Advertisment

ଏକାଥରକେ ଗୋଟିଏ କଲେଜରୁ ୩୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

କିଛିଦିନ ପୂର୍ବେ ମୟୂରଭଞ୍ଜରେ ଏକ ସ୍କୁଲ୍‌ରୁ କିଛି ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏବେ ଢେଙ୍କାନାଳ ଜିଲ୍ଲାର ଏକ ଆବାସିକ ଯୁକ୍ତ ଦୁଇ କଲେଜର ୩୩ ଜଣ ଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

33 Students Test Covid Positive

33 Students Test Covid Positive

Advertisment

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଏକ ଆବାସିକ ଯୁକ୍ତ ଦୁଇ କଲେଜର ୩୩ ଜଣ ଶିକ୍ଷାର୍ଥୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସହରର ୨ ନମ୍ବର ୱାର୍ଡର କୁଞ୍ଜକାନ୍ତ ଅଞ୍ଚଳରେ ଥିବା ଏକ ଆବାସିକ ଯୁକ୍ତ ଦୁଇ କଲେଜର ୩୩ ଜଣ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। 

Advertisment

ଏତେ ସଂଖ୍ୟକ କଲେଜ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହେବାପରେ କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ୧୦ ଦିନ ମଧ୍ୟରେ  କଣ୍ଟେନମେଣ୍ଟ ‌ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ, ସ୍ୱାସ୍ଥ୍ୟସେବା ଯୋଗାଇବାକୁ କୁହାଯାଇଛି। ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

କରୋନା ଟେଷ୍ଟ୍‌ ପାଇଁ ୨୬୦ଟି ସାମ୍ପଲ ନିଆଯାଇଥିଲା। ସେଥିରୁ ୨୧୦ଟି ସାମ୍ପଲର ରିପୋର୍ଟ ଆସିଥିବା ବେଳେ ୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ବାକି ୫୦ଟି ସାମ୍ପଲର ରିପୋର୍ଟ ଏଯାଏ ଆସି ନାହିଁ। ତେଣୁ ପଜିଟିଭ୍ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। 

Advertisment

କିଛିଦିନ ପୂର୍ବେ ମୟୂରଭଞ୍ଜରେ ଏକ ସ୍କୁଲ୍‌ରୁ କିଛି ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ମୟୂରଭଞ୍ଜ ଏହି ସ୍କୁଲ୍‌ର ୨୬ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ। ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏବେ ପୁଣିଥରେ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ‘ଓମିକ୍ରନ୍‌’ ଏବେ ଚିନ୍ତାର କାରଣ ପାଲଟିଛି।

COVID19 Students Covid Positive
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ