Advertisment

ଓଡ଼ିଶାରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ଆଜି ପୁଣି ୨୩ ଓମିକ୍ରନ ଆକ୍ରାନ୍ତ ହେଲେ ଚିହ୍ନଟ

ଅଦ୍ୟତନ ହୋଇଛି
Corona

Corona

Advertisment

ବେକାବୁ ହେଉଛି ମହାମାରୀ। ଓଡିଶାରେ ଆଜି ପୁଣି ୨୩ ଓମିକ୍ରନ ଆକ୍ରାନ୍ତ ହେଲେ ଚିହ୍ନଟ। ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ଆକ୍ରାନ୍ତ ମଧ୍ୟରେ ଉଭୟ ବିଦେଶ ଫେରନ୍ତା ଓ ସ୍ଥାନୀୟ ସଂକ୍ରମିତ ଥିବା ସୂଚନା ମିଳିଛି। ସେପଟେ ୨ମାସ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧୭୫ ରହିଛି। ୧୮ ବର୍ଷରୁ କମ୍ ବର୍ଗର ୬୭ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୫୫୬ରେ ପହଞ୍ଚିଛି। ସେଥି ମଧ୍ୟରୁ ୧୦,୪୪,୯୬୨ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌ ୨,୦୭୮ ରହିଛି।

Coronavirus Omicron
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ