Advertisment

Paytm ବ୍ୟାଙ୍କରେ ଫସିଛି କି ଆପଣଙ୍କ ଟଙ୍କା ? ଜାଣନ୍ତୁ କ’ଣ ରହିଛି ବିକଳ୍ପ...

ଯଦି ଆପଣଙ୍କ ଟଙ୍କା ପେଟିଏମ୍‌ ପେମେଣ୍ଟ୍ସ ବ୍ୟାଙ୍କରେ ରହିଛି ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ।

Paytm

Paytm

Advertisment

ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ୍‌ ଉପରେ କଟକଣା ଜାରି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍। ପେଟିଏମ୍‌ରେ ଆଉ ନୂଆ ଗ୍ରାହକ ଯୋଡ଼ିବାକୁ ବାରଣ କରିଛି RBI। ତେବେ ବର୍ତ୍ତମାନ Paytmରେ ରହିଥିବା ଗ୍ରାହକମାନେ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଏହି ସେବା ବ୍ୟବହାର କରିପାରିବେ। ପୂର୍ବରୁ ଫେବ୍ରୁଆରୀ ୨୯ ପରଠୁ ପେଟିଏମ୍‌ ବ୍ୟାଙ୍କ୍‌ ଆକାଉଣ୍ଟସରେ ଜମା ଓ ଉଠାଣ ବନ୍ଦ ହେବ ବୋଲି ଆରବିଆଇ ପକ୍ଷରୁ ଘୋଷଣା ହୋଇଥିଲା। ଏଭଳି ସ୍ଥିତିରେ ପେଟିଏମ୍‌ ବ୍ୟାଙ୍କ୍‌ ବାଲାନ୍ସ, ଫାସ୍‌ଟ୍ୟାଗ୍‌ ଓ NCMC କାର୍ଡକୁ ନେଇ ଚିନ୍ତିତ ପେଟିଏମ୍‌ ବ୍ୟାଙ୍କ୍‌ ଆକାଉଣ୍ଟଧାରୀ। ତେଣୁ ପେଟିଏମ୍‌କୁ ନେଇ ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ଉତ୍ତର ଆଜି ଆମେ ଦେବାକୁ ଯାଉଛୁ...

Advertisment

ଯଦି ଆପଣଙ୍କ ଟଙ୍କା ପେଟିଏମ୍‌ ପେମେଣ୍ଟ୍ସ ବ୍ୟାଙ୍କରେ ରହିଛି ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ। ଯଦି ବ୍ୟାଙ୍କ୍‌ ଆକାଉଣ୍ଟଧାରୀ ଚାହିଁବେ ତେବେ ସେମାନେ ଏହି ଟଙ୍କାକୁ ଉଠାଇ ପାରିବେ କିମ୍ବା ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ମଧ୍ୟ କରିପାରିବେ ବୋଲି କହିଛି ଆରବିଆଇ।

ଫେବ୍ରୁଆରୀ ୨୯ ପର୍ଯ୍ୟନ୍ତ କିମ୍ବା ଯେ ପର୍ଯ୍ୟନ୍ତ ପେଟିଏମ୍‌ ବ୍ୟାଙ୍କ୍‌ ଆକାଉଣ୍ଟରେ ବାଲାନ୍ସ ଥିବା, ସେ ପର୍ଯ୍ୟନ୍ତ ଉପଭୋକ୍ତାମାନେ ଫାସ୍‌ଟ୍ୟାଗ୍‌ ସେବା ବ୍ୟବହାର କରିପାରିବେ। ଆରବିଆଇ ପକ୍ଷରୁ କୁହାଯାଇଛି ଯେ ୨୯ ଫେବ୍ରୁଆରୀ ସୁଦ୍ଧା ଏହା ସେଟେଲମେଣ୍ଟ ହୋଇପାରେ। ଏହା ପରେ, ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସମୟ ଦିଆଯାଇଛି, ଯେଉଁଥିରେ ସମସ୍ତ ଟ୍ରାଞ୍ଜାକ୍ସନକୁ ସମାପ୍ତ କରିବାକୁ ହେବ। ସେପଟେ ପେଟିଏମ୍‌ କିନ୍ତୁ କହିଛି କି ଯେ ପର୍ଯ୍ୟନ୍ତ ପେଟିଏମ୍‌ ବ୍ୟାଙ୍କରେ ବାଲାନ୍ସ ଅଛି ସେ ପର୍ଯ୍ୟନ୍ତ ଫାସ୍‌ଟ୍ୟାଗ୍‌ କାର୍ଯ୍ୟ କରିବ।

Advertisment

ସେହିପରି ଯେଉଁ ବ୍ୟବସାୟୀମାନେ ପେଟିଏମ୍‌ କ୍ୟୁଆର୍ କୋଡ୍‌ ଜରିଆରେ ପେମେଣ୍ଟ ପାଉଛନ୍ତି, ଯଦି ସେମାନଙ୍କ କ୍ୟୁଆର କୋଡ୍‌ ସହ ଅନ୍ୟ ବ୍ୟାଙ୍କ୍‌ ଆକାଉଣ୍ଟ ଲିଙ୍କ୍ ହୋଇଥିବ ତେବେ ସେମାନେ ମାର୍ଚ୍ଚ ୧୫ ପରେ ମଧ୍ୟ ପେମେଣ୍ଟ ହାସଲ କରିପାରିବେ। କିନ୍ତୁ ଯେଉଁ ଉପଭୋକ୍ତାଙ୍କ କ୍ୟୁଆର୍‌ କୋଡ୍‌ ସହ ପେଟିଏମ୍‌ ବ୍ୟାଙ୍କ୍‌ ଆକାଉଣ୍ଟ ଲିଙ୍କ୍‌ ହୋଇଥିବ ସେମାନେ ମାର୍ଚ୍ଚ ୧୫ ପରେ ଆଉ ପେମେଣ୍ଟ ଗ୍ରହଣ କରିପାରିବେନି।

RBI QR Code Paytm FASTag Users
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ