Coronavirus
ପାଟନା: ବିହାରରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ରବିବାର ଚିହ୍ନଟ ୩୫୨ ସଂକ୍ରମିତଙ୍କ ମଧ୍ୟରୁ ନାଲନ୍ଦା ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍ରେ କେବଳ ୮୭ ଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶନିବାର ୧୨ ଜଣ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ରବିବାର ୧୯୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୮୭ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି।
ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରଙ୍କ ମଧ୍ୟରେ ଜୁନିଅର ଡାକ୍ତର, ଇଣ୍ଟର୍ଣ୍ଣ ଓ ପିଜି ଛାତ୍ର ଅଛନ୍ତି। ପଜିଟିଭ୍ ଚିହ୍ନଟ ସମସ୍ତ ଡାକ୍ତର ଲକ୍ଷଣ ବିହୀନ କିମ୍ବା କିଛି ଜଣଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି। ସମସ୍ତଙ୍କୁ ହସ୍ପିଟାଲ୍ କ୍ୟାମ୍ପସରେ ସଂଗରୋଧରେ ରଖା ଯାଇଛି ବୋଲି ପାଟନା ଡିଏମ୍(District Magistrate) ଚନ୍ଦ୍ରଶେଖର ସିଂ କହିଛନ୍ତି। ଏକାସଙ୍ଗେ ଏତେ ସଂଖ୍ୟକ ଡାକ୍ତର ପଜିଟିଭ୍ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି।
ସୂଚନାଥାଉ କି, ଗତ ସପ୍ତାହରେ ବିହାରରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ଡାକ୍ତର ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639727812.jpg)