gold necklace
ବାହ ଋତୁ ଆରମ୍ଭ ହୋଇସାରିଛି । ଜୋରସୋରରେ ଗହଣା କିଣା ଚାଲିଛି । ଅଳଙ୍କାର ଦୋକାନରେ ଭିଡ଼ ଜମୁଛି । ତେବେ ଏହାରି ଭିତରେ ସୁନା ଏପଟ ସେପଟ ମଧ୍ୟ ହେଉଛି । ଗୋଟିଏ ଦିନ ଦର ଖସୁଥିବା ବେଳେ ଅନ୍ୟ ଦିନ ଦର ବଢ଼ିଯାଉଛି । ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୩ ହଜାର ଟଙ୍କା ରହିଥିବା ବେଳେ ଆଜି ତାହା ଅପରିବର୍ତ୍ତିତ ରହିଛି ।
ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ଆଜି ୧୦ ଗ୍ରାମ ପିଛା ୫୦,୯୦୦ ଟଙ୍କା ରହିଛି । ସେହିଭଳି ୨୦ କ୍ୟାରେଟ୍ ସୁନାର ଦର ୪୬ ହଜାର ୨୦୦ ଟଙ୍କା ରହିଥିବା ବେଳେ ୧୮ କ୍ୟାରେଟ୍ ସୁନା ଦର ୪୧,୮୦୦ ରାହିଛି । ସେହିପରି ୧୪ କ୍ୟାରେଟ ସୁନା ମୂଲ୍ୟ ୩୨,୯୦୦ ଟଙ୍କା ରହିଛି । ସୁନା କଏନ୍ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଏହା ଏବେ ୪୨,୧୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ରୂପା ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୬୬,୭୦୦ ଟଙ୍କାରେ କାରବାର ହେଉଛି ।
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669614701.jpeg)