Dilip Piramal
ଏହି ବିଶିଷ୍ଟ ବ୍ୟବସାୟୀ ଏବେ ଚିନ୍ତାରେ । କାହଁକିନା ତାଙ୍କ ପର ପିଢ଼ି ଆଉ ବ୍ୟବସାୟ ପ୍ରତି ସେତେଟା ଆଗ୍ରହ ଦେଖାଉନାହାନ୍ତି । ବାଧ୍ୟ ହୋଇ ସେ ତାଙ୍କ ଅଂଶଧନ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟବସାୟୀ ଜଣକ ହେଉଛନ୍ତି ଭିଆଇପି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଚେୟାରମ୍ୟାନ ଦିଲୀପ ପୀରମଲ । ସେ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ପରିବାରର ପରବର୍ତ୍ତୀ ପିଢ଼ି ବ୍ୟବସାୟ ପରିଚାଳନା ପ୍ରତି ଆଗ୍ରହୀ ନୁହନ୍ତି। କମ୍ପାନୀ ଷ୍ଟକ୍ ଏକ୍ସଚେଞ୍ଜକୁ ଜଣାଇଛି ଯେ ପ୍ରୋମୋଟର ଗ୍ରୁପ ଏକ ପ୍ରାଇଭେଟ୍ ଇକ୍ୟୁଇଟି ବିନିଯୋଗକାରୀ ଓ ଅନ୍ୟମାନଙ୍କୁ ୩୨% ଅଂଶଧନ ବିକ୍ରି କରିବାକୁ ଯୋଜନା କରୁଛନ୍ତି।
ସେ କହିଛନ୍ତି, “ଆମର ଏକ ପାରିବାରିକ ବ୍ୟବସାୟ ଅଛି । ଆମ ବ୍ୟବସାୟର ୫୩ ବର୍ଷର ଇତିହାସ ରହିଛି । ଭିଆଇପି ସବୁବେଳେ ବଜାରରେ ଆଗୁଆ ରହିଛି। କିନ୍ତୁ ଗତ ପାଞ୍ଚ ବର୍ଷ ହେଲା ଆମର ବଜାର ଅଂଶ କମୁଛି । ଗତ ଆର୍ଥିକ ବର୍ଷରେ ଆମେ କ୍ଷତି ସହିଛୁ । ଲଗେଜ ନିର୍ମାତା ଭିଆଇପି ଇଣ୍ଡଷ୍ଟ୍ରିଜ୍ର ବଜାର ମୂଳଧନ ପ୍ରାୟ ୬,୮୩୦ କୋଟି ଟଙ୍କା ଥିଲା ।
ଗତ ୫୨ ସପ୍ତାହରେ, ଷ୍ଟକ୍ର ସର୍ବୋଚ୍ଚ ମୂଲ୍ୟ ୫୮୯.୭୫ ଟଙ୍କା ଓ ସର୍ବନିମ୍ନ ୨୪୮.୩୫ ଟଙ୍କା ରହିଛି।୭୫ ବର୍ଷୀୟ ପୀରମଲ କହିଛନ୍ତି ଯେ ଯେତେବେଳେ ଷ୍ଟକ୍ର ମୂଲ୍ୟ ୭୦୦ ଟଙ୍କା ଥିଲା ତାଙ୍କ ବ୍ୟବସାୟ ବିକ୍ରି ନକରି ଭୁଲ୍ କରିଛି । ଦୁଇ ବର୍ଷ ପୂର୍ବେ ଷ୍ଟକ୍ର ମୂଲ୍ୟ ୭୦୦ ଟଙ୍କା ଥିଲା, ବଜାର ମୂଳଧନ ୧୦,୦୦୦ କୋଟି ଟଙ୍କା ଥିଲା । ଆମେ ସେହି ମୂଲ୍ୟରେ ଏକ ଅଫର ପାଇଥିଲୁ ବୋଲି ସେ କହିଛନ୍ତି । କିନ୍ତୁ ସେତେବେଳେ ମୋ ମ୍ୟାନେଜମେଣ୍ଟ ଟିମ୍ ମନେ କରିଥିଲା ଯେ ୬ ମାସ ବା ଏକ ବର୍ଷ ମଧ୍ୟରେ ଷ୍ଟକ୍ର ମୂଲ୍ୟ ୫୦% ବୃଦ୍ଧି ପାଇବ । ଦୁର୍ଭାଗ୍ୟବଶତଃ ତାହା ହୋଇନାହିଁ ।
ପୀରମଲ ଏବେ ଭିଆଇପି ଇଣ୍ଡଷ୍ଟ୍ରିଜ୍ର ୩୨% ଅଂଶଧନ ପ୍ରାଇଭେଟ ଇକ୍ୟୁଇଟି ଫାର୍ମ ମଲ୍ଟିପଲ୍ସ, ମିଥୁନ ସାଞ୍ଚେଟି, ସିଦ୍ଧାର୍ଥ ସାଞ୍ଚେଟି ଓ ସମ୍ବିଭାଗ ସିକ୍ୟୁରିଟିଜ୍କୁ ବିକ୍ରି କରିଛନ୍ତି । ଏହା ତାଙ୍କ ୫୨ ବର୍ଷର ବ୍ୟବସାୟରେ କେବେ ହୋଇନଥିଲା । ଏହି ଅଂଶଧନ ୧,୭୬୩ କୋଟି ଟଙ୍କାରେ ଅଧିଗ୍ରହଣ କରାଯିବ । ପୀରମଲ ବ୍ୟବସାୟରେ ୨୦% ଅଂଶଧନ ରଖିବେ। ସେ ବୋର୍ଡରେ ରହିବେ ନାହିଁ। କୋଭିଡ ପରେ ତାଙ୍କ ବ୍ୟବସାୟ ଧୀରେ ଧୀରେ କମିଯାଇଥିଲା ।
ପୀରମଲ ପରିବାର ସହ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ୱାନୀଙ୍କ ସହ ରହିଛି ସଂପର୍କ । ଦିଲୀପଙ୍କ ବଡ଼ ଭାଇ ଅଜୟଙ୍କ ପୁଅ ଆନନ୍ଦଙ୍କୁ ବିବାହ କରିଛନ୍ତି ମୁକେଶଙ୍କ ଝିଅ ଈଶା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752757020.jpg)