ଆପଣଙ୍କ ଠାରେ ଦେଖାଯାଉଛି କି ଏହି ସବୁ ଲକ୍ଷଣ; ତେବେ ଆପଣ ବି ହେବେ ଓମିକ୍ରନ୍‌ର ଆକ୍ରାନ୍ତ

ଓମିକ୍ରନକୁ ନେଇ ସାରା ବିଶ୍ୱ ବେଶ ଚିନ୍ତିତ । ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା । ତେବେ ଓମିକ୍ରନ ହେଲେ କ’ଣ ସବୁ ଲକ୍ଷଣ ଦେଖାଯାଉଛି, ଆସନ୍ତୁ ଜାଣିବା....

Omicron

ଓମିକ୍ରନକୁ ନେଇ ସାରା ବିଶ୍ୱ ବେଶ ଚିନ୍ତିତ । ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍ । ବର୍ତ୍ତମାନ ଯାଏଁ ଦେଶରେ ଓମିକ୍ରନ ଜନିତ ୪୯ଟି ମାମଲା ଚିହ୍ନଟ ହୋଇଛି । ତେବେ କରୋନାର ଏହି ନୂଆ ଭାରିଆଣ୍ଟ ଏବେ ସମସ୍ତଙ୍କର ଚିନ୍ତାର ବିଷୟ ପାଲଟିଛି । ତେବେ ବିଦେଶରୁ ଫେରିଥିବା ଲୋକଙ୍କର ସରକାର ପକ୍ଷରୁ ଜିନମ୍ ସିକ୍ୱେସିଂ ପାଇଁ ପଠାଯାଉଛି ।

ତେଣୁ ସଚେତନତା ସୃଷ୍ଟି ଲାଗି ଗଣମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞାପନ ଜାରି କରାଯାଇଛି । ଓମିକ୍ରନକୁ ନ ଡରି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେଣେ ସବୁ ବିଦେଶ ଫେରନ୍ତାଙ୍କୁ ଠାବ କରିବା ଲାଗି ଜିଲ୍ଲାଓ୍ୱାରି ମାଇକ୍ରୋ ଲେଭଲରେ ପ୍ରଚେଷ୍ଟା ଚାଲିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପରାମର୍ଶ ଦେଇଛି ଯେ ସାର୍କ-କୋଭ-୨ର ନୂତନ ଭାରିଆଣ୍ଟ ସହଜରେ ସେମାନଙ୍କୁ ସଂକ୍ରମିତ କରିପାରେ ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଛନ୍ତି କିମ୍ବା ଟିକା ନେଇଛନ୍ତି । ତେବେ ଟିକା ନେଇଥିଲେ ମଧ୍ୟ ଓମିକ୍ରନରେ ଆକ୍ରାନ୍ତ ହୋଇପାରିବେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ କ୍ଷେତ୍ରରେ ଆଇସିଏମ୍ଆରର ସଫଳତା । ୨ ଘଣ୍ଟା ମଧ୍ୟରେ ଓମିକ୍ରନ ଚିହ୍ନଟ କରି ପାରୁଥିବା କିଟ୍ ବାହାର କରିଛି ଆଇସିଏମ୍ଆର । ଶୀଘ୍ର ଚିହ୍ନଟ ହେଲେ ଶୀଘ୍ର ଚିକିତ୍ସାର ସୁବିଧା ମିଳିବ ବୋଲି ଆଶା କରାଯାଉଛି । ଆସାମ ଦିବ୍ରୁଗଡ଼ର ଆଇସିଏମ୍ଆର ଲ୍ୟାବ୍‌ରେ କିଟ୍ର ଡିଜାଇନ୍ କରାଯାଇଛି । ବର୍ତ୍ତମାନ ପଦ୍ଧତିରେ ଓମିକ୍ରନ ସଂକ୍ରମଣ ଜାଣିବାକୁ ୩ରୁ ୪ଦିନ ଲାଗୁଛି ।

ତେବେ ଆସନ୍ତୁ ଜାଣିବା ଓମିକ୍ରନ ସଂକ୍ରମିତ ହେଲେ କ’ଣ ସବୁ ଲକ୍ଷଣ ଦେଖାଯାଏ।

ତେବେ ଉପରୋକ୍ତ ସମସ୍ତ ଲକ୍ଷଣ ଯଦି ଆପଣଙ୍କ ଶରୀରରେ ଅନୁଭୂତ ହେଉଛି ତେବେ ତୁରନ୍ତ ଯାଇ ଡାକ୍ତରଖାନାରେ କୋଭିଡ ପରୀକ୍ଷା କରାନ୍ତୁ । ଦେହରେ ସାମାନ୍ୟ ଥଣ୍ତା ରହିଲେ ବି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।