Covid Cases Rise In Delhi And Other States
ଦିଲ୍ଲୀ ଭଳି କିଛି ରାଜ୍ୟରେ ସଂକ୍ରମଣ ବଢିବା ପରେ ଓଡ଼ିଶା ସରକାର ସଜାଗ ହୋଇଛନ୍ତି। ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଆମ ରାଜ୍ୟରେ ବହୁତ କମ ପଜିଟିଭ୍ ବାହାରୁଛି। ୭ରୁ ୮ ଜିଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରେ ସଂକ୍ରମଣ କେସ୍ ନାହିଁ। ତେଣୁ ସେଭଳି ଆତଙ୍କିତ ହେବା ପରିସ୍ଥିତି ନାହିଁ।
ତଥାପି ସେଭଳି କିଛି ପରିସ୍ଥିତି ଉପୁଜିଲେ ସତର୍କ ରହିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛୁ। ସମସ୍ତେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲା ଗୁଡ଼ିକୁ କୁହାଯାଇଛି। ଆଇସିଏମଆର ନିୟମାବଳୀ ଅନୁଯାୟୀ, ଟେଷ୍ଟ ବଢା ଯାଉଛି। କ୍ଲଷ୍ଟର ଆଉଟ ବ୍ରେକ୍ ଯେଉଁଠି ହେଉଛି ତାହା ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ହାଇ ରିସ୍କ ପପୁଲେସନ ଉପରେ ନଜର ରଖାଯାଇଛି ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ଦେଶରେ କରୋନା ସଂକ୍ରମଣ ପୁଣିଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣ କମିବା ପରେ ସରକାର କୋଭିଡ୍ ନିୟମ କୋହଳ କରିଥିଲେ। ନାଇଟ୍ କର୍ଫ୍ୟୁ ହଟାଇ ଦିଆଯିବା ସହ ଆହୁରି ଅନେକ କଟକଣା କୋହଳ କରାଯାଇଥିଲା। ହେଲେ ଲୋକମାନେ କୋଭିଡ୍ ନିୟମକୁ ଠିକ୍ଭାବେ ପାଳନ କରୁ ନାହାନ୍ତି। ଅଧିକାଂଶ ଲୋକ ବିନା ମାସ୍କରେ ଖୁଲମଖୁଲା ବାହାରେ ବୁଲୁଥିବା ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ୱ ମଧ୍ୟ କେହି ମାନୁ ନାହାନ୍ତି। ଏପରି ଲାଗୁଛି ସତେ ଯେମିତି କରୋନା ଆଉ ନାହିଁ। ହେଲେ ଲୋକଙ୍କ ଏହି ଖାମଖିଆଲି ମନୋଭାବ ଯୋଗୁ ସଂକ୍ରମଣ ପୁଣିଥରେ ବଢ଼ିଛି। ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣାରେ କରୋନା କେସ୍ ବୃଦ୍ଧି ପାଇଛି।
ଗୋଟିଏପଟେ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଓଡ଼ିଶାରେ ମୁହଁ ମୁକୁଳା। ନା ଏଠି କେହି ମାସ୍କ ପିନ୍ଧୁଛନ୍ତି ନା କେହି କୋଭିଡ୍ ନିୟମକୁ ଠିକ୍ ଭାବେ ପାଳନ କରୁଛନ୍ତି। ସର୍ବସାଧାରଣ ସ୍ଥାନ, ମାର୍କେଟ, ମଲ୍ ସବୁଠି ଲୋକମାନେ ଖୁଲମଖୁଲା ନିୟମକୁ ଉଲ୍ଲଂଘନ କରୁଥିବା ନଜର ଆସିଛି। ଯଦି ବେଳ ବେଳ ଥାଉ ଥାଉ ଲୋକମାନେ ସଚେତନ ନହୁଅନ୍ତି ଓ ପୂର୍ବଭଳି ନିୟମକୁ କଡ଼ାକଡ଼ି ପାଳନ ନକରନ୍ତି ତା’ହେଲେ ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ସ୍ଥିତି ଉପୁଜିପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1650287713.jpg)