Advertisment

ଦେଶର ୯୦ ଜିଲ୍ଲାରେ ରହିଛି ୮୦ ପ୍ରତିଶତ ସଂକ୍ରମଣ

୬୬ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି। ଓଡ଼ିଶାର ୨ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ଥିବା କହିଛନ୍ତି ଲବ୍ ଅଗ୍ରୱାଲ। ସେପଟେ ଗର୍ଭବତୀ ମହିଳା ଟିକା ନେବା ଜରୁରୀ ବୋଲି କହିଛନ୍ତି ଡାକ୍ତର ଭି.କେ. ପଲ୍।

ଦେଶର ୯୦ ଜିଲ୍ଲାରେ ରହିଛି ୮୦ ପ୍ରତିଶତ ସଂକ୍ରମଣ

Lav Agarwal

Advertisment

ନୂଆଦିଲ୍ଲୀ: ଭାରତରେ ୯୦ ଜିଲ୍ଲାରେ ରହିଛି ୮୦ ପ୍ରତିଶତ ସଂକ୍ରମଣ। ଦେଶରେ କରୋନା ସ୍ଥିତି ଉପରେ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ। ଗତ ସପ୍ତାହରେ ଦେଶରେ ଦୈନିକ ସଂକ୍ରମଣ ୮ ପ୍ରତିଶତ ହାରରେ କମିଛି। ତେବେ ମୋଟ ସଂକ୍ରମଣର ୮୦ ପ୍ରତିଶତ ବର୍ତ୍ତମାନ ୯୦ଟି ଜିଲ୍ଲାରେ ସୀମିତ ମହାରାଷ୍ଟ୍ର ଓ କେରଳରେ ପୁଣି ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ଦେଶର ମୋଟ ସଂକ୍ରମଣର ୫୩ ପ୍ରତିଶତ କେବଳ ମହାରାଷ୍ଟ୍ର ଓ କେରଳର ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୬୬ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି। ଓଡ଼ିଶାର ୨ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ଥିବା କହିଛନ୍ତି ଲବ୍ ଅଗ୍ରୱାଲ। ସେପଟେ ଗର୍ଭବତୀ ମହିଳା ଟିକା ନେବା ଜରୁରୀ ବୋଲି କହିଛନ୍ତି ଡାକ୍ତର ଭି.କେ. ପଲ୍।

Advertisment

ଫାଇଜର ପକ୍ଷରୁ ପ୍ରସ୍ତୁତ ଟିକାର ତୃତୀୟ ଡୋଜର ଆବଶ୍ୟକତା ରହିଛି। ଏନେଇ ଫାଇଜର ପକ୍ଷରୁ ଖୁବଶୀଘ୍ର ଆମେରିକୀୟ କର୍ତ୍ତୃପକ୍ଷଙ୍କ ଅନୁମତି ମଗାଯିବ ବୋଲି ସୂଚନା ମିଳିଛି। ତୃତୀୟ ଡୋଜ ବା ବୁଷ୍ଟର ଡୋଜ୍ ନେବା ପରେ ଆଣ୍ଟିବଡିର ୫ରୁ ୧୦ ଗୁଣା ବୃଦ୍ଧି ପାଉଥିବା ଗବେଷଣାରୁ ଜଣାପଡିଥିବା ଫାଇଜର ପକ୍ଷରୁ କୁହାଯାଇଛି। ତେବେ ୨ୟ ଡୋଜର କେତେଦିନ ପରେ ବୁଷ୍ଟର ଲୋଡ଼ା ସେ ନେଇ ସ୍ପଷ୍ଟ ହୋଇନାହିଁ । କୋଭିଡର ମୂଳ ଭୂତାଣୁର ସଫଳ ମୁକାବିଲା ପାଇଁ ତୃତୀୟ ଡୋଜର ଆବଶ୍ୟକତା ରହିଛି। ଭାରତରେ ଦେଖାଦେଇଥିବା ଡେଲଟା ଭାରିଆଣ୍ଟ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ବିଟା ଭାରିଆଣ୍ଟ ବିରୋଧରେ ମଧ୍ୟ ତୃତୀୟ ଡୋଜ ଅଧିକ ଫଳପ୍ରଦ ହେବ ବୋଲି ଫାଇଜର ପକ୍ଷରୁ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ତଥ୍ୟରୁ ଜଣାପଡିଛି।

Advertisment

ଏପଟେ, କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଗୋଟିଏ କିମ୍ବା ଦୁଇଟି ଡୋଜ୍ ଟିକା ନେଇଥିଲେ ଡେଲଟା ଭ୍ୟାରିଆଣ୍ଟ ତାଙ୍କୁ ଆକ୍ରାନ୍ତ କରିପାରିବନି। ଆଇସିଏମ୍ଆର୍‌ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କରୋନା ସଂପର୍କିତ ଇମ୍ୟୁନିଟିକୁ ନେଇ ଆସିଏମ୍ଆର୍‌ ତରଫରୁ ଏକ ସର୍ଭେ କରାଯାଇଥିଲା। ଏଥିରୁ ଜଣା ପଡ଼ିଛି ଯେ, କୌଣସି ବ୍ୟକ୍ତି ଗୋଟିଏ କିମ୍ବା ଦୁଇଟି ଡୋଜ୍ ଟିକା ନେଇଥିବେ, କରୋନାରୁ ସୁସ୍ଥ ହୋଇ ଟିକା ନେଇଥିବେ ଏବଂ ଟିକା ନେବା ପରେ ଯଦି କରୋନାରେ ଆକ୍ରାନ୍ତ ହୋଇଥିବେ, ସେପରି ବ୍ୟକ୍ତିଙ୍କୁ ଡେଲଟା ଭ୍ୟାରିଆଣ୍ଟ ଆକ୍ରମଣ କରିପାରିବ ନାହିଁ।

ସେପଟେ, ଯଦି ବି ଆକ୍ରାନ୍ତ ହୁଅନ୍ତି, ତେବେ ଗୁରୁତର ହୋଇ ହସ୍ପିଟାଲରେ ଆଡମିଟ୍ ହେବା ପରିସ୍ଥିତି ଉପୁଜି ନପାରେ। ଟିକା ନେବା ଓ କରୋନାରୁ ସୁସ୍ଥ ହେବା ପରେ ଶରୀରରେ ଡେଲଟା ଭ୍ୟାରିଆଣ୍ଟ ମୁକାବିଲା କରିବାକୁ ଯଥେଷ୍ଟ ଇମ୍ୟୁନିଟି ସୃଷ୍ଟି ହୋଇଥାଏ। ICMR ସହ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜି, ପୁଣେ ଆର୍ମଡ ଫୋର୍ସ ମେଡିକାଲ୍ କଲେଜ୍ ସମେତ ଏକାଧିକ ହସ୍ପିଟାଲର ତଥ୍ୟ ଅନୁସାରେ ଏହି ରିପୋର୍ଟ ସାମ୍ନାକୁ ଆସିଛି।

Advertisment
Coronavirus COVID-19 India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ