SEBI Fines Youtuber: ୟୁଟ୍ୟୁବ୍‌ରେ ଦେଉଥିଲେ ସେୟାର ମାର୍କେଟ୍‌ ଟିପ୍ସ, SEBI ଲଗାଇଲା ୧୦ କୋଟିର ଫାଇନ୍‌

ରେଜିଷ୍ଟ୍ରେସନ୍ ନ କରି, ନିବେଶ ସମ୍ପର୍କିତ ପରାମର୍ଶ ଦେବା ଓ ସେ ସମ୍ପର୍କିତ ଭିଡିଓ କରି କୋଟି କୋଟି ଟଙ୍କା ଆୟ କରିଥିବା ରବୀନ୍ଦ୍ର ଭାରତୀଙ୍କୁ ମୋଟା ଅଙ୍କର୍ ଫାଇନ୍ ପକାଇଛି SEBI ।

Youtuberଙ୍କ ଉପରେ ୧୦ କୋଟି ଫାଇନ୍‌

ଜଣେ ୟୁଟ୍ୟୁବରଙ୍କ ଉପରେ ସେବିର ବସିଲା ବଡ଼ ଛାଟ । ୟୁଟ୍ୟୁବର୍ ରବୀନ୍ଦ୍ର ଭାରତୀଙ୍କ ଉପରେ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ(SEBI) ୯ କୋଟି ୫୦ ଲକ୍ଷ ଟଙ୍କା ଫାଇନ୍ କସିଛି । ରେଜିଷ୍ଟ୍ରେସନ୍ ନ କରି, ନିବେଶ ସମ୍ପର୍କିତ ପରାମର୍ଶ ଦେବା ଓ ସେ ସମ୍ପର୍କିତ ଭିଡିଓ କରି କୋଟି କୋଟି ଟଙ୍କା ଆୟ କରିଥିବା ରବୀନ୍ଦ୍ର ଭାରତୀଙ୍କୁ ମୋଟା ଅଙ୍କର୍ ଫାଇନ୍ ପକାଇଛି SEBI । କେବଳ ସେତିକି ନୁହେଁ, ସେବି ଆସନ୍ତା ଏପ୍ରିଲ୍ ୪ ତାରିଖ ପର୍ଯ୍ୟନ୍ତ ସେୟାର ମାର୍କେଟରେ କୌଣସି ପ୍ରକାର କାରବାର ଉପରେ ମଧ୍ୟ ତାଙ୍କୁ ବାରଣ କରିଛି ।

SEBI ଅନୁସନ୍ଧାନ କରି ଜାଣିବାକୁ ପାଇଥିଲା ଯେ, ରବୀନ୍ଦ୍ର ଭାରତୀଙ୍କ କମ୍ପାନୀ ଅନଭିଜ୍ଞ ସାଧାରଣ ନିବେଶକଙ୍କୁ ଷ୍ଟକ୍ ମାର୍କେଟର ଲୋଭନୀୟ ଫାଇଦା ସମ୍ପର୍କରେ ଆକର୍ଷଣୀୟ କଥା କହି ଟଙ୍କା ନିବେଶ ପାଇଁ ପ୍ରବର୍ତ୍ତାଉଥିଲା । ଖାଲି ସେତିକି ନୁହେଁ ବିନା ପଞ୍ଜିକରଣରେ ନିବେଶ ସମ୍ପର୍କିତ ପରାମର୍ଶ ଦେବାରେ ମଧ୍ୟ ଅବହେଳା କରି ନାହିଁ ରବୀନ୍ଦ୍ର ଭାରତୀଙ୍କ ସଂସ୍ଥା । ଏହା ଉପରେ ରୋକ୍ ଲଗାଇବା ପାଇଁ ସେବି ଏତେ ବଡ଼ ପଦକ୍ଷେପ ନେଇଛି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, SEBI ୟାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛି । ନିବେଶ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ନ ଦେଇ, ଲୋକଙ୍କୁ ମିଛ ସତ କହି ପ୍ରଲୋଭିତ କରିବା ସହିତ, ଏହାର ରିସ୍କ୍ ସମ୍ପର୍କରେ ମଧ୍ୟ ଜଣାଇ ନାହିଁ । କେବଳ ଲାଭର ଲୋଭ ଦେଖାଇ ଏହି କମ୍ପାନୀ ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ଆଣିଛି । ଏଭଳି କି ନିବେଶକଙ୍କୁ ନିଜେ ନିଷ୍ପତ୍ତି ନେବାର ସ୍ୱାଧୀନତା ମଧ୍ୟ ପ୍ରଦାନ କରି ନ ଥିବା ଭଳି ଅଭିଯୋଗ ଆସିଛି । ସେୟାର ମାର୍କେଟ ଏବଂ ପୁଞ୍ଜି ବିନିଯୋଗ ବିଷୟରେ ସୂଚନା ପ୍ରଦାନ କରୁଥିବା ରବୀନ୍ଦ୍ରଙ୍କର ଦୁଇଟି ଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲରେ ୧୯ ଲକ୍ଷ ସବ୍‌ସ୍କ୍ରାଇବର ଅଛନ୍ତି । ତାଙ୍କର ପରାମର୍ଶଦାତା ସଂସ୍ଥା ମଧ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା ପାଇଁ ଅନେକ ଭୁଲ ପଦ୍ଧତି ବ୍ୟବହାର କରିଥିଲା ।​| ସେବିଙ୍କ ନିର୍ଦ୍ଦେଶରେ ଭାରତୀଙ୍କ କମ୍ପାନୀ ନିୟାମକ ନିୟମ ଉଲ୍ଲଂଘନ କରିଛି । ଆହୁରି ମଧ୍ୟ, ତାଙ୍କର ବ୍ୟକ୍ତିଗତ ଲାଭ ପାଇଁ, ସେ ନିରୀହ ଲୋକଙ୍କୁ ଫାନ୍ଦରେ ପକାଇଥିଲେ ।

ତେବେ ଏହି ଖବର ଜାଣିବା ପରେ ଆପଣ ବି ସତର୍କ ରୁହନ୍ତୁ । ନିଜ ଝାଳବୁହା ଧନକୁ ସେୟାର ମାର୍କେଟରେ ଲଗାଇ ଅଧିକ ଲାଭ ଉଠାଇବର ଲୋଭ ଯଦି ଆପଣଙ୍କୁ କିଏ ଦେଖାଉଛି, ତେବେ ସତର୍କ ରୁହନ୍ତୁ । ସ୍ୱୀକୃତିପ୍ରାପ୍ତ ଆର୍ଥିକ ପରାମର୍ଶଦାତାଙ୍କ ସହାୟତା ନିଅନ୍ତୁ ।