Advertisment

ଗୋଟିଏ ସ୍କୁଲ୍‌ରୁ ୪୧ କୋଭିଡ୍‌ ପଜିଟିଭ ଚିହ୍ନଟ

ରାୟଗଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି..

41 school students test Covid positive in Odisha

41 school students test Covid positive in Odisha

Advertisment

ଗୋଟିଏ ଉଚ୍ଚ ବିଦ୍ୟାଳୟରୁ ୪୧ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମେ ଗତ ବୁଧବାର ୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ପରେ ଗତକାଲି ଆଉ ୨୯ ଜଣ ପଜିଟିଭ ବାହାରିଛନ୍ତି ।

Advertisment

ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ସ୍କୁଲ ପରିସରରେ ଆଇସୋଲେସନରେ ରଖାଯିବା ସହ ସେମାନଙ୍କର ଚିକିତ୍ସା କରାଯାଉଛି । ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି । ସ୍କୁଲ୍‌ରେ ଗୋଟିଏ ଦିନରେ ଏତେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ହଷ୍ଟେଲର ଅନ୍ୟ ଛାତ୍ରୀଙ୍କ ଆଜି ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।

ତେବେ ଆଜି ଗୋଟିଏ ଦିନରେ ଗୋଟିଏ ସ୍କୁଲ୍‌ରୁ ଏତେ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ଏବେ ଚିନ୍ତା ବଢ଼ିଛି । ଏହାସହ କରୋନାର ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ମଧ୍ୟ ବଢ଼ିବାରେ ଲାଗିଛି ।

Advertisment

ଅନ୍ୟପକ୍ଷେ, ଆଜି ରାଜ୍ୟରେ କରୋନା ସଂକ୍ରମଣରେ ୮୦୦ ପ୍ଲସ୍ ଟ୍ରେଣ୍ଡ ଜାରି ରହିଛି । ରାଜ୍ୟରେ ୨୪ ଘଣ୍ଟାରେ ୮ ଶହ ୩୬ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୪୮୮ ଏବଂ ଲୋକାଲ କେସ୍ ୩୪୮ ରହିଛି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୬୯ ଜଣ ରହିଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୪୨ ଓ ଖୋର୍ଦ୍ଧାରୁ ୧୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧ ହଜାର ୭୩୦୯କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ୍ ୬ ହଜାର ୧୮୧ ଥିବା ବେଳେ ଏଯାଏଁ କରୋନାରୁ ୧୩ ଲକ୍ଷ ୧୯୩୦ ଆକ୍ରାନ୍ତ ସୁସ୍ଥ ହେଲେଣି ।

Coronavirus COVID19 Corona Cases In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ