Advertisment

କଟକଣା ମଧ୍ୟରେ ପାଳନ ହେବ ବଡଦିନ:BMC

ଚିନ୍ତା ବଢାଇଲାଣି ଓମିକ୍ରନ୍ । ପ୍ରଥମେ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଓମିକ୍ରନ୍ ଅକ୍ରାନ୍ତ ଥିବାର ସୂଚନା ମିଳିଛି । ରାଜଧାନୀରେ କୋଭିଡ୍ ସ୍ଥିତି ନେଇ BMC କମିଶନର ସଞୟ ସିଂଙ୍କ ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ ଅନୁସାରେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅଦ୍ୟତନ ହୋଇଛି
Christmas Celebration Ban

Christmas Celebration Ban

Advertisment

ଭୁବନେଶ୍ୱର: ଚିନ୍ତା ବଢାଇଲାଣି ଓମିକ୍ରନ୍ । ପ୍ରଥମେ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଓମିକ୍ରନ୍ ଅକ୍ରାନ୍ତ ଥିବାର ସୂଚନା ମିଳିଛି । ରାଜଧାନୀରେ କୋଭିଡ୍ ସ୍ଥିତି ନେଇ BMC କମିଶନର ସଞୟ ସିଂଙ୍କ ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ ଅନୁସାରେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।

Advertisment

ଏବେ ସୁଦ୍ଧା ଭୁବନେଶ୍ୱରରେ ୬ଟି ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଛି । ନୂଆବର୍ଷ ପାଇଁ ରାଜ୍ୟ ସରକାର କରିଥବା କଟକଣା କଡାକଡି ଭାବେ ପାଳନ କରାଯିବ । ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବାରୁ ବିଏମସି ସତର୍କତାମୂଳକ ପଦକ୍ଷେପ ନେଉଛି । ଗାଇଡଲାଇନ ଅନୁସାରେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ବିଦେଶ ଫେରନ୍ତା ପଜିଟିଭ ଆସିଲେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ବଡ଼ଦିନ ଓ ନୂଆବର୍ଷରେ ସଂକ୍ରମଣ ବୃଦ୍ଧି ନହେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।

ଏହାସହ ଦୈନିକ ୭୦ ହଜାରରୁ ଅଧିକ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ବିଦେଶ ଫେରନ୍ତା ଉପରେ ତୀକ୍ଷ୍ଣ ନଜର ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟିକାକରଣକୁ ଆହୁରି ବ୍ୟାପକ କରାଯିବ। ଆଗରୁ ରାଜ୍ୟରେ ଦୁଇଟି ଓ ବର୍ତ୍ତମାନ ଦୁଇଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଅଧିକ ଚିହ୍ନଟ ହେବା ନେଇ ସରକାରୀ ସ୍ତରରେ କୌଣସି ସୂଚନା ନାହିଁ ।

Advertisment

ଗତକାଲି ଓମିକ୍ରନ ମୁକାବିଲା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ସରକାର ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି ବୋଲି ଏଥିରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ। ସର୍ଭେଲାନ୍ସକୁ ଜୋରଦାର, ଟିକାକରଣକୁ ବ୍ୟାପକ କରାଯିବା, ଜିନମ୍ ସିକୁଏନ୍ସିଂ ସଂଖ୍ୟା ବୃଦ୍ଧି କରାଯିବା, ଟେଷ୍ଟିଂ, ଟ୍ରାକିଂକୁ ଗୁରୁତ୍ୱ ଦେବା ଓ ନୂଆ ବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଉପରେ ଆଲୋଚନା କରାଯାଇଥିଲା।

ରାଜ୍ୟରେ ଆଉ ୧୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କ୍ୱାରେଣ୍ଟିନ୍‌ରୁ ୯୧, ଲୋକାଲ୍ କେସ୍ ୬୪ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୫୩ ହଜାର ୫୦୪କୁ ବୃଦ୍ଧି ହୋଇଛି। ଯାଜପୁର ଜିଲ୍ଲାର ଜଣେ ଆକ୍ରାନ୍ତ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୮,୪୪୮କୁ ବୃଦ୍ଧି ହୋଇଛି।

Advertisment
COVID19 New Year Omicron Christmas Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ