Advertisment

ଡିଜିଟାଲ ପେମେଣ୍ଟ କରୁଥିଲେ ଜାଣିରଖନ୍ତୁ, UPI ଏବଂ UPI Lite ମଧ୍ୟରେ ଫରକ କ’ଣ...

UPI ଦ୍ୱାରା ଗୋଟିଏ ବ୍ୟାଙ୍କରୁ ଅନ୍ୟ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଟଙ୍କା ପଠାଯାଇଥାଏ । ହେଲେ ସେହି କାମକୁ ଯଦି ଆପଣ UPI Lite ଦ୍ୱାରା କରନ୍ତି ତେବେ ଆପଣଙ୍କୁ କିଛି ଭିନ୍ନ ଉପାୟ ଆପଣେଇବାକୁ ପଡ଼ିଥାଏ।

ଅଦ୍ୟତନ ହୋଇଛି
What is the difference between upi and upi lite

What is the difference between upi and upi lite

Advertisment

ବର୍ତ୍ତମାନର ସମୟରେ ଡିଜିଟାଲ୍‌ ପେମେଣ୍ଟ ଏକ ସାଧାରଣ କଥା ହୋଇଗଲାଣି । ପ୍ରାୟ ସମସ୍ତେ ଯେକୌଣସି ଜିନିଷ କିଣନ୍ତୁ ଫୋନ୍‌ ପେ’ ଓ ଗୁଗଲ ପେ’ ପରି ବିଭିନ୍ନ ଡିଜିଟାଲ ପେମେଣ୍ଟ ଆପ୍‌ ଦ୍ୱାରା ଟଙ୍କା ଦେଉଛନ୍ତି । ହେଲେ ବର୍ତ୍ତମାନ UPI ଏବଂ UPI Lite ଦେଖିବାକୁ ମିଳୁଛି । ହେଲେ ଏହା କ’ଣ ? ଏମାନଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ? ଆସନ୍ତୁ ଜାଣିବା ।

Advertisment

UPI ଦ୍ୱାରା ଗୋଟିଏ ବ୍ୟାଙ୍କରୁ ଅନ୍ୟ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଟଙ୍କା ପଠାଯାଇଥାଏ । ହେଲେ ସେହି କାମକୁ ଯଦି ଆପଣ UPI Lite ଦ୍ୱାରା କରନ୍ତି ତେବେ UPI Lite ୱାଲଟ୍‌ରେ ଟଙ୍କା ପାଇଥିବା ବ୍ୟକ୍ତି ପରେ ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରିବାକୁ ପଡ଼ିଥାଏ ।

UPI ଦ୍ୱାରା ଆପଣ ଗୋଟିଏ ଦିନରେ ଅତିବେଶିରେ ମୋଟ୍ ୨୦ ଥର ଟ୍ରାଞ୍ଜାକ୍ସନ କରିପାରିବେ । ତାହାପୁଣି ୨ଲକ୍ଷ ଟଙ୍କା ଯାଏଁ ହୋଇପାରିବ ବୋଲି କୁହାଯାଇଛି । ସମାନ କଥା ଯଦି ଆପଣ UPI Liteରେ କରନ୍ତି, ତେବେ ଆପଣ ଗୋଟିଏ ଦିନରେ ମୋଟ୍‌ ୪ ହଜାର ଟଙ୍କା ଟ୍ରାଞ୍ଜାକ୍ସନ କରିପାରିବେ ।

Advertisment

ଏହା ବ୍ୟତୀତ ଏଥିରେ ଆଉ ଏକ ପାର୍ଥକ୍ୟ ମଧ୍ୟ ରହିଛି । UPIରେ ଟଙ୍କା ଟ୍ରାନ୍ସଫର କରିବା ସମୟରେ ଏଥିରେ ପିନ୍‌ର ଆବଶ୍ୟକତା ରହିଥାଏ । କିନ୍ତୁ UPI Liteରେ କୌଣସି ପିନ୍‌ର ଆବଶ୍ୟକତା ପଡ଼ିନଥାଏ ।

UPI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ