Advertisment

ଚିନ୍ତା ବଢାଉଛି ଓମିକ୍ରନ୍‌; ୨୦୦ ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା

ଚିନ୍ତା ବଢାଇବାରେ ଲାଗିଛି ଓମିକ୍ରନ୍‌ । ଦେଶରେ ଆଜି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦କୁ ଛୁଇଁଲା । ଓମିକ୍ରନ ସଂଖ୍ୟା ୨୦୦ ଛୁଇଁଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

200 Omicron Cases In India, 54 Each For Maharashtra, Delhi

200 Omicron Cases In India, 54 Each For Maharashtra, Delhi

Advertisment

ନୂଆଦିଲ୍ଲୀ :ଦିନକୁ ଦିନ ଚିନ୍ତା ବଢାଇବାରେ ଲାଗିଛି ଓମିକ୍ରନ୍‌ । ଦେଶରେ ଆଜି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦କୁ ଛୁଇଁଲା । ଓମିକ୍ରନ ସଂଖ୍ୟା ୨୦୦ ଛୁଇଁଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାରାଷ୍ଟ୍ର ଓ ଦିଲ୍ଲୀରୁ ସର୍ବାଧିକ ୫୪ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ତେଲେଙ୍ଗାନାରୁ ୨୦, କର୍ଣ୍ଣାଟକରୁ ୧୯, ରାଜସ୍ଥାନରୁ ୧୮ ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି ।

Advertisment

ସେପଟେ ଆଜି ଓଡିଶାରେ ମଧ୍ୟ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ILS ପକ୍ଷରୁ ସୂଚନା ଦିଆଯାଇଛି । ନାଇଜେରିଆ ଓ କତାରରୁ ଓଡିଶାକୁ ଫେରିଥିବା ୨ ଜଣ ବ୍ୟକ୍ତିଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ବିଦେଶୀ ଫେରନ୍ତାଙ୍କ ଜିନମ ସ୍ୱିକେନ୍ସିଂ ଟେଷ୍ଟ ପରେ ଏହି ଦୁଇ ଆକ୍ରାନ୍ତଙ୍କ ଶରୀରରେ ଓମିକ୍ରନ ଭୂତାଣୁ ଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧ ଦୁଇ ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ । ହେଲେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ବିଦେଶ ଫେରନ୍ତା ସାତ ଜଣଙ୍କ ମଧ୍ୟରୁ ଚାରିଜଣ ନେଗେଟିଭ ଅଛନ୍ତି ।

Advertisment
Omicron Patients Omicron India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ