Advertisment

ଚିନ୍ତା ବଢ଼ାଉଛି ଓମିକ୍ରନ୍‌: ୩ ବର୍ଷର ଶିଶୁ ସଂକ୍ରମିତ, ସାମ୍ନାକୁ ଆସିଲା ଆଉ ୭ ନୂଆ ମାମଲା

ମହାରାଷ୍ଟ୍ରରେ ଆଉ ୭ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ଚିନ୍ତାଜନକ ବିଷୟ, ସଂକ୍ରମିତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଅଛି। ପ୍ରଥମଥର ପାଇଁ ଦେଶରେ ଜଣେ ଶିଶୁ ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Omicron Cases

Omicron Cases

Advertisment

ମୁମ୍ବାଇ: ଦିନକୁ ଦିନ ଦେଶରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ଆଉ ୭ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ଚିନ୍ତାଜନକ ବିଷୟ, ସଂକ୍ରମିତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଅଛି। ଚିହ୍ନଟ ୭ ନୂଆ ସଂକ୍ରମିତଙ୍କ ମଧ୍ୟରୁ ମୁମ୍ବାଇରୁ ୩ ଜଣ ଏବଂ ପିମ୍ପୋରୀ ଚିଞ୍ଚଲୱାଡ ନଗରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ଯେତେ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସମସ୍ତଙ୍କର ସାମାନ୍ୟ ଲକ୍ଷଣ ଦେଖା ଦେଇଛି। ପ୍ରଥମଥର ପାଇଁ ଦେଶରେ ଜଣେ ଶିଶୁ ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ଓମିକ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। 

ମୁମ୍ବାଇରେ ଚିହ୍ନଟ ହୋଇଥିବା ୩ ଜଣ ବ୍ୟକ୍ତିଙ୍କର ବୟସ ଯଥାକ୍ରମେ ୪୮, ୨୫ ଓ ୩୭ ହେବ। ଏହି ୩ ଜଣ  ଯଥାକ୍ରମେ- ତାଞ୍ଜାନିଆ, ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରୁ ଆସିଥିଲେ। ସେହିପରି ପିମ୍ପୋରୀ ଚିଞ୍ଚଲୱାଡ ନଗରରୁ ଚିହ୍ନଟ ୪ ନୂଆ ଓମିକ୍ରନ୍‌ ସଂକ୍ରମିତଙ୍କ ମଧ୍ୟରୁ ଜଣେ ନାଇଜେରିଆ ମହିଳାଙ୍କ ଯୋଗାଯୋଗରେ ଆସିଥିଲେ। 

Advertisment

ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବା ୭ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଟିକା ନେଇସାରିଛନ୍ତି। ଜଣେ କୋଭିଡ୍‌ ଟିକାର ଗୋଟିଏ ଡୋଜ୍ ନେଇଛନ୍ତି। ଚିହ୍ନଟ ହୋଇଥିବା ୪ ଜଣଙ୍କ ଭିତରେ କୌଣସି ଲକ୍ଷଣ ଥିବା ବେଳେ ୩ ଜଣଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି। ସେପଟେ ଓମିକ୍ରନ ପାଇଁ ମୁମ୍ବାଇରେ ଆଜି ଓ ଆସନ୍ତାକାଲି ପାଇଁ ୧୪୪ ଧାରା ଜାରି ହୋଇଛି। ୨ ଦିନ ପାଇଁ ମୁମ୍ବାଇରେ ରାଲି, ଶୋଭାଯାତ୍ରା ସମ୍ପୂର୍ଣ୍ଣ ବ୍ୟାନ୍‌ କରାଯାଇଛି। ମହାରାଷ୍ଟ୍ରରେ ଏଯାବତ୍ ୧୭ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି।

କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍‌ର ବର୍ତ୍ତମାନ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ପ୍ରେସ୍ କନଫରେନ୍ସ କରି କହିଥିଲା ଯେ, ଏପର୍ଯ୍ୟନ୍ତ ୫୯ଟି ଦେଶରେ କରୋନାର ଏହି ନୂଆ ଭାରିଏଣ୍ଟ ବ୍ୟାପି ସାରିଛି। ଅନ୍ୟପକ୍ଷରେ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ହେଲେ ମହାରାଷ୍ଟ୍ରରେ ଆଉ ୭ ଜଣ ଚିହ୍ନଟ ହେବା ପରେ ଏହି ସଂଖ୍ୟା ଏବେ ୩୨ରେ ପହଞ୍ଚି ଯାଇଛି।

Advertisment
COVID19 Omicron Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ