Advertisment

ଓମିକ୍ରନ୍ ପରେ ଏବେ ନୂଆ ଭାରିଆଣ୍ଟ IHU: ପୁଣି ଚିନ୍ତାରେ ସାରା ବିଶ୍ୱ

କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସାରା ବିଶ୍ୱ ତ୍ରସ୍ତ ହୋଇ ପଡିଥିବା ବେଳେ ଫ୍ରାନ୍ସରେ ଆଉ ଏକ ଭାରିଆଣ୍ଟ ଚିହ୍ନଟ କରାଯାଇଛି । ନୂତନ ଭାରିଆଣ୍ଟର ନାମ ଆଇଏଚୟୁ(IHU) ରଖାଯାଇଛି । ଫ୍ରାନ୍ସର ୧୨ଜଣଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଆଇଏଚୟୁ ମେଡିଟେରାନି ଇନଫେକ୍ସନ୍ ପକ୍ଷରୁ ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
IHU

IHU

Advertisment

କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସାରା ବିଶ୍ୱ ତ୍ରସ୍ତ ହୋଇ ପଡିଥିବା ବେଳେ ଫ୍ରାନ୍ସରେ ଆଉ ଏକ ଭାରିଆଣ୍ଟ ଚିହ୍ନଟ କରାଯାଇଛି । ନୂତନ ଭାରିଆଣ୍ଟର ନାମ ଆଇଏଚୟୁ(IHU) ରଖାଯାଇଛି । ଫ୍ରାନ୍ସର ୧୨ଜଣଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଆଇଏଚୟୁ ମେଡିଟେରାନି ଇନଫେକ୍ସନ୍ ପକ୍ଷରୁ ସୂଚନା ମିଳିଛି । ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ କିଛି ଦିନ ପୂର୍ବରୁ ଆଫ୍ରିକାର କାମେରୁନ୍‌କୁ ଯାଇଥିବାର ସୂଚନା ମିଳିଛି । ନୂଆ ଭାରିଆଣ୍ଟ ଆଇଏଚୟୁର କଣ ଲକ୍ଷଣ ରହିବ ସେ ସମ୍ପର୍କରେ ଏଯାଏଁ ସବିଶେଷ ତଥ୍ୟ ମିଳିପାରିନାହିଁ । ଏଯାବତ୍ ନୂଆ ଭାରିଆଣ୍ଟର ୪୬ଟି ମ୍ୟୁଟେସନ ହୋଇଥିବା ସୂଚନା ମିଳିଛି ।

Advertisment

ଓମିକ୍ରନ୍‌(Omicron)ପରେ ବୈଜ୍ଞାନିକମାନେ କରୋନାର ଆଉ ଏକ ଭାରିଆଣ୍ଟ ଠାବ କରିଛନ୍ତି। ଏହି ଭାରିଆଣ୍ଟର ନାଁ ‘IHU’(Variant IHU)। ୪୬ ଥର ଏହା ରୂପ ବଦଳାଇ ସାରିଥିବା କଥା ଜଣାପଡ଼ିଛି। କୁହାଯାଉଛି ଯେ, ଏହା କରୋନା ଭାଇରସ୍‌ ଠୁ ଅଧିକ ସଂକ୍ରାମକ ଓ ଟିକା ପ୍ରତିରୋଧୀ ହୋଇପାରେ । ‘ଡେଲି ମେଲ୍‌’ର ଏକ ରିପୋର୍ଟ ଅନୁସାରେ, ଫ୍ରାନ୍ସରେ ଭାରିଆଣ୍ଟ୍‌ ‘IHU’( B.1.640.2)କୁ ଠାବ କରାଯାଇଛି। ଫ୍ରାନ୍ସର ମାର୍‌ସୈଲ୍‌ରେ ନୂଆ ଭାରିଆଣ୍ଟ୍‌ ‘IHU’ର ୧୨ ମାମଲା ସାମ୍ନାକୁ ଆସିଛି। ଆଫ୍ରିକୀୟ ଦେଶ Cameroonରୁ ଫେରିଥିବା ଲୋକଙ୍କ ଠାରେ ଏହି ନୂଆ ଭାରିଆଣ୍ଟ୍‌ ଚିହ୍ନଟ କରାଯାଇଛି।

ନୂଆ ଭାରିଆଣ୍ଟ୍‌ କେତେ ଭୟଙ୍କର ଓ କେତେ ସଂକ୍ରାମକ ତାହା ଏବେ ସ୍ପଷ୍ଟ ହୋଇନାହିଁ। କାରଣ ଫ୍ରାନ୍ସରେ ଏବେ ଓମିକ୍ରନ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ମୋଟ୍‌ କରୋନା କେସ୍‌ର ୬୦% ହେଉଛି ଓମିକ୍ରନ୍‌ କେସ୍‌। ଏହି ଭାରିଆଣ୍ଟକୁ ଗତ ଡିସେମ୍ବରରେ Méditerranée Infection Foundation ଠାବ କରିଥିଲା। ଆଶ୍ୱସ୍ତିକର ବିଷୟ, ଭାରିଆଣ୍ଟ୍‌ ‘IHU’ର ସଂକ୍ରମଣ ଏପର୍ଯ୍ୟନ୍ତ ଦ୍ରୁତ ଗତିରେ ବ୍ୟାପି ନାହିଁ। ଅନ୍ୟ କେଉଁ ସବୁ ଦେଶରେ ଏହି ଭାରିଆଣ୍ଟ୍‌ ବ୍ୟାପିଛି ତାହା ମଧ୍ୟ ଜଣାପଡ଼ନି।

Advertisment

ନୂଆ ଭାରିଆଣ୍ଟ୍‌ ‘IHU’କୁ ଠାବ କରିଥିବା ଟିମ୍‌ର ମୁଖ୍ୟ ପ୍ରଫେସର ଫିଲିପ୍‌ କୋଲସନ୍‌ କହିଛନ୍ତି, ‘ପରୀକ୍ଷାକୁ ଜଣାପଡ଼ିଛି ନୂଆ ଭାରିଆଣ୍ଟ୍‌ E484K ମ୍ୟୁଟେସନ୍‌ରୁ ସୃଷ୍ଟି ହୋଇଛି। ଯାହାକି ଟିକା ପ୍ରତିରୋଧୀ। ଅର୍ଥାତ୍‌ ଟିକାର ପ୍ରଭାବ ଏହା ଉପରେ କମ୍‌ କାମ କରୁଛି। ଭାରିଆଣ୍ଟ୍‌ ‘IHU’ ପୂର୍ବରୁ ଓମିକ୍ରନ୍‌ ଭାରିଆଣ୍ଟ୍‌ ଠାବ କରାଯାଇଥିଲା। ଆଫ୍ରିକାରୁ ଠାବ ହୋଇଥିବା ଏହି ଭାରିଆଣ୍ଟ୍‌ ଅନେକ ଦେଶକୁ କାୟା ବିସ୍ତାର କରିସାରିଲାଣି। ଭାରତରେ ମଧ୍ୟ ଓମିକ୍ରନ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଡେଲ୍‌ଟା କିମ୍ବା ଡେଲ୍‌ଟା ପ୍ଲସ୍‌ ଭଳି ଏହା ଭୟଙ୍କର ନହେଲେ ମଧ୍ୟ ଏହା ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିବାରେ ଲାଗିଛି।

COVID19 IHU
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ