Advertisment

କୋଭିଡ୍‌ କଟକଣା କୋହଳ କଲା BMC

ପୂର୍ବରୁ ଜାରି ହୋଇଥିବା କୋଭିଡ୍‌ କଟକଣାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୋହଳ କରିଛି। ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇଛି। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ।

ଅଦ୍ୟତନ ହୋଇଛି
new covid guidelines

new covid guidelines

Advertisment

ଭୁବନେଶ୍ୱର: ପୂର୍ବରୁ ଜାରି ହୋଇଥିବା କୋଭିଡ୍‌ କଟକଣାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୋହଳ କରିଛି। ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇଛି। ଏଣିକି ଏସବୁ କାର୍ଯ୍ୟରେ ସର୍ବାଧିକ ୨୫୦ ଜଣ ଯୋଗ ଦେଇପାରିବେ। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ।  

Advertisment

ପୂର୍ବରୁ BMC ଏସବୁ କାର୍ଯ୍ୟରେ ୫୦ ଜଣରୁ ଅଧିକ ଏକାଠି ନହେବାକୁ କଟକଣା ଜାରି କରିଥିଲା। ହେଲେ ବର୍ତ୍ତମାନ ରାଜଧାନୀରେ କୋଭିଡ ସଂକ୍ରମଣ ସାମାନ୍ୟ କମି ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି।  

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୮ ବର୍ଷରୁ କର୍ମ ବର୍ଗର ୬୫ ଜଣ ଅଛନ୍ତି। କ୍ୱାରେଣ୍ଟିନ୍‌ରୁ ୨୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୧୫୬ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୧୮୨ ଜଣ ଚିହ୍ନଟ ହୋଇଛନ୍ତି।

COVID19 Bhubaneswar Municipal Corporation BMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ