Advertisment

ମନେ ପଡ଼ି ଯାଉଛି ସୁଖର ଦିନ : ସ୍ୱାମୀଙ୍କ ଫଟୋକୁ ଛାତିରେ ଜାବୁଡ଼ି ବାହୁନି କାନ୍ଦୁଛନ୍ତି ବିଧବା ମହିଳା

କରୋନା ମହାମାରୀ ଆସିଲା କେତେ ଲୋକଙ୍କ ଜୀବିକା ବୁଡାଇଲା ତ କେତେ ଲୋକଙ୍କ ଜୀବନ ନେଲା । ଏବେ ଅନେକ ପରିବାର ନିଜ ଆତ୍ମୀୟ ପରିଜନକୁ ହରାଇ ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି । ଦୁଇ ଛୁଆକୁ ବାପଛେଉଣ୍ଡ କରିଦେଲା ଅଦୃଶ୍ୟ ଭାଇରସ୍ । ମହାମାରୀରେ ଆପଣାର ମଣିଷ ସବୁଦିନ ପାଇଁ ଆରପାରିକୁ ଚାଲିଗଲା । ସ୍ୱାମୀ ଚାଲିଯିବା ପରେ ଅସହାୟ ହୋଇଯାଇଛି ପୂରା ପରିବାର। ଦୁଇ ଶିଶୁଙ୍କୁ ଧରି ଏକ ବର୍ଷରୁ ଅଧିକ ଦିନ ହେଲା ଦୁଃଖ ସାଗରରେ ଜୀବନ ବିତାଉଛନ୍ତି ରଞ୍ଜୁ ଗୌଡ଼ । ଏବେ ସରକାରୀ ସହାୟତା ହିଁ ଏକ ମାତ୍ର ଭରସା ।

ଅଦ୍ୟତନ ହୋଇଛି
ମନେ ପଡ଼ି ଯାଉଛି ସୁଖର ଦିନ : ସ୍ୱାମୀଙ୍କ ଫଟୋକୁ ଛାତିରେ ଜାବୁଡ଼ି ବାହୁନି କାନ୍ଦୁଛନ୍ତି ବିଧବା ମହିଳା

bhanjanagar

Advertisment

ଭଞ୍ଜନଗର(ରାଜେଶ କୁମାର ପଣ୍ଡା) : କରୋନା ମହାମାରୀ ଆସିଲା କେତେ ଲୋକଙ୍କ ଜୀବିକା ବୁଡାଇଲା ତ କେତେ ଲୋକଙ୍କ ଜୀବନ ନେଲା । ଏବେ ଅନେକ ପରିବାର ନିଜ ଆତ୍ମୀୟ ପରିଜନକୁ ହରାଇ ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି । ଦୁଇ ଛୁଆକୁ ବାପଛେଉଣ୍ଡ କରିଦେଲା ଅଦୃଶ୍ୟ ଭାଇରସ୍ । ମହାମାରୀରେ ଆପଣାର ମଣିଷ ସବୁଦିନ ପାଇଁ ଆରପାରିକୁ ଚାଲିଗଲା । ସ୍ୱାମୀ ଚାଲିଯିବା ପରେ ଅସହାୟ ହୋଇଯାଇଛି ପୂରା ପରିବାର। ଦୁଇ ଶିଶୁଙ୍କୁ ଧରି ଏକ ବର୍ଷରୁ ଅଧିକ ଦିନ ହେଲା ଦୁଃଖ ସାଗରରେ ଜୀବନ ବିତାଉଛନ୍ତି ରଞ୍ଜୁ ଗୌଡ଼ । ଏବେ ସରକାରୀ ସହାୟତା ହିଁ ଏକ ମାତ୍ର ଭରସା ।

Advertisment

ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ଗଣ୍ଡାଧର ପଞ୍ଚାୟତ ହରିପୁର ଗାଁର ରଞ୍ଜୁ ଗୌଡ଼। ଆଜିକୁ ଏକ ବର୍ଷ ପୂର୍ବେ ସ୍ୱାମୀ ପୁର୍ଣ ଚନ୍ଦ୍ର ଗୌଡ଼ କରୋନାରେ ଜୀବନ ହାରିବା ପରେ ବେସାହାରା ହୋଇପଡିଛନ୍ତି । ରଞ୍ଜୁଙ୍କ ସ୍ୱାମୀ ପୂର୍ଣଚନ୍ଦ୍ର ସୁରଟରେ ରହି ଶ୍ରମିକ ଭାବେ କାମ କରୁଥିଲେ । ହେଲେ ପୁଅ ଜନ୍ମ ହୋଇଥିବା ଖବର ପାଇ ସେ ଗାଁକୁ ଆସିଥିଲେ । ଆଉ କିଛି ମାସ ଗାଁରେ ରହିବା ପରେ ସେ କରୋନାରେ ଆକ୍ରାନ୍ତ ହେଲେ । ସପ୍ତାହେ ଧରି ମେଡିକାଲରେ ଚିକିତ୍ସିତ ହେବା ପରେ ଗତ ବର୍ଷ ଜୁନ୍ ମାସରେ ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ହୋଇଥିଲା।

Advertisment

ସ୍ୱାମୀ ଚାଲିଯବା ପରେ ଏବେ ଭଗବାନଙ୍କ ଭରସାରେ ଦୁଇ ଛୁଆଙ୍କୁ ଧରି ରହିଛନ୍ତି ରଞ୍ଜୁ । ସରକାରୀ ସାହାଯ୍ୟ କହିଲେ ମାତ୍ର ୫ କିଲୋ ଚାଉଳ ମିଳୁଛି । ଏଯାଏଁ ବିଧବା ଭତ୍ତା ମଧ୍ୟ ମିଳିନି । ପିଲାଙ୍କ ପାଇଁ ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଡିବା ରଞ୍ଜୁଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ସାହି ପଡୋଶୀ ଯିଏ ଯାହା ଦେଲା ସେଥିରେ ପରିବାର ଚଳାଉଛନ୍ତି । କରୋନାରେ ମୃତ୍ୟୁ ହୋଇଥିବା ପରିବାର ପାଇଁ ସରକାରଙ୍କ ଆଶୀର୍ବାଦ ଯୋଜନା କରିଛନ୍ତି । ହେଲ ଏହି ଯୋଜନା ବାସ୍ତବରେ କେତେ କାର୍ଯ୍ୟକ୍ଷମ ରଞ୍ଜୁଙ୍କ ପରିବାରକୁ ଦେଖିଲେ ଜାଣି ହେଉଛି । ଏବେ ସରକାରୀ ସାହାଯ୍ୟ ପାଇଲେ ଛୁଆ ଦୁହିଁଙ୍କୁ ପାଠ ପଢାଇବା ସହ ପରିବାର ଚଳାଇ ପାରିବେ ବୋଲି ରଞ୍ଜୁ କହିଛନ୍ତି । ରଞ୍ଜୁଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି।

ଅନ୍ୟପଟେ ଘଟଣା ସମ୍ପର୍କରେ ଜାଣିବା ପରେ ମଞ୍ଜୁଙ୍କୁ ବିଧବା ଭତ୍ତା, ୩୫ କିଲୋ ଚାଉଳ ସହ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗୋଷ୍ଠି ଉନ୍ନୟନ ଅଧିକାରୀ ।

Advertisment
Odisha Ganjam Covid Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ