Advertisment

ଆବିଷ୍କାର ହେଲା ନୂଆ ଫଙ୍ଗସ୍‌; ଦେଖା ଦେଉଛି ଏମିତି ଲକ୍ଷଣ

ଏବେ ଆଉ ଏକ ନୂଆ ଫଙ୍ଗସ୍‌ର ଆବିଷ୍କାର ହୋଇଛି। ଭୁବନେଶ୍ୱର ଏମ୍ସ ଗବେଷକଙ୍କ ଏହି ନୂଆ ଫଙ୍ଗସ୍‌ର ଆବିଷ୍କାର କରିଛନ୍ତି। ଏନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଏହି ନୂଆ ଫଙ୍ଗସ୍‌ର ନାଁ ‘ଅରୁଣାଲୋକେ’ ରଖାଯାଇଛି।

ଅଦ୍ୟତନ ହୋଇଛି
ଆବିଷ୍କାର ହେଲା ନୂଆ ଫଙ୍ଗସ୍‌; ଦେଖା ଦେଉଛି ଏମିତି ଲକ୍ଷଣ

discover of a new fungus

Advertisment

ଭୁବନେଶ୍ୱର: ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରି ଅନେକ ଲୋକଙ୍କ ଜୀବନ ନେଇଥିବା ବେଳେ ଏହାପରେ ଗୋଟିଏ ପରେ ଗୋଟିଏ ପରେ ଫଙ୍ଗସ୍‌ ଚିହ୍ନଟ ହୋଇଥିଲା। ଏବେ ଆଉ ଏକ ନୂଆ ଫଙ୍ଗସ୍‌ର ଆବିଷ୍କାର ହୋଇଛି। ଭୁବନେଶ୍ୱର ଏମ୍ସ ଗବେଷକଙ୍କ ଏହି ନୂଆ ଫଙ୍ଗସ୍‌ର ଆବିଷ୍କାର କରିଛନ୍ତି। ଏନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଏହି ନୂଆ ଫଙ୍ଗସ୍‌ର ନାଁ ‘ଅରୁଣାଲୋକେ’ ରଖାଯାଇଛି। 

Advertisment

ନୂଆ ଫଙ୍ଗସ୍ ‘ଅରୁଣାଲୋକେ’ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସୃଷ୍ଟି କରୁଥିବା ସୂଚନା ମିଳିଛି। କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ ମାତ୍ରାଧିକ ଓ ଦୀର୍ଘ ଦିନ ଯାଏ ଷ୍ଟିରଏଡ୍, ଆଣ୍ଟି ବାଓଟିକ୍ ଔଷଧ ଆଦି ଦିଆଗଲେ ସେ କରୋନାରୁ ସୁସ୍ଥ ହୋଇଯାଉଥିଲେ। ହେଲେ ଫଙ୍ଗାଲ୍ ଇନ୍‌ଫେକସନ୍‌ ହେବାର ଆଶଙ୍କା ବଢ଼ିଯାଏ। 

ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେବା ଦେଖା ଦେଉଛି। ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସଂକ୍ରମଣ ହେଲେ ନାକରୁ କଳା ରଙ୍ଗର ପାଣି ବାହାରିବା ସହ ଆଖି ନାଲି ପଡ଼ି ଫୁଲିଯାଏ, ମୁଣ୍ଡ ଚାରି ପଟେ ବିନ୍ଧେ, ପାଟି ଭିତରେ ଯନ୍ତ୍ରଣା ହୁଏ। କେତେଜଣଙ୍କ ପାଟି ଭିତରେ କଳା ଦାଗ ମଧ୍ୟ ଦେଖାଯାଇଥାଏ। 

Advertisment

ଅନ୍ୟପକ୍ଷେ, ରାଜ୍ୟରେ ୨୪ ଘଣ୍ଟାରେ ୯୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪୧୨ ରହିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୨୮ ଜଣ ଶୂନରୁ ୧୮ ବର୍ଷ ବୟସର ଅଛନ୍ତି। ସେହିପରି ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। 

Advertisment
Bhubaneswar AIIMS Arunaloke New Fungus Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ