Advertisment

UPI New Rule: ଅଗଷ୍ଟ ପହିଲାରୁ UPI ନିୟମରେ ବଡ଼ ପରିବର୍ତ୍ତନ, ସାବଧାନ ରୁହନ୍ତୁ

UPI ମାଧ୍ୟମରେ ଦିଆଯାଇଥିବା ଅଟୋ ପେ’ ନିର୍ଦ୍ଦେଶ, ଯେପରି Netflix ସବସ୍କ୍ରିପସନ୍, SIP ଇତ୍ୟାଦି ପାଇଁ ପେମେଣ୍ଟ ଏବେ କେବଳ ନନ୍‌-ପିକ୍ ଆଓ୍ବାରରେ ପ୍ରକ୍ରିୟାକରଣ କରାଯିବ । NPCI ସକାଳ ୧୦ ରୁ ଅପରାହ୍ନ ୧ଟା ଏବଂ ସନ୍ଧ୍ୟା ୫ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ପିକ୍ ସମୟ ସ୍ଥିର କରିଛି ।

ଅଦ୍ୟତନ ହୋଇଛି
UPIର ନୂଆ ନିୟମ

UPIର ନୂଆ ନିୟମ

Advertisment

ଯଦି ଆପଣ ଜଣେ UPI ଉପଭୋକ୍ତା ଏବଂ ଏହା ମାଧ୍ୟମରେ ଅଧିକାଂଶ କାରବାର କରନ୍ତି, ତେବେ ସତର୍କ ରୁହନ୍ତୁ। ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା UPI ନିୟମରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ଯାହା ୧ ଅଗଷ୍ଟରୁ ଲାଗୁ କରାଯିବ ବୋଲି NPCI ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ପରିସ୍ଥିତିରେ, ଯେଉଁମାନେ PhonePe, Google Pay କିମ୍ବା Paytm ଭଳି ଆପ୍ ମାଧ୍ୟମରେ ପ୍ରତିଦିନ ପେମେଣ୍ଟ କରନ୍ତି ସେମାନେ ଏହି ନିୟମକୁ ଜାଣି ରଖିବା ଉଚିତ ।

Advertisment

ନୂତନ ରୁଲ୍ ଅନୁଯାୟୀ, ଅଗଷ୍ଟ ୧ ରୁ ଉପଭୋକ୍ତାମାନେ ସେମାନଙ୍କର UPI ଆପ୍ ରେ ଦିନକୁ କେବଳ ୫୦ ଥର ଆକାଉଣ୍ଟ ବାଲାନ୍ସ ଯାଞ୍ଚ କରିପାରିବେ। ଅର୍ଥାତ୍, ଯଦି ଜଣେ ଗ୍ରାହକ PhonePe ଏବଂ google pay ବ୍ୟବହାର କରନ୍ତି, ତେବେ ସେ ଏବେ ପ୍ରତ୍ୟେକ ଆପରେ କେବଳ ୫୦ ଥର ବାଲାନ୍ସ ଯାଞ୍ଚ କରିପାରିବେ। ଏହାଛଡ଼ା NPCI ନିର୍ଦ୍ଦେଶ ଦେଇଛି ଯେ ପିକ୍ ସମୟରେ ବାଲାନ୍ସ ଯାଞ୍ଚ କରିବାର ସୁବିଧା ସୀମିତ କିମ୍ବା ବନ୍ଦ କରାଯିବ। ବାରମ୍ବାର ବାଲାନ୍ସ ଯାଞ୍ଚ କରିବା ଦ୍ୱାରା ସର୍ଭରରେ ଲୋଡ ବଢ଼ିଯାଉଛି । ଆଉ ସିଷ୍ଟମ୍ ସ୍ଲୋ ହୋଇଯାଉଛି ।

ସେହିପରି UPI ମାଧ୍ୟମରେ ଦିଆଯାଇଥିବା ଅଟୋ ପେ’ ନିର୍ଦ୍ଦେଶ, ଯେପରି Netflix ସବସ୍କ୍ରିପସନ୍, SIP ଇତ୍ୟାଦି ପାଇଁ ପେମେଣ୍ଟ ଏବେ କେବଳ ନନ୍‌-ପିକ୍ ଆଓ୍ବାରରେ ପ୍ରକ୍ରିୟାକରଣ କରାଯିବ । NPCI ସକାଳ ୧୦ ରୁ ଅପରାହ୍ନ ୧ଟା ଏବଂ ସନ୍ଧ୍ୟା ୫ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ପିକ୍ ସମୟ ସ୍ଥିର କରିଛି ।

Advertisment

ଏହି ସମୟ ମଧ୍ୟରେ ସିଷ୍ଟମ୍-ଜେନେରେଟେଡ୍ API ଗୁଡ଼ିକ ସୀମିତ କିମ୍ବା ବନ୍ଦ ରହିବ । ଏହାସହ NPCI ନିର୍ଦ୍ଦେଶ ଦେଇଛି ଯେ କାରବାର ପରେ, ବ୍ୟାଙ୍କଗୁଡ଼ିକୁ ଗ୍ରାହକଙ୍କୁ ଉପଲବ୍ଧ ବାଲାନ୍ସ ବିଷୟରେ ସୂଚନା ମଧ୍ୟ ପଠାଇବାକୁ ପଡିବ। ଏହାଦ୍ୱାରା ଆଶା କରାଯାଉଛି ଯେ ଲୋକମାନେ ନିଜେ ବାଲାନ୍ସ ଯାଞ୍ଚ ହ୍ରାସ କରିବେ ।

BHIM UPI Online Payment New Rule
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ