲ ରହିଛି । ଏହି ରାଜ୍ୟଗୁଡିକର ନାମ ହେଉଛି ମିଜୋରାମ, କେରଳ ଏବଂ ସିକ୍କିମ୍ । ଏଥି ସହିତଅରୁଣାଚଳ ପ୍ରଦେଶ, ପୁଡୁଚେରୀ, ମଣିପୁର, ପଶ୍ଚିମବଙ୍ଗ ଏବଂ ନାଗାଲାଣ୍ଡର ଅନ୍ୟ ଜିଲ୍ଲା ମଧ୍ୟ ସାମିଲ ରହିଛି, ଯେଉଁଠାରେ ପଜିଟିଭ୍ ରେଟ୍ ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି।

ସେପଟେ ଦିନକୁ ଦିନ ଦେଶରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ଆଉ ୭ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠୁ ଚିନ୍ତାଜନକ ବିଷୟ ସଂକ୍ରମିତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଅଛି । ଚିହ୍ନଟ ୭ ନୂଆ ସଂକ୍ରମିତଙ୍କ ମଧ୍ୟରୁ ମୁମ୍ବାଇରୁ ୩ ଜଣ ଏବଂ ପିମ୍ପୋରୀ ଚିଞ୍ଚଲୱାଡ ନଗରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛ । ବର୍ତ୍ତମାନ ସୁଦ୍ଧା ଯେତେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସମସ୍ତଙ୍କର ସାମାନ୍ୟ ଲକ୍ଷଣ ଦେଖା ଦେଇଛି। ପ୍ରଥମଥର ପାଇଁ ଦେଶରେ ଜଣେ ଶିଶୁ ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ଓମିକ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି ।