ଓମିକ୍ରନ୍ ଆତଙ୍କ ମଧ୍ୟରେ ମାୟାନଗରୀରେ କରୋନା ବିସ୍ଫୋରଣ, ଏକ ସ୍କୁଲର ୧୮ ଛାତ୍ର ସଂକ୍ରମିତ ଚିହ୍ନଟ

ନବି ମୁମ୍ବାଇର ଏକ ସ୍କୁଲରେ ୧୮ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଛାତ୍ର ଅଷ୍ଟମ ଶ୍ରେଣୀରୁ ଏକାଦଶ ଶ୍ରେଣୀର ଅଟନ୍ତି । ସଂକ୍ରମିତ ଚିହ୍ନଟ ହେବାପରେ ଆଜି ସ୍କୁଲରେ ଟେଷ୍ଟିଂ ଚାଲିଛି । ବିଦ୍ୟାଳୟର ସମସ୍ତ ୬୦୦ ଛାତ୍ରଙ୍କ ପାଇଁ କରୋନା ପରୀକ୍ଷା କରାଯିବ ।

ସାଙ୍କେତିକ ଚିତ୍ର

ମୁମ୍ବାଇ : ମାୟାନଗରୀର ଏକ ସ୍କୁଲରେ କରୋନା ବିସ୍ଫୋରଣ । ମହାରାଷ୍ଟ୍ରନବି ମୁମ୍ବାଇର ଘନସୋଲିରେ ସ୍ଥିତ ଏକ ସ୍କୁଲରେ ଅଚାନକ୍ କିଛି ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଠାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ୧୮ ପିଲା କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସେହି ସ୍କୁଲରେ ୬୦୦ରୁ ଅଧିକ ପିଲା ପାଠପଢ଼ନ୍ତି । ବର୍ତ୍ତମାନ ସମସ୍ତ ଛାତ୍ରଙ୍କର ସ୍କ୍ରିନିଂ କରାଯିବ । ଶୁକ୍ରବାର ଦିନ ମହାରାଷ୍ଟ୍ରରେ ନୂତନ ଭାରିଏଣ୍ଟ୍ ଓମିକ୍ରନରେ ସଂକ୍ରମିତ ୮ଟି ନୂଆ ମାମଲା ଦେଖିବାକୁ ମିଳିଥିଲା । ସ୍ୱାସ୍ଥ୍ୟ ବିଭାଗ ଏସମ୍ପର୍କରେ ସୂଚନା ଦେଇଥିଲା । ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ମହାମାରୀର ପ୍ରଥମ ଏବଂ ଦ୍ୱିତୀୟ ଏହରୀ ସମୟରେ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ରାଜ୍ୟ ଥିଲା।

ସ୍କୁଲରେ କରୋନା  ସଂକ୍ରମଣ ପଛରେ କତର ଲିଙ୍କ୍‌ ରହିଛି । ନବି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଏହି ବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରଙ୍କ ବାପା କିଛି ଦିନ ପୂର୍ବରୁ କତରରୁ ଭାରତ ଫେରିଥିଲେ। ତେବେ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ କରୋନା ପରୀକ୍ଷା କରାଯାଇଥିଲା , ହେଲେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ପୁଅର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଏହା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ପିଲାଙ୍କ କରୋନା ପରୀକ୍ଷା କରାଯାଇଥିଲା, ଯେଉଁଥିରେ ୧୭ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ବିଦ୍ୟାଳୟ ପ୍ରଶାସନ ସମଗ୍ର ବିଦ୍ୟାଳୟର ପିଲାମାନଙ୍କ ପାଇଁ କରୋନା ପରୀକ୍ଷା କରୁଛି |

ସେହିପରି ମହାରାଷ୍ଟ୍ରରେ ଓମିକ୍ରନ୍ ନୂତନ ୮ ସଂକ୍ରମିତଙ୍କ ମଧ୍ୟରୁ ୬ ଜଣ ପୁଣେର ଏବଂ ଜଣେ ମୁମ୍ବାଇ ଅନ୍ୟ ଜଣକ କଲ୍ୟାଣ ଡୋବିଭଲିରେ ବୋଲି ଜଣାପଡ଼ିଥିଲା । ଓମିକ୍ରନ୍‌ରେ ସଂକ୍ରମିତ ସମସ୍ତ ବ୍ୟକ୍ତି କରୋନାର ଉଭୟ ଡୋଜ୍ ଟିକା ନେଇସାରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ତେବେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ବର୍ତ୍ତମାନ ଚିହ୍ନଟ କରାଯାଉଛି । ପଜିଟିଭ୍ ଆସିବା ପରେ କେବଳ ଦୁଇଜଣ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥି ସହିତ ଅନ୍ୟମାନଙ୍କୁ ଘରେ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ କୁହାଯାଇଛି ।

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ ଶୁକ୍ରବାର ଦିନ ମିଳିଥିବା ନୂତନ ରୋଗୀଙ୍କ ସମେତ ରାଜ୍ୟରେ ମୋଟ୍ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ସଂଖ୍ୟା ୪୦ରେ ପହଞ୍ଚିଛି । ସେହିପରି ପୁଣେରେ ସର୍ବାଧିକ ୧୦ ରୋଗୀ ଚିହ୍ନଟ ହୋଇଛନ୍ତି । ଡାକ୍ତରଙ୍କ ଅନୁସାରେ ୮ ଜଣ ରୋଗୀ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ୨୯-୪୫ ମଧ୍ୟରେ ଥିବା ସୂଚନା ମିଳିଛି । ପ୍ରାଥମିକ ସୂଚନା ଅନୁସାରେ ପୁଣେରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଚାରି ଜଣ ନିକଟରେ ଦୁବାଇରୁ ଫେରିଛନ୍ତି । ଯାତ୍ରା ଇତିହାସ ରହିଛି। ସେହିପରି ମୁମ୍ବାଇରୁ ଚିହ୍ନଟ ହୋଇଥିବା ରୋଗୀ ଆମେରିକା ଏବଂ କଲ୍ୟାଣ ଡୋବିଭଲିର ରୋଗୀ ନିକଟରେ ନାଇଜେରିଆ ଯାତ୍ରା କରିଥିଲେ ।

ସେହିପରି ମହାରାଷ୍ଟ୍ରରେ ଶୁକ୍ରବାର ଦିନ ୯୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ନୂତନ ସଂକ୍ରମିତ ସହ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬୬,୪୭,୮୪୦ରେ ପହଞ୍ଚିଛି । ଏହା ବ୍ୟତୀତ ୧୨ ରୋଗୀଙ୍କ ମୃତ୍ୟୁ ସହିତ ମୃତକଙ୍କ ସଂଖ୍ୟା ୧,୪୧,୩୨୯ ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା ।