Advertisment

Union Budget 2025: ଟିକସଦାତାଙ୍କୁ କେତେ ମିଳିବ ରିହାତି?

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବ୍ରୁଆରୀ ପହିଲାରେ କ୍ରମାଗତ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ।

Budget

Budget

Advertisment

ଦେଶବାସୀଙ୍କ ସ୍ୱପ୍ନ ଆଉ ଅସରନ୍ତି ଆଶାକୁ ନେଇ ଆସୁଛି ସାଧାରଣ ବଜେଟ୍‌। ଯାହା ଉପରେ ସାଧାରଣ ବର୍ଗ ସହ ମଧ୍ୟବିତ୍ତଙ୍କ ରହିଛି ନଜର ରହିଛି। ଏଥର ବଜେଟରେ କେଉଁ ଦିଗ ପ୍ରତି ରହିବ ଅଧିକ ଫୋକସ୍? ମଧ୍ୟବିତ୍ତଙ୍କ ଆଶା ଆକାଂକ୍ଷାକୁ କେତେ ଦୂର ପୂରଣ କରିପାରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର? ଲାଘବ ହେବ କି ଦରବୃଦ୍ଧିର ବୋଝ? ଟିକସଦାତାଙ୍କୁ କେତେ ମିଳିବ ରିହାତି ? ଏସବୁ ପ୍ରଶ୍ନ ଭିତରେ ଅପେକ୍ଷା ଫେବ୍ରୁୟାରୀ ପହିଲା ବଜେଟ୍ ଦିନକୁ।

Advertisment

ଖାଦ୍ୟ ସାମଗ୍ରୀ, ପେଟ୍ରୋଲିୟମ୍‌ ଉତ୍ପାଦ, ରନ୍ଧନ ଗ୍ୟାସ୍‌ ସହ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ରହିଛି ଆକାଶଛୁଆଁ। ତେଣୁ ବଢ଼ିଛି ଚିନ୍ତା। ଏଭଳି ସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ କୋହଳ ସହ ଅଧିକ ସଞ୍ଚୟ ପାଇଁ ଟିକସଦାତାଙ୍କୁ ଟ୍ୟାକ୍ସ ରିହାତି ମିଳିବ ବୋଲି ଆଶା ରଖିଛନ୍ତି। ସେହିପରି ଏଥର ବଜେଟରେ କୃଷି କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ ଦାବି କରିଛନ୍ତି ଚାଷୀକୂଳ। ଗୃହିଣୀ ମଧ୍ୟ ଆଶା ରଖିଛନ୍ତି, ହାଣ୍ଡିଶାଳକୁ ଆଖିରେ ରଖି ଏଥର ବଜେଟରେ ମିଳିବ ଗୁରୁତ୍ୱ ମିଳିବ।

ଅଧିକ ପଢ଼ନ୍ତୁ: ହିଟ୍‌ ଆଣ୍ଡ୍‌ ରନ୍‌: ୧୦ ଦୋକାନ ଉପରେ ମାଡ଼ିଗଲା ବୋଲେରୋ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବ୍ରୁଆରୀ ପହିଲାରେ କ୍ରମାଗତ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ। ବିକଶିତ ଭାରତ ଲକ୍ଷ୍ୟରେ ଗତଥର କୃଷି, ନିଯୁକ୍ତି, ମାନବ ସମ୍ବଳ, ନିର୍ମାଣ କ୍ଷେତ୍ର, ନଗର ଉନ୍ନୟନ, ଶକ୍ତି, ଭିତ୍ତିଭୂମି, ମାନବ ସମ୍ବଳ, ନିର୍ମାଣ କ୍ଷେତ୍ର ଆଦି ୯ଟି କ୍ଷେତ୍ରକୁ ଫୋକସ୍ ରଖାଯାଇଛି। ଏପରିକି ଆୟକର ସ୍ଲାବରେ ବଡ଼ଧରଣର ପରିବର୍ତ୍ତନ ସ୍ୱରୂପ, ନୂଆ ବ୍ୟବସ୍ଥାରେ ସଂଶୋଧନ ସହ ୫୦ ହଜାରରୁ ୭୫ ହଜାରକୁ ବଢ଼ିଥିଲା ଷ୍ଟାଣ୍ଡାର୍ଡ ଡିଡକ୍ସନ। ସୀମା ଶୁଳ୍କ ହ୍ରାସ ପରେ ସୁନା, ରୁପା, ପ୍ଲାଟିନମ୍‌ ଓ ମୋବାଇଲ ଫୋନ ଶସ୍ତା ହୋଇଥିଲା।

Advertisment

ତେବେ ଅର୍ଥନୀତିଜ୍ଞଙ୍କ ମତ, ବ୍ୟକ୍ତିଗତ ଆୟକର ଛାଡ଼ ସୀମା ୭ ଲକ୍ଷ ପର୍ଯ୍ୟନ୍ତ ବିଚାର କରାଯିବା ଦରକାର। ଆୟକର ଛାଡ଼ ସୀମା ବୃଦ୍ଧି ହେଲେ ଖର୍ଚ୍ଚ କରିବାକୁ ଅଧିକ ଟଙ୍କା ମିଳିବ। ସେହିପରି ଯୁବ ବର୍ଗଙ୍କୁ ନିଯୁକ୍ତି କ୍ଷେତ୍ରରେ ଏବଂ ଷ୍ଟାର୍ଟ ଅପ କ୍ଷେତ୍ରକୁ ସୀତାରମଣ ଗୁରୁତ୍ୱ ଦେଇପାରନ୍ତି।

ଅଧିକ ପଢ଼ନ୍ତୁ: ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

BJP Nirmala Sitharaman Union Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ