200 Omicron Cases In India, 54 Each For Maharashtra, Delhi
ନୂଆଦିଲ୍ଲୀ :ଦିନକୁ ଦିନ ଚିନ୍ତା ବଢାଇବାରେ ଲାଗିଛି ଓମିକ୍ରନ୍ । ଦେଶରେ ଆଜି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦କୁ ଛୁଇଁଲା । ଓମିକ୍ରନ ସଂଖ୍ୟା ୨୦୦ ଛୁଇଁଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାରାଷ୍ଟ୍ର ଓ ଦିଲ୍ଲୀରୁ ସର୍ବାଧିକ ୫୪ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ତେଲେଙ୍ଗାନାରୁ ୨୦, କର୍ଣ୍ଣାଟକରୁ ୧୯, ରାଜସ୍ଥାନରୁ ୧୮ ଓମିକ୍ରନ୍ ଚିହ୍ନଟ ହୋଇଛନ୍ତି ।
ସେପଟେ ଆଜି ଓଡିଶାରେ ମଧ୍ୟ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ILS ପକ୍ଷରୁ ସୂଚନା ଦିଆଯାଇଛି । ନାଇଜେରିଆ ଓ କତାରରୁ ଓଡିଶାକୁ ଫେରିଥିବା ୨ ଜଣ ବ୍ୟକ୍ତିଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
ବିଦେଶୀ ଫେରନ୍ତାଙ୍କ ଜିନମ ସ୍ୱିକେନ୍ସିଂ ଟେଷ୍ଟ ପରେ ଏହି ଦୁଇ ଆକ୍ରାନ୍ତଙ୍କ ଶରୀରରେ ଓମିକ୍ରନ ଭୂତାଣୁ ଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧ ଦୁଇ ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ । ହେଲେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ବିଦେଶ ଫେରନ୍ତା ସାତ ଜଣଙ୍କ ମଧ୍ୟରୁ ଚାରିଜଣ ନେଗେଟିଭ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640067764.jpg)