Advertisment

୨୪ ଘଣ୍ଟାରେ ରାଜ୍ୟରେ ୪୫୭ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ଆକ୍ରାନ୍ତ ବାହାରିଲେ

ରାଜ୍ୟରେ ୨୪ ଘଣ୍ଟାରେ ୪୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୩ ଆକ୍ରାନ୍ତ ଅଛନ୍ତି।କ୍ୱାରେଣ୍ଟିନରୁ ୨୬୫ ଓ ଲୋକାଲ କେସ୍ ୧୯୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅଦ୍ୟତନ ହୋଇଛି
Coronavirus

New COVID19 Positive Cases In Odisha

Advertisment

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୪୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୩ ଆକ୍ରାନ୍ତ ଅଛନ୍ତି।କ୍ୱାରେଣ୍ଟିନରୁ ୨୬୫ ଓ ଲୋକାଲ କେସ୍ ୧୯୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଆଜି ଚିହ୍ନଟ ୪୫୭ ଜଣଙ୍କ ମଧ୍ୟରୁ ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୨୮ ଜଣ, ବରଗଡ଼ରୁ ୪ ଜଣ, ଭଦ୍ରକରୁ ୧୦ ଜଣ, ବଲାଙ୍ଗିରରୁ ୧, କଟକରୁ ୪୪ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୧ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୮ ଜଣ, ଜଗତସିଂହପୁରରୁ ୧୦ ଜଣ, ଯାଜପୁରରୁ ୧୮ ଜଣ, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୩ ଜଣ, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨୦୭ ଜଣ, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୧୯ ଜଣ, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୪ ଜଣ, ପୁରୀରୁ ୭ ଜଣ, ରାୟଗଡ଼ାରୁ ୭ ଜଣ, ସମ୍ବଲପୁରରୁ ୩ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟ ପୁଲ୍‌ରୁ ୪୭ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୭ ହଜାର ୭୧୮ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍‌ କେସ୍‌ ୬୨୯୦ ରହିଛି। 

Advertisment


— I & PR Department, Odisha (@IPR_Odisha) September 15, 2021


Advertisment

— I & PR Department, Odisha (@IPR_Odisha) September 15, 2021

ଜୁଲାଇ ୧୩ର ରିପୋର୍ଟ ଅନୁସାରେ, ରାଜ୍ୟରେ ୪୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ୫୫ ଜଣ ଥିଲେ। ୨୫୨ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ  ହୋଇ ଥିବାବେଳେ ଲୋକାଲ୍‌ କେସ୍ ୧୭୬ ଥିଲା।

ପାର୍ବଣରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଓ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ବା କମ୍ ସହ କରୋନା ସଂକ୍ରମଣର ସିଧାସଳଖ କୌଣସି ସମ୍ପର୍କ ନାହିଁ। ହେଲେ ମୂର୍ତ୍ତିର ଉଚ୍ଚତା ଅଧିକ ହେଲେ, ଲୋକେ ଆକର୍ଷିତ ହେବେ ଓ ମଣ୍ଡପରେ ଭିଡ଼ ହେବାର ସମ୍ଭାବନା ରହିଛି। ଫଳରେ କରୋନା ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କ ରହିଛି

COVID19 Odisha Corona Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ