Advertisment

କେନ୍ଦ୍ର ବଜେଟ୍‌ରୁ ଓଡ଼ିଶାକୁ ମିଳିବ କି ଫାଇଦା ?

ବଜେଟ୍ ପୂର୍ବରୁ ଜୋର ଧରିଛି ରାଜନୀତି। କଣ କହିଲେ ଉଭୟ ବିଜେଡି ଓ କଂଗ୍ରେସ, ପଢନ୍ତୁ

ଅଦ୍ୟତନ ହୋଇଛି
Budget 2022

Budget 2022

Advertisment

ଭୁବନେଶ୍ୱର: ବଜେଟ୍-୨୨ରୁ କେତେ ଫାଇଦା ମିଳିବ ଓଡ଼ିଶାକୁ? ପାଇବ ତ ମାଗିଥିବା ହକ୍? ସାଧାରଣ ବଜେଟ୍ ପାଇଁ ଢେର୍ ପୂର୍ବରୁ ରାଜ୍ୟର ଓ୍ବିସ୍ ଲିଷ୍ଟ ଦାଖଲ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।  ଏଥିରେ ରାଜପଥ, ପାନୀୟ ଜଳ ଓ ଅଧିକ କର୍ମନିଯୁକ୍ତି ଯୋଗାଇ ଦେବାକୁ ଦାବି କରାଯାଇଥିଲା। ଏହାଛଡ଼ା ରେଳ ବଜେଟ୍‌ରେ ରାଜ୍ୟ ଲାଗି ୭ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ସହ ୯୦:୧୦ ହାରରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ ପାଇଁ ଦାବି ରଖିଛି ରାଜ୍ୟ।

Advertisment

ତେବେ ଅର୍ଥନୀତି ବିଶାରଦଙ୍କ ମତ, ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓ ଆଦିବାସୀ ବହୁଳ ଓଡ଼ିଶା ପାଇଁ ଆବଶ୍ୟକ। ସ୍ୱତନ୍ତ୍ର ଫୋକସ୍  କୋଭିଡ୍ ଯୋଗୁ ରାଜ୍ୟରେ ପ୍ରଭାବିତ ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି କ୍ଷେତ୍ରକୁ ଦରକାର ସ୍ୱତନ୍ତ୍ର ପ୍ୟାକେଜ୍। ସେହିଭଳି ରାଜ୍ୟରେ ନୂଆ ଟେକ୍ସଟାଇଲ ପାର୍କ, ଆଲୁମିନିୟମ ୱାଗନ୍ କାରଖାନା ସ୍ଥାପନ ନେଇ ବଜେଟ୍‌ରେ ବ୍ୟବସ୍ଥା ରହିପାରେ ବୋଲି ଆଶା ରଖିଛନ୍ତି ଶିଳ୍ପ ବିଶେଷଜ୍ଞ।

ଗତ ବଜେଟ୍‌ରେ ରାଜ୍ୟର ରେଲୱେକୁ ମିଳିଥିଲା ୬ ହଜାର ୯୯୫ କୋଟି ଟଙ୍କା। ଏଥର ଓଡ଼ିଶାର ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ। ଏଣୁ ରାଜ୍ୟକୁ ରେଳ ବଜେଟ୍‌ରେ ଭଲ ଅନୁଦାନ ମିଳିବ ବୋଲି ଆଶା ରଖିଛନ୍ତି ରାଜ୍ୟବାସୀ। ମୁଖ୍ୟତଃ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍ ସହ ବହୁ ଲୋକଙ୍କ ଆବେଗ ଜଡ଼ିତ ଥିବାରୁ ଏ ପ୍ରକଳ୍ପକୁ ବଜେଟ୍‌ରେ ନିଶ୍ଚିତ ଗୁରୁତ୍ୱ ଦିଆଯାଇଥିବା ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ।

Advertisment

ଏପଟେ ବଜେଟ୍ ପୂର୍ବରୁ ଜୋର ଧରିଛି ରାଜନୀତି। ଉଭୟ ବିଜେଡି ଓ କଂଗ୍ରେସ କହିଛନ୍ତି, ଦରଦାମ୍ ବୃଦ୍ଧି ସାଧାରଣ ଜନତା ଓ ମହିଳାଙ୍କୁ ଅସ୍ତବ୍ୟସ୍ତ କରିଦେଲାଣି।ତେଣୁ ଏ ବର୍ଗଙ୍କ ଜୀବନକୁ ଅଧିକ ସୁଖମୟ କରିବାକୁ ସରକାର ବଜେଟ୍‌ରେ ଦରଦାମ ହ୍ରାସକୁ ଗୁରୁତ୍ୱ ଦେବା ଜରୁରୀ। ନିଯୁକ୍ତି ସୃଷ୍ଟି ଲାଗି ପଦକ୍ଷେପ ନେବା ଉଚିତ। ରାଜ୍ୟରେ ରେଳପଥର ବିକାଶ ପାଇଁ କେନ୍ଦ୍ର ଅଧିକ ପାଣ୍ଠି ଆବଣ୍ଟନ କରିବା ଦରକାର ବୋଲି କହିଛନ୍ତି ବିଜେଡି ଓ କଂଗ୍ରେସ। ସେପଟେ ବିଜେପିର ଯୁକ୍ତି ହେଲା, ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଓଡ଼ିଶା ପାଇଁ ଢେର୍ ବଢ଼ିଛି ରେଳ ବଜେଟ୍। ନିକଟରେ ରେଳମନ୍ତ୍ରୀ ବି ରାଜ୍ୟ ଲାଗି ଅନେକ ନୂଆ ପ୍ରକଳ୍ପ ଘୋଷଣା କରିଛନ୍ତି।

ରିପୋର୍ଟ: ଶିବାନନ୍ଦ ରାଉତ ଓ କପିଳେନ୍ଦ୍ର ପ୍ରଧାନ

Budget 2022 State Package
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ