Advertisment

ଓଡ଼ିଶାରେ ୯୮ % ଓମିକ୍ରନ୍ : ଆଇଏଲ୍‌ଏସ୍‌

ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ । ଏହି ସୂଚନା ଆଇଏଲଏସ୍‌ର ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି । ଜାନୁୟାରୀ ୨୭ରୁ ଆଇଏଲ୍ଏସ୍ ପକ୍ଷରୁ ଗତ ଫେବ୍ରୁୟାରୀ ୪ ତାରିଖ ମଧ୍ୟରେ ୨୪୧ଟି କରୋନା ପଜିଟିଭ୍ ନମୂନାର ସିକ୍ୱେନ୍ସିଂ କରାଯାଇଥିଲା । ସେଥିମଧ୍ୟରୁ ୬ଟି ନମୂନାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ବଳକା ୨୩୫ଟି ନମୂନାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି ।

ଅଦ୍ୟତନ ହୋଇଛି
98 PC Covid Infections In Odisha Are Of Omicron Variant: ILS Report

ସେହିପରି, ଗଞ୍ଜାମ ଜିଲ୍ଲାରେ ୪୭ଟି ନମୂନାରୁ ୪୭ଟି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଏଇଠି ଶତପ୍ରତିଶତ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ତାପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରୁ ମୋଟ ଜିନମ ସିକ୍ୱେନ୍ସିଂ କରାଯାଇଥିବା ୪୯ଟି ନମୂନାରୁ ୪୫ ଜଣ ଓମିକ୍ରନ୍ ସଂକ୍ରମିତ ରହିଛନ୍ତି । ୪ ଜଣଙ୍କ ଜିନମ୍ ସିକ୍ୱେନ୍ସିଂରୁ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ କରାଯାଇଥିଲା ।

ଅନ୍ୟପକ୍ଷେ, କଟକରେ ମଧ୍ୟ ଶତ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ କରାଯାଇଥିଲା । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ୍ ନିର୍ଦ୍ଦେଶକ ଅବଗତ କରିଛନ୍ତି ।

Advertisment
Odisha Omicron Variant Omicron Cases In Odisha ILS Report
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ