Advertisment

UPI Limit: ଅନଲାଇନ ପେମେଣ୍ଟ କରୁଛନ୍ତି ? ଜାଣନ୍ତୁ କଣ ବଦଳିଲା ନିୟମ

ଏଣିକି UPIରେ ପଠାଇପାରିବେ ଅଧିକ ଟଙ୍କା । ଯଦି ଆପଣ ଫୋନ ପେ, ଗୁଗଲ ପେ, ପେଟିଏମ୍ ଭଳି ପେମେଣ୍ଟ ଆପ୍‌ ୟୁଜ୍ କରୁଛନ୍ତି, ତାହେଲେ ଜାଣିରଖନ୍ତୁ ଏ ଗୁରୁତ୍ୱପୂର୍ଣ୍ଣ ଖବର । UPI ପେମେଣ୍ଟରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ୍ ଇଣ୍ଡିଆ ବା (NPCI) UPI ଟ୍ରାଞ୍ଜାକ୍ସନ ଲିମିଟ୍ ବୃଦ୍ଧି କରିଛି ।

upi

upi

Advertisment

UPI ପେମେଣ୍ଟରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ୍ ଇଣ୍ଡିଆ ବା (NPCI) UPI ଟ୍ରାଞ୍ଜାକ୍ସନ ଲିମିଟ୍ ବୃଦ୍ଧି କରିଛି । ଏଣିକି ୟୁପିଆଇ ମାଧ୍ୟମରେ ଭରିହେବ ମୋଟା ଅଙ୍କର ଟିକସଠୁ ଆରମ୍ଭ କରି ବୀମା ପ୍ରିମିୟମ୍ । ଏକାଥରକେ କରିହେବ ୫ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ୍ । ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କାର ନେଣଦେଣ କରିପାରିବେ । ଆସନ୍ତା ୧୫ ତାରିଖରୁ ଲାଗୁ ହେବ ଏହି ନୂଆ ନିୟମ । ତେବେ କେବଳ ପର୍ସନ ଟୁ ମର୍ଚାଣ୍ଟସ୍‌ ପେମେଣ୍ଟ ପାଇଁ ଏହି ସୁବିଧା ମିଳିବ ।

Advertisment

ଟ୍ୟାକ୍ସ ପେମେଣ୍ଟ, ବୀମା ପ୍ରିମିୟମ, ସେୟାର ମାର୍କେଟ ଟ୍ରାଞ୍ଜାକ୍ସନ ଲିମିଟ୍ ୨ ଲକ୍ଷ ଟଙ୍କାରୁ ବଢାଇ ୫ ଲକ୍ଷ କରାଯାଇଛି । ଏହାସହ ୨୪ ଘଣ୍ଟାରେ ସର୍ବାଧିକ ୧୦ ଲକ୍ଷ ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିହେବ ।

କ୍ରେଡିଟ କାର୍ଡ ବିଲ୍ ପେମେଣ୍ଟ ଲିମିଟ୍‌ ମଧ୍ୟ ୫ ଲକ୍ଷ ହୋଇଛି । ସେହିପରି କୁଆଡେ ଟ୍ରାଭେଲ କରୁଥିଲେ ଏକାଥରେ ୫ ଲକ୍ଷ ଟଙ୍କା ଯାଏଁ ୟୁପିଆଇ ପେମେଣ୍ଟ କରିପାରିବେ । ପୂର୍ବରୁ ଏହି ଲିମିଟ୍ ୧ ଲକ୍ଷ ଥିଲା ।

Advertisment
  • Govt ଇ-ମାର୍କେଟପ୍ଲେସ ଓ ଇଏମଡି ପେମେଣ୍ଟ ସୀମା ମଧ୍ୟ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।
  • ଏହାବ୍ୟତୀତ ଲୋନ ଓ ଇଏମଆଇ ପେମେଣ୍ଟ ଲିମିଟ୍ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢିଛି ।
  • ୨୪ ଘଣ୍ଟାରେ ସର୍ବାଧିକ ୧୦ ଲକ୍ଷ ପର୍ଯ୍ୟନ୍ତ ଏସବୁ ଟ୍ରାଞ୍ଜାକ୍ସନ କରିପାରିବେ ।
  • ଜୁଏଲାରୀ କିଣିବାର ଲିମିଟ୍ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା କରାଯାଇଛି । ଦୈନିକ ଲିମିଟ୍ ହୋଇଛି ୬ ଲକ୍ଷ ।

କିନ୍ତୁ ପର୍ସନ ଟୁ ପର୍ସନ ଟାଞ୍ଜାକ୍ସନରେ କୌଣସି ପରିବର୍ତ୍ତନ ହୋଇନି । ଅର୍ଥାତ ସାଧାରଣ ଟ୍ରାଞ୍ଜାକ୍ସନ ବା ପରିବାର କିମ୍ବା ସାଙ୍ଗକୁ ପଇସା ପଠାଇବାର ଲିମିଟ୍ ପୂର୍ବଭଳି ଦୈନିକ ୧ ଲକ୍ଷ ଟଙ୍କା ରହିଛି ।

Advertisment

NPCI କହିଛି ଯେ, ଏହି ପରିବର୍ତ୍ତନ ଦ୍ୱାରା ବ୍ୟବସାୟୀ ଓ ଲୋକମାନଙ୍କୁ ବଡ ଫାଇଦା ମିଳିବ । ବଡ ପେମେଣ୍ଟ କରିବା ସହଜ ହେବ । କ୍ୟାସଲେସ୍ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହନ ମିଳିବ । ବିଶେଷକରି ଯେଉଁମାନେ ଟ୍ୟାକ୍ସ, ଇନସୁରାନ୍ସ, କ୍ୟାପିଟାଲ ମାର୍କେଟ, କିମ୍ବା ଅନ୍ୟ ମୋଟା ଅଙ୍କର ଟ୍ରାଞ୍ଜାକ୍ସନ କରୁଛନ୍ତି, ସେମାନେ ଏହି ବର୍ଦ୍ଧିତ ଲିମିଟରୁ ଉପକୃତ ହେବେ ।

Digital Payment App UPI Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ