Advertisment

ମସ୍କଙ୍କୁ ପଛରେ ପକାଇଲେ ଜୁକରବର୍ଗ, ହେଲେ ବିଶ୍ୱର ତୃତୀୟ ଧନୀ

ଏଲନ୍‌ ମସ୍କଙ୍କ ସମ୍ପତ୍ତି ଚଳିତ ବର୍ଷ ୪୮.୪ ବିଲିୟନ୍‌ ଡଲାର ହ୍ରାସ୍ ପାଇଥିବା ବେଳେ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ୫୮.୯ ବିଲିୟନ ଡଲାର ବୃଦ୍ଧି ପାଇଛି ।

ଅଦ୍ୟତନ ହୋଇଛି
Zuckerberg vs Musk

Zuckerberg vs Musk

Advertisment

ମାର୍କ ଜୁକରବର୍ଗ ଶୁକ୍ରବାର ଦିନ ଏଲନ୍‌ ମସ୍କଙ୍କୁ ଅତିକ୍ରମ କରି ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି। ୨୦୨୦ ପରଠାରୁ ପ୍ରଥମ ଥର ପାଇଁ ଜୁକରବର୍ଗ ସମ୍ପତ୍ତି ଦୃଷ୍ଟିରୁ ମସ୍କଙ୍କୁ ଅତିକ୍ରମ କରିଛନ୍ତି । ମାର୍ଚ୍ଚ ଆରମ୍ଭରୁ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ପ୍ରଥମ ସ୍ଥାନରେ ଥିଲେ ଏଲନ୍‌ ମସ୍କ। କିନ୍ତୁ ରଏଟର୍ସର ଏକ ରିପୋର୍ଟ ପରେ ମସ୍କ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ରଏଟର୍ସ ରିପୋର୍ଟରେ କୁହାଯାଇଛି ଯେ ଟେସଲା କମ୍‌ ଦାମ୍‌ କାର ଯୋଜନା ବାତିଲ କରିଛି । ଏହି ରିପୋର୍ଟ ପରେ ମସ୍କଙ୍କ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇଛି । ତେବେ ଏଲନ୍‌ ମସ୍କ ଏହି ରିପୋର୍ଟକୁ ଅସ୍ୱୀକାର କରିଛି । ଏହାପରେ ଆଉ ଏକ ଖବର ସାମ୍ନାକୁ ଆସିଥିଲା ବିଗତ ତିନି ମାସ ମଧ୍ୟରେ ଟେସଲା ଗାଡ଼ିର ଡେଲିଭରୀ ହ୍ରାସ ପାଇଛି।

Advertisment

ଏଲନ୍‌ ମସ୍କଙ୍କ ସମ୍ପତ୍ତି ଚଳିତ ବର୍ଷ ୪୮.୪ ବିଲିୟନ୍‌ ଡଲାର ହ୍ରାସ ପାଇଥିବା ବେଳେ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ୫୮.୯ ବିଲିୟନ ଡଲାର ବୃଦ୍ଧି ପାଇଛି । ଏହା ସହ ଶୁକ୍ରବାର ଜୁକରବର୍ଗଙ୍କ କମ୍ପାନୀ ‘ମେଟା’ ସେୟାର ଏକ ନୂତନ ସ୍ତରରେ ପହଞ୍ଚିଛି । ୧୬ ନଭେମ୍ବର ୨୦୨୦ ପରଠାରୁ ଜୁକରବର୍ଗ ପ୍ରଥମ ଥର ପାଇଁ ବ୍ଲୁମବର୍ଗର ଧନୀ ବ୍ୟକ୍ତିଙ୍କ ମାନ୍ୟତାରେ ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୨୦୨୦ରେ ଜୁକରବର୍ଗଙ୍କ ସମ୍ପତ୍ତି ୧୦୫.୬ ବିଲିୟନ ଡଲାର ଥିଲାବେଳେ ମସ୍କଙ୍କ ସମ୍ପତ୍ତି ୧୦୨.୧ ବିଲିୟନ ଡଲାର ଥିଲା। ତେବେ ବର୍ତ୍ତମାନ ଏଲନ୍‌ ମସ୍କଙ୍କ ମୋଟ୍‌ ସମ୍ପତ୍ତି ୧୮୦.୬ ବିଲିୟନ ଡଲାର ଥିବାବେଳେ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିର ମୂଲ୍ୟ ୧୮୬.୯ ବିଲିୟନ ଡଲାର।

ସୂଚନା ଅନୁସାରେ ୨୦୨୧ ନଭେମ୍ବରରେ ଏଲନ୍‌ ମସ୍କ ଓ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ମଧ୍ୟରେ ବ୍ୟବଧାନ ୨୧୫ ଆରବ ଡଲାରରେ ପହଞ୍ଚିଥିଲା । ଏହା ଦର୍ଶାଉଛି ଯେ ଏକଦା ମସ୍କଙ୍କ ଟେସଲା ଷ୍ଟକ୍‌ ନିବେଶକମାନଙ୍କ ପାଇଁ ବହୁତ ପସନ୍ଦ ଥିଲା। କିନ୍ତୁ ଏବେ ଟେସଲା ପରିବର୍ତ୍ତେ ମେଟା ସେୟାର ପ୍ରତି ନିବେଶକଙ୍କ ଆଗ୍ରହ ବଢ଼ିଛି। ଚଳିତ ବର୍ଷ ଟେସଲ୍‌ ସେୟାର ୩୪ ପ୍ରତିଶତ ହ୍ରାସ ପାଇଛି ।

Advertisment

ସମ୍ପତ୍ତି ବ୍ୟତୀତ ଉଭୟଙ୍କ ମଧ୍ୟରେ ଅନ୍ୟ ପ୍ରସଙ୍ଗକୁ ନେଇ ମଧ୍ୟ ପ୍ରତିଦ୍ୱନ୍ଦିତା ଜାରି ରହିଛି । ଯେତେବେଳେ ଏଲନ୍‌ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିଥିଲେ ସେତେବେଳେ ଏହି ବିବାଦ ଘନେଇଥିଲା। ଏହାପରେ ମାର୍କ ଜୁକରବର୍ଗ ମେଟା ଥ୍ରେଡ୍ସ ଆରମ୍ଭ କରିବା ପରେ ଏହି ବିବାଦ ତୀବ୍ର ରୂପ ନେଇଥିଲା।

Mark Zuckerberg Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ