ଗୋଟିଏ କଲେଜର ୨୭ ଛାତ୍ରଛାତ୍ରୀ ପଜିଟିଭ୍; ୭ ଦିନ ପାଇଁ ପାଠପଢ଼ା ବନ୍ଦ

ଗୋଟଟିଏ କଲେଜ୍‌ରୁ ୨୭ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହୋଇଥିବା ସୂଚନା...

27 students of a college in Cuttack Niali found Covid positive

ନିଆଳିର ଏକ କଲେଜର ୨୭ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ କଲେଜ ପ୍ରିନ୍ସପାଲ ସୂଚନା ଦେଇଛନ୍ତି । ଯାହା ପରେ ଏବେ ୭ ଦିନ ପାଇଁ ପାଠପଢ଼ା ବନ୍ଦ ସହ ହଷ୍ଟେଲ ବନ୍ଦ ରଖିବାକୁ କଲେଜ୍ କର୍ତ୍ତୁପକ୍ଷଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି ଯାହା ଏବେ ଚିନ୍ତା ବଢ଼ାଉଛି । ରାଜ୍ୟରେ ୪ଶହ ଉପରେ ସଂକ୍ରମଣ ଜାରି । ଲଗାତର ଦ୍ୱିତୀୟ ଦିନପାଇଁ ସଂକ୍ରମଣ ୪ ଶହ ପାର ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଲୋକାଲ କେସ୍- ୧୭୭, କ୍ୱାରେଣ୍ଟିନରୁ ୨୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୫୬ ଜଣ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୮୩, କଟକରୁ ୮୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୧ ହଜାର ୯୪୬କୁ ବୃଦ୍ଧି ପାଇଛି ।

ସେହିପରି, ଦେଶରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତ ବଢ଼ିବାରେ ଲାଗିଛି । ଏହାସହ ଭାରତରେ କରୋନାର ନୂଆ ଭାରିଆଣ୍ଟ ଠାବ ହୋଇଛି । ଓମିକ୍ରନ୍‌ର ନୂଆ ସବ୍ ଭାରିଆଣ୍ଟ ଠାବ ହୋଇଥିବା ସୂଚନା ଦେଇଛି WHO । ଭାରତ ସହ ୧୦ଟି ଦେଶରେ ଏହି ନୂଆ ଭାରିଆଣ୍ଟ ଠାବ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ନୂଆ ଭାରିଆଣ୍ଟର ନାଁ ରହିଛି BA. 2.75 । ଏହି ଭାରିଆଣ୍ଟ ପ୍ରଥମେ ଭାରତରେ ଠାବ ହୋଇଥିଲା । ପରେ ଏହା ୧୦ଟି ଦେଶକୁ ବ୍ୟାପିଛି । ଏହି ଭାରିଆଣ୍ଟ କେତେ ସଂକ୍ରାମକ ଓ ଘାତକ ସେନେଇ ଗବେଷଣା ଚାଲିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।