Again Daily Covid-19 Count Breaches 1000 Mark In Odisha
ରାଜ୍ୟରେ ପୁଣି ହଜାରେ ଟପିଲା ଦୈନିକ କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୪୧ ରହିଛି। ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୨୨ ଜଣ ଆକ୍ରାନ୍ତ ଅଛନ୍ତି।
ଖୋର୍ଦ୍ଧାରୁ ସର୍ବାଧିକ ୩୬୧, କଟକରୁ ୧୩୫, ସୁନ୍ଦରଗଡ଼ରୁ ୧୧୧ ଏବଂ ସମ୍ବଲପୁରରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୮ ହଜାର ୨୪୦କୁ ବୃଦ୍ଧି ପାଇଛି। ଏହାରି ମଧ୍ୟରେ ଆକ୍ଟିଭ୍ କେସ୍ ୫ ହଜାର ୩୭୬ ଥିବା ବେଳେ ୧୨ ଲକ୍ଷ ୮୩ ହଜାର ୬୮୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗତକାଲି ୧ ହଜାର ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।
7. Dhenkanal: 2
8. Gajapati: 3
9. Ganjam: 6
10. Jagatsinghpur: 21
11. Jajpur: 21
12. Jharsuguda: 18
13. Kalahandi: 14
14. Kandhamal: 6
15. Kendrapada: 18
16. Keonjhar: 4
17. Khurda: 361
18. Koraput: 3
19. Malkangiri: 1
20. Mayurbhanj: 52
21. Nawarangpur: 5
22. Nayagarh: 18
— I & PR Department, Odisha (@IPR_Odisha) July 16, 2022
23. Nuapada: 11
24. Puri: 44
25. Rayagada: 13
26. Sambalpur: 58
27. Sonepur: 31
28. Sundargarh: 111
29. State Pool: 76New recoveries: 514
Cumulative tested: 32333644
Positive: 1298240
Recovered: 1283683
Active cases: 5376
— I & PR Department, Odisha (@IPR_Odisha) July 16, 2022
ସେପଟେ ୧୮ରୁ ୫୯ ବୟସ ବର୍ଗଙ୍କୁ ଦିଆଯାଉଛି କୋଭିଡ ପ୍ରିକସନ୍ ଡୋଜ୍। ଗତକାଲିଠୁ କୋଭିଡ ପ୍ରିକସନ୍ ଡୋଜ୍ ଆରମ୍ଭ ହୋଇଛି। ଟିକା ନେବା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ଲୋକେ ଲାଇନ୍ ଲଗାଇଛନ୍ତି। ୭୫ ଦିନ ଧରି ଚାଲିବ ଏହି ଅଭିଯାନ। ରାଜ୍ୟରେ ୨ ହଜାର ୩୨୦ ଟିକାକରଣ କେନ୍ଦ୍ରରେ ଚାଲିଛି ପ୍ରିକସନ୍ ଡୋଜ୍ ଟିକାକରଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1657950387.jpg)