27 COVID positive cases detected from college in Cuttack Niali
କଟକ ଅଡ଼ଶପୁରର ଏକ କଲେଜରୁ ୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନିଆଳିର ଉଦୟନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ କଲେଜ ପ୍ରଶାସନ ତତ୍ପରତା ପ୍ରକାଶ କରିଛି।
ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଛାତ୍ର ଓ ବାକି ୨୬ ଜଣ ଛାତ୍ରୀ ରହିଛନ୍ତି। ୮ ଜଣଙ୍କୁ କଲେଜ୍ ଗେଷ୍ଟ ହାଉସ୍ରେ ରଖି ଚିକିତ୍ସା କରାଯାଉଛି। ଅନ୍ୟମାନେ ନିଜ ଘରକୁ ଯାଇଥିବା କଲେଜ୍ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
ଗତକାଲିଠୁ ପରୀକ୍ଷା ଆରମ୍ଭ ହୋଇ ଯାଇଥିବା ଯୋଗୁ ଏହାକୁ ବାତିଲ କରାଯାଇନି। ପଜିଟିଭ୍ ଚିହ୍ନଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ରୁମ୍ର ବ୍ୟବସ୍ଥା କରାଯାଇଛି। ଏହାସହ ୭ ଦିନ ପାଇଁ ସମସ୍ତ କ୍ଲାସ୍କୁ ବାତିଲ କରାଯିବା ସହ ହଷ୍ଟେଲ୍କୁ ବନ୍ଦ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657250193.jpg)