Today Gold Price 3rd Jan 2023: ନୂଆବର୍ଷରେ ବଢିଛି ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୬୦୦ ଟଙ୍କା ରହିଛି ।

Today Gold Price

News Summary

ବଢିଲା ସୁନା ଦର

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି।  ଆଜି ସୁନା ଦର ବୃଦ୍ଧି ପାଇଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୪ ହଜାର ୪୦୦ ଟଙ୍କା ରହିଥିବା ବେଳେ ଆଜି  ତାହା ବୃଦ୍ଧି ପାଇ ୫୪ ହଜାର ୯୦୦ ଟଙ୍କା ରହିଛି ।

ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୨,୬୦୦ ଟଙ୍କା ରହିଛି । ସେହିଭଳି ୨୦ କ୍ୟାରେଟ୍‌ ସୁନାର ଦର ୪୭ ହଜାର ୯୦୦ ଟଙ୍କା ରହିଥିବା ବେଳେ ୧୮ କ୍ୟାରେଟ୍ ସୁନା ଦର ୪୩,୨୦୦ ରାହିଛି । ଅନ୍ୟପଟେ ୧୪ କ୍ୟାରେଟ ସୁନା ମୂଲ୍ୟ ୩୪,୦୦୦ ଟଙ୍କା ରହିଛି 

କଟକ ରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୭୨୫ (ଜିଏସ୍‌ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୪୩୦ (କ୍ୟାସ ୯୯୫) ଟଙ୍କା ରହିଛି । ଗତକାଲି ତୁଳନାରେ ଆଜି ରୁପା ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି ।  ଶୁଦ୍ଧ ରୂପା କିଲୋ ପିଛା ୭୦,୫୦୦ ଟଙ୍କାରେ କାରବାର ହେଉଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।