richest Female Youtuber: ଭାରତର ଧନୀ ମହିଳା ୟୁଟ୍ୟୁବର, କମାଉଛନ୍ତି ମାସକୁ ଏତିକି କୋଟି ଟଙ୍କା

ଡିଜିଟାଲ ଯୁଗରେ ୟୁଟ୍ୟୁବରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। କୌଣସି ଜିନିଷ ବିଷୟରେ ଜ୍ଞାନ ଆହରଣ କରିବାକୁ ଥିଲେ ସବୁକିଛି ୟୁଟ୍ୟୁବରେ ଉପଲବ୍ଧ । ଏହି କାରଣରୁ ୟୁଟ୍ୟୁବରେ ଚ୍ୟାନେଲ ଏବଂ ଭିଡିଓ ବିଷୟବସ୍ତୁ ଦିନକୁ ଦିନ ବଢିବାରେ ଲାଗିଛି ।

youtube

ଡିଜିଟାଲ ଯୁଗରେ ୟୁଟ୍ୟୁବରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। କୌଣସି ଜିନିଷ ବିଷୟରେ ଜ୍ଞାନ ଆହରଣ କରିବାକୁ ଥିଲେ ସବୁକିଛି ୟୁଟ୍ୟୁବରେ ଉପଲବ୍ଧ । ଏହି କାରଣରୁ ୟୁଟ୍ୟୁବରେ ଚ୍ୟାନେଲ ଏବଂ ଭିଡିଓ ବିଷୟବସ୍ତୁ ଦିନକୁ ଦିନ ବଢିବାରେ ଲାଗିଛି । ଅନେକ ଲୋକ ୟୁଟ୍ୟୁବରେ କାମ କରିବା ଆରମ୍ଭ କରିଛନ୍ତି । ଏହା ସେମାନଙ୍କ ଆୟର ଏକ ଭଲ ଉତ୍ସ ହୋଇପାରିଛି । କ୍ରିଏଟର ମାନେ କୋଟି କୋଟି ଟଙ୍କା ଟଙ୍କା ରୋଜଗାର କରୁଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ୟୁଟ୍ୟୁବର କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ନିଜର ଭିଡିଓ ଆଧାରରେ ପରିଚୟ ପାଇପାରିଛନ୍ତି। କେବଳ ଏତିକି ନୁହେଁ, ଏହି ଆଧାରରେ ତାଙ୍କ ପାଖରେ କୋଟି କୋଟି ମୂଲ୍ୟର ସମ୍ପତ୍ତି ମଧ୍ୟ ଅଛି । ଆଜି ଆମେ ଆପଣଙ୍କୁ ଦେଶର ଶ୍ରେଷ୍ଠ ୧୦ ମହିଳା ୟୁଟ୍ୟୁବର୍ ବିଷୟରେ କହିବୁ ଯେଉଁମାନେ ନିଜର ଭିଡିଓ ପାଇଁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

ଶ୍ରୁତି ଅର୍ଜୁନ ଆନନ୍ଦ- ମେକ ଅପ ଓ ବ୍ୟୁଟି ଭିଡିଓର ୟୁଟ୍ୟୁବ ଚ୍ୟାନେଲ ୨୦୧୦ରେ ଆରମ୍ଭ କରିଥିଲେ। ୧.୨ କୋଟି ସବସ୍କ୍ରାଇବର ଥିବା ଶ୍ରୁତି ମାସକୁ ୪୫ କୋଟି ଆୟ କରନ୍ତି।

ନିଶା ମଧୁଲିକା- କୁକିଙ୍ଗ ଭିଡିଓ ବନାଉଥିବା ନିଶା ମଧୁଲିକା ମାସକୁ ୪୩ କୋଟି ଟଙ୍କା ଆୟ କରନ୍ତି। ୨୦୧୧ରେ ସେ ନିଜର ଚ୍ୟାନେଲ ଆରମ୍ଭ କରିଥିବା ବେଳେ ତାଙ୍କର ୧.୪୭ କୋଟି ସବସ୍କ୍ରାଇବର ରହିଛି।

କୋମଲ ପାଣ୍ଡେ- ପପ ଏକ୍ସଓ ସହିତ ୨୦୧୭ରେ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ କୋମଲ। ଷ୍ଟାଇଲିଂ ଟିପ୍ସ, ଫ୍ୟାଶନ ଆଇଡିଆ ଓ ସୁନ୍ଦରତାର ଟିପ୍ସ ପ୍ରଦାନ କରୁଥିବା କୋମଲଙ୍କ ମାସକୁ ୩୦ କୋଟି ଆୟ କରିଥାନ୍ତି।

ସବା ଇବ୍ରାହିମ- ଅଭିନେତା ଶୋଏବ ଇବ୍ରାହିମଙ୍କ ସାନ ଭଉଣୀ ସବା ଇବ୍ରାହିମ ଭାରତର ଅନ୍ୟତମ ଶ୍ରେଷ୍ଠ ୟୁଟ୍ୟୁବର। ସବା ନିଜ ସ୍ବାମୀ ଖାଲିଦ ନିଆଜଙ୍କ ସହ ଜୀବନ ଯାପନ କରୁଛନ୍ତି। ସେ ମାସକୁ ୧୭ କୋଟି ଟଙ୍କା ଆୟ କରିଥାନ୍ତି।

ପ୍ରଜକ୍ତା କୋଲି- ପ୍ରଜକ୍ତା ନିଜର ୟୁଟ୍ୟୁବ ଚ୍ୟାନେଲ ମୋଷ୍ଟଲି ସେନ ୨୦୧୫ରେ ଆରମ୍ଭ କରିଥିଲେ। ମଜାଳିଆ ଭିଡିଓ ବନାଉଥିବା ପ୍ରଜକ୍ତା ମାସିକ ୧୬ କୋଟି ଟଙ୍କା ଆୟ କରିଛନ୍ତି। ପ୍ରଜକ୍ତାଙ୍କ ଚ୍ୟାନେଲରେ ୭୨ ଲକ୍ଷ ସବସ୍କ୍ରାଇବର ରହିଛନ୍ତି।

ଅନିଶା ଦୀକ୍ଷିତ- ଅନିଶା ଦୀକ୍ଷିତ ମାସିକ ୧୫-୨୦ କୋଟି ଟଙ୍କା ଆୟ କରିଥାନ୍ତି। ୟୁଟ୍ୟୁବରେ ରିକ୍ସାୱାଲି ନାମେର ସେ ପରିଚିତ । ବିଭିନ୍ନ ସାମାଜିକ ସମସ୍ୟା ଓ ରିଲେସନସିପ ଇସ୍ୟୁକୁ ନେଇ ସେ ମଜାଳିଆ ଢଙ୍ଗରେ ଭିଡିଓ ବନାଇଥାନ୍ତି।

ନିହାରିକା ସିଂ- କ୍ୟାପଟେନ ନିକ ଭାବରେ ପରିଚିତ ନିହାରିକା ସିଂ ନିଜର ଚ୍ୟାନେଲ ରଖିଛନ୍ତି। ନିହାରିକା ମାସକୁ ୧୩ କୋଟି ଟଙ୍କା ଆୟ କରିଥାନ୍ତି।

ପୂଜା ଲୁଥ୍ରା- ପୂଜା ଲୁଥ୍ରା ମାସିକ ୮ କୋଟି ଟଙ୍କା ଆୟ କରିଥାନ୍ତି। ହେଲ୍ଥ, ବ୍ୟୁଟି ଓ ସ୍କିନ କେୟାର ଟିପ୍ସକୁ ନେଇ ପୂଜା ଭିଡିଓ ଶେୟାର କରିଥାନ୍ତି। ଏହା ସହିତ ହୋମ ରିମେଡି ଓ ଆୟୁର୍ବେଦିକ ୱେଲନେସ ଭିଡିଓ ତିଆରି କରିଥାନ୍ତି।

କବିତା ସିଂ-୨୦୧୪ରେ ଆରମ୍ଭ କରିଥିବା କବିତା ସିଂ ନିଜର ୟୁଟ୍ୟୁବ ଚ୍ୟାନେଲ କବିତାସ କିଚେନ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଦେଶର ଅନ୍ୟତମ ସଫଳ ୟୁଟ୍ୟୁବର ରହିଥିବା ମାସକୁ ୬-୭ କୋଟି ଟଙ୍କା ଆୟ କରିଥାନ୍ତି।

ହିମାଂଶି ଟେକୱାନି- ଦ ଗ୍ଲାମ ଗାର୍ଲ ଭାବେ ପରିଚିତ ହିମାଂଶି ଟେକୱାନି ମେକ ଅପ, ଫ୍ୟାଶନ ଓ ସେଲ୍ଫ କେୟାର ଭିଡିଓ ଶେୟାର କରିଥାନ୍ତି। ତାଙ୍କର ମାସିକ ଆୟ ୧-୨ କୋଟି ଟଙ୍କା ଅଟେ।