Advertisment

୮ଶହ ଟଙ୍କାରେ ମିଳିବ ନାଜାଲ ଭ୍ୟାକସିନ୍

ଭାରତ ବାୟୋଟେକ୍ ପକ୍ଷରୁ ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ କରାଯାଇଛି।

ଅଦ୍ୟତନ ହୋଇଛି
Bharat Biotech's Nasal Vaccine iNCOVACC

Bharat Biotech's nasal vaccine to be priced at Rs 800/dose

Advertisment

କୋଭିଡ୍ ଲଢ଼େଇ ପାଇଁ ଆସିଥିବା ନାଜାଲ୍ ଭ୍ୟାକ୍ସନିର ଦର ନିର୍ଦ୍ଧାରଣ ହୋଇଛି। ଘରୋଇ ହସ୍ପିଟାଲରେ ୮ଶହ ଟଙ୍କାରେ ଏହି ଭ୍ୟାକ୍ସିନ ଉପଲବ୍ଧ ହେବ। ସେହିପରି ସରକାରୀ ହସ୍ପିଟାଲରେ ଏହାର ଦର ୩୨୫ ଟଙ୍କା ରହିବ ବୋଲି ସୂଚନା ମିଳିଛି। ଆସନ୍ତା ଜାନୁଆରୀ ଚତୁର୍ଥ ସପ୍ତାହରେ ଇନକୋଭ୍ୟାକ୍ ଭ୍ୟାକ୍ସିନ ଉପଲବ୍ଧ ହେବ। 

Advertisment

ଭାରତ ବାୟୋଟେକ୍ ପକ୍ଷରୁ ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ କରାଯାଇଛି। କୋଓ୍ୱିନ୍ ପୋର୍ଟାଲରେ ଏବେ ଏହି ଭ୍ୟାକ୍ସିନ ବୁକ୍ କରାଯାଇପାରିବ। ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏହି ଭ୍ୟାକ୍ସିନ୍କୁ ବୁଷ୍ଟର ଡୋଜ୍ ଭାବେ ନେଇପାରିବେ। ଅଧିକ ଉତ୍ପାଦନ ପରେ ସରକାରୀ ହସ୍ପିଟାଲରେ ଏହି ଭ୍ୟାକ୍ସିନ ୩୨୫ ଟଙ୍କାରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।  

କୋଭିଡ୍ ମୁକାବିଲାକୁ ଏବେ ବଡ଼ ବଳ ଯୋଗାଇବ ନାଜାଲ ଭ୍ୟାକ୍ସିନ୍‌। ଖାଲି ସିରିଞ୍ଜ ନୁହେଁ, ନାକ ପୁଡ଼ାରେ ବି ନେଇହେବ କରୋନା ଭ୍ୟାକସିନ୍। ଭାରତ ବାୟୋଟେକ୍‌ର ନାଜାଲ୍ ଭ୍ୟାକ୍ସିନ୍-ଇନକୋଭ୍ୟାକ୍ ସାମିଲ ହେବା ପରେ ଦେଶର କୋଭିଡ୍ ଟିକାକରଣ ଅଭିଯାନରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ପ୍ରାରମ୍ଭିକ ଭାବେ ଇନକୋଭ୍ୟାକ୍ ଟୀକା ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ।

Advertisment

ଅଧିକ ପଢ଼ନ୍ତୁ: କୋଭିଡ୍ ମୁକାବିଲାକୁ ବଡ଼ ବଳ: COWINରେ ସାମିଲ ନାଜାଲ ଭ୍ୟାକ୍ସିନ ଇନକୋଭ୍ୟାକ୍

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ନାଜାଲ ଭ୍ୟାକ୍ସିନ୍ ଦୁଇ ପ୍ରକାର ବାଟରେ କୋଭିଡ୍‌କୁ ମାତ୍ ଦେବ। ପୂର୍ବ ଟୀକାଗୁଡ଼ିକ ଭଳି ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ଏବଂ ନାକ ଓ ଗଳା ବାଟେ ଶରୀରକୁ କରୋନା ଭୂତାଣୁ ପ୍ରବେଶକୁ ମଧ୍ୟ ରୋକିବାରେ ସମର୍ଥ ହେବ। ବଜାରରେ ଉପଲବ୍ଧ ହେବା ପରେ ଲୋକେ ଏହାକୁ ନିଜେ ବ୍ୟବହାର କରି କୋଭିଡ୍ କବଳରୁ ବର୍ତ୍ତିପାରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

Advertisment
COVID-19 Bharat Biotech Corona Vaccine Nasal Vaccine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ