Advertisment

‘ରିସ୍କ’ ଦେଶରୁ ଓଡ଼ିଶା ଆସିଥିବା ୨୪୬ ପଜିଟିଭ୍‌

‘ରିସ୍କ’ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିନୋମ୍‌ ସିକ୍ୟୁଏନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଏମାନେ ଓମିକ୍ରନ୍‌ରେ ଆକ୍ରାନ୍ତ କି ନୁହେଁ।

ଅଦ୍ୟତନ ହୋଇଛି
Coronavirus

Coronavirus

Advertisment

ଭୁବନେଶ୍ୱର: ‘ରିସ୍କ’(ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଥିବା ଦେଶ) ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନଭେମ୍ବର ୨୪ ପରେ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

Advertisment

ପଜିଟିଭ୍‌ ଚିହ୍ନଟ ପରେ ସେମାନେ କରୋନାର କେଉଁ ଭାରିଏଣ୍ଟ୍‌ରେ ଆକ୍ରାନ୍ତ, ତାହା ଜାଣିବା ଲାଗି ସେମାନଙ୍କ ସାମ୍ପଲ ଜିନୋମ୍‌ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଛି। ଏନେଇ ଭୁବନେଶ୍ୱର ILS ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। 

ଏମାନେ ଓମିକ୍ରନ୍‌ରେ ଆକ୍ରାନ୍ତ କି ନୁହେଁ, ତାହା ଜିନୋମ୍‌ ସିକ୍ୟୁଏନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ଶୁକ୍ରବାର ଦିନ ଜିନୋମ୍‌ ସିକ୍ୟୁଏନ୍ସିଂ ରିପୋର୍ଟ ଆସିବ ବୋଲି ILS ନିର୍ଦ୍ଦେଶକ କହିଛନ୍ତି।

Advertisment

ଅନ୍ୟପକ୍ଷେ, ଓମିକ୍ରନ୍‌ ନେଇ ଚିନ୍ତା ବଢୁଥିବା ବେଳେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ତଥ୍ୟ ମିଳୁନି। ରାଜ୍ୟକୁ ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଥିବା ଦେଶରୁ ୮ ଶହରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଶା ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଅର୍ଥାତ୍‌ ପାଖାପାଖି ୩୨୦ ଜଣଙ୍କ ପତ୍ତା ମିଳୁନି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ସେପଟେ ଓମିକ୍ରନ୍‌କୁ ନେଇ ଆଲୋଚନା ଚାଲିଛି, ଭୟର କୌଣସି କାରଣ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି। କିଏ କେଉଁଠୁ ଆସୁଛି ତଥ୍ୟ ଦେବାକୁ କେନ୍ଦ୍ରକୁ ଅନୁରୋଧ କରୁଛୁ। WHO ସଠିକ୍ ତଥ୍ୟ ଦେଇନି, ଓଡ଼ିଶା ପୂରା ନଜର ରଖିଛି ବୋଲି ମନ୍ତ୍ରୀ କହିଛନ୍ତି। 

Advertisment
COVID19 Omicron Variant Omicron Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ