Advertisment

ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଏହି ନିର୍ଦ୍ଦେଶ ଦେଇଛନ୍ତି।

covid19 vaccination

covid19 vaccination

Advertisment

ଭୁବନେଶ୍ୱର: ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଚିଠିରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ଉଲ୍ଲେଖ କରିଛନ୍ତି ଯେ, ନକଲି କୋଭିସିଲ୍ଡ ଟିକା ନେଇ WHO ସତର୍କ କରିଛି। ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆରେ ନକଲି କୋଭିସିଲ୍ଡ ଠାବ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିକ ସଜାଗ ହେବାକୁ କହିଛି। ତେଣୁ ଟିକା ବ୍ୟବହାର ପୂର୍ବରୁ ଉତ୍ପାଦ ଓ ସପ୍ଲାଏ ଚେନ୍ ପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି। ଘରୋଇ ହସ୍ପିଟାଲର ଘର ପାଖରେ ଟିକାକରଣ ଅଭିଯାନ ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି କିଛି ନଜରକୁ ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ACS ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଗତକାଲି ମହାମାରୀ କରୋନା ଭାଇରସ ବିରୋଧରେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଡୋଜ୍ ଭ୍ୟାକ୍ସିନ ଦିଆଯାଇଛି । ତେବେ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛି । ଶୁକ୍ରବାର ଦିନ ଭାରତ ଏହି ସଫଳତା ହାସଲ କରିଛି। ସରକାରୀ ଆକଳନ ଅନୁସାରେ, ଶୁକ୍ରବାର ଦିନ ମୋଟ ୧ କୋଟି ୬୪ ହଜାର ୩୭୬ ଡୋଜ ଟିକାକରଣ ହୋଇଛି। ଏହାପୂର୍ବରୁ ୧୬ ଅଗଷ୍ଟରେ ଗୋଟିଏ ଦିନରେ ସର୍ବାଧିକ ୮.୮୨ ଲକ୍ଷ ଡୋଜ ଟିକାକରଣ ହୋଇଥିଲା।

୨୪ ଘଣ୍ଟାରେ ରାଜ୍ୟରେ  ୭୭୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୫ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୪୫୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୩୨୫ ରହିଛି । ଅନ୍ୟପଟେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

Advertisment
Odisha COVID19 COVID19 Vaccination
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ