Advertisment

ତିନିଥର କରୋନା ପଞ୍ଝାରେ ପଡିଲେଣି ବାବୁଲ ସୁପ୍ରିୟୋ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଟିଏମସି ନେତା ବାବୁଲ ସୁପ୍ରିୟୋ ତୃତୀୟ ଥର ପାଇଁ କୋଭିଡଙ୍କ ପଜିଟିଭ୍ ହୋଇଥିବା ନେଇ ନିଜେ ସ୍ପଷ୍ଟ କରିଛନ୍ତି । ମହାମାରୀ ଦେଶରେ ପ୍ରବେଶ କରିବା ଦିନ ଠାରୁ ବାବୁଲ ସୁପ୍ରିୟୋ ବାରମ୍ୱାର କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Babul Supriyo

Babul Supriyo

Advertisment

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଟିଏମସି ନେତା ବାବୁଲ ସୁପ୍ରିୟୋ ତୃତୀୟ ଥର ପାଇଁ କୋଭିଡଙ୍କ ପଜିଟିଭ୍ ହୋଇଥିବା ନେଇ ନିଜେ ସ୍ପଷ୍ଟ କରିଛନ୍ତି । ମହାମାରୀ ଦେଶରେ ପ୍ରବେଶ କରିବା ଦିନ ଠାରୁ ବାବୁଲ ସୁପ୍ରିୟୋ ଏଥରକୁ  ମିଶାଇ ତିନି ଥର  ପାଇଁ କରୋନା ପଞ୍ଝାରେ ପଡ଼ିଲେଣି। ବାବୁଲ ସୁପ୍ରିୟୋଙ୍କ ସମେତ ତାଙ୍କ ପତ୍ନୀ, ବାପା ଓ ତାଙ୍କର କିଛି କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି।

Advertisment

ଗତବର୍ଷ ଜୁଲାଇରେ ବାବୁଲ ସୁପ୍ରିୟୋ ବିଜେପି ଛାଡି ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗେସରେ ଯୋଗ ଦେଇଥିଲେ। ଏବେ କୋଭିଡ୍ ଜିଟିଭ ଥିବା ନେଇ ସେ ଖୋଦ୍ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଏଥିସହ ସେ କୋଭିଡ କକଟେଲ ଶଟ୍‌ର ଦାମକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରି ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି କୋଭିଡ କକଟେଲ ଶଟ ଗୁରୁତର ଅସୁସ୍ଥ ଲୋକଙ୍କୁ ଦିଆଯାଇଥାଏ । ବାବୁଲ ତାଙ୍କ ୮୪ ବର୍ଷୀୟ ବାପାଙ୍କ ପାଇଁ ଏହାକୁ କିଣିଛନ୍ତି। କିନ୍ତୁ ଗରିବ ଶ୍ରେଣୀର ଲୋକମାନେ କେମିତି ଏହାକୁ କିଣିବେ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ସେ ଟ୍ୱିଟ ମାଧ୍ୟମରେ କହିଛନ୍ତି ଯେ, “ମୁଁ, ମୋ ପତ୍ନୀ, ବାପା ଓ ମୋର ଏକାଧିକ କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ୬୧ ହଜାର ଟଙ୍କା ପଡ଼ୁଥିବା କକଟେଲ ଶଟ୍‌ ପାଇଁ ମୁଁ ଚିନ୍ତା ପ୍ରକଟ କରୁଛି। ଏହି ଶଟ୍‌ ଗୁରୁତର ଅସୁସ୍ଥ ଲୋଙ୍କୁ ଦିଆଯାଏ। ମୋ ବାପାଙ୍କ ବୟସ ୮୪ ବର୍ଷ ଓ ତାଙ୍କ ପାଇଁ ମୁଁ ସ୍ପଟ ଉପରେ ଟଙ୍କା ଦେଇ ଏହାକୁ କିଣିବାକୁ ବାଧ୍ୟ ହୋଇଛି”।

Advertisment

ବାବୁଲ ସୁପ୍ରିୟୋ ଆହୁରି କହିଛନ୍ତି ଯେ, “ପଛୁଆ ବର୍ଗରେ ଲୋକମାନେ ଏତେ ଟଙ୍କା ଏହି ଶଟ୍‌ ପାଇଁ କେମିତି ଦେବେ? କରୋନା ଟିକାର ଦୁଇଟି ଯାକ ଡୋଜ୍‌ ମଧ୍ୟ ନୂଆ ସଂକ୍ରମଣରୁ ରକ୍ଷା ଦେଇପାରୁନି। ତେଣୁ ସରକାର କକଟେଲ ଶଟ ତୁରନ୍ତ ହସ୍ପିଟାଲରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରନ୍ତୁ। ଏଥିସହ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ଦରକାର। ଟିକାକରଣ ନିଶ୍ଚିତ ଥିଲେ ମଧ୍ୟ ବର୍ତ୍ତମାନ ସମୟରେ କକଟେଲ ମଧ୍ୟ ଜରୁରୀ।” ସେ ଏହି ଟ୍ୱିଟକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଅ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି।

Covid Positive Babul Supriyo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ